Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଗର୍ଜିଲେ ଦିଦି:- ଅଫିସ ଆଗରେ ଆନ୍ଦୋଳନ ବସିଲେ ଅଙ୍ଗନବାଡି କର୍ମୀ

81 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର ଆସୋସିଏସନ୍ ପକ୍ଷରୁ ଆଠ ଦଫା ଦାବି ନେଇ ସୋମବାର ଦିନ ଭୁବନେଶ୍ୱର ଠାରେ ଆନ୍ଦୋଳନରେ ବସିଛନ୍ତି କର୍ମୀ।ସୂଚନା ଅନୁସାରେ ଗତକାଲି ଆନ୍ଦୋଳନ ପରେ ସରକାର ତରଫରୁ ଆଲୋଚନା କରିବା କୁ ପ୍ରସ୍ତାବ ଆସିଥିଲା। ସଂଘ ର ପାଞ୍ଚ ଜଣିଆ ଟିମ ଆଲୋଚନା ରେ ଭାଗ ନେଇ ଥିବା ବେଳେ ସରକାର ପକ୍ଷରୁ କୌଣସି ନିର୍ଣ୍ଣାୟକ ସମାଧାନ ହୋଇପାରିନାହିଁ।ସରକାର ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ସଚିବ ୨ମାସ ପରେ ଦାବୀ ଉପରେ ବିଚାରକକୁ ନିଆଯିବ ବୋଲି କହିଥିବା ନେଇ ସଂଘ କ୍ଷୁବ୍ଧ ପ୍ରକାଶ କରି ଦାବୀ ପୁରଣ ନ ହେବା ଯାଏ ଆନ୍ଦୋଳନ କୁ ତୀବ୍ରତର କରିବା ନିଷ୍ପତ୍ତି ନେଇଛି।

ପ୍ରତେକ ବ୍ଲକ ଶିଶୁ ବିଭାଗ କାର୍ଯ୍ୟଳୟ ଠାରେ ଅଙ୍ଗନବାଡି କର୍ମୀ ଆନ୍ଦୋଳନ କୁ ଜାରି ରଖିବା ସୂଚନା ମିଳିଛି। ଏପରିପେକ୍ଷି ରେ ଧର୍ମଗଡ ବ୍ଲକ ଅନ୍ତର୍ଗତ ୧୯୪ ଟି ଅଙ୍ଗନୱାଡି କେନ୍ଦ୍ର ରେ ତାଲା ଝୁଲୁଥିବା ବେଳେ ମଙ୍ଗଳବାର ଦିନ ଶହ ଶହ ଅଙ୍ଗନବାଡି କର୍ମୀ ଶିଶୁ ବିଭାଗ କାର୍ୟ୍ଯଲୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖିଛନ୍ତି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କାର୍ଯ୍ୟବନ୍ଦ ଡାକରା ଯୋଗୁଁ ହଜାର ହଜାର ହିତାଧିରୀ ଅଙ୍ଗନବାଡି ସେବା ରୁ ବଞ୍ଚିତ ହେବା ଆଶଙ୍କା ଦେଖାଦେଇଛି । ଧର୍ମଗଡ ଶିଶୁ ବିଭାଗ ଅଧୀନରେ ମୋଟ ୧୫,୪୧୭ଜଣ ଶିଶୁ ଥିବାବେଳେ ୮ହଜାର ୬ଜଣ ପ୍ରାକ ବିଦ୍ୟାଳୟ ଶିଶୁ ରହିଛନ୍ତି।

ସେହିପରି ବିଭାଗ ଅଧୀନରେ ମୋଟ ୧୩୯୩ଜଣ ଗର୍ଭବତୀ ଓ ୧୦୪୩ଜଣ ପ୍ରସୂତି ଥିବା ବିଭାଗ ସୂତ୍ରରୁ ଜଣାପଡେ।ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର ଆସୋସିଏସନ୍ ର ଆହ୍ବାନ କ୍ରମେ ଅଙ୍ଗନୱାଡ଼ି କେନ୍ଦ୍ର ରେ ନିୟୋଜିତ ସମସ୍ତ କର୍ମୀ, ସହାୟିକା ଓ ପାଚିକା ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଧର୍ମଗଡ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ ଜାରି ରଖି ନିଜ ଦାବି ଉପସ୍ଥାପନ କରିଛନ୍ତି ।ଇତି ମଧ୍ୟରେ ସରକାର କଡା ଆଭିମୁଖ୍ୟ ରଖିଥିଲେ।ଗତ ରବିବାର ଦିନ ଓଡ଼ିଶା ସରକାର ପକ୍ଷରୁ କଡା ଚେତାବନୀ ସ୍ୱରୂପ ଅଙ୍ଗନବାଡି କର୍ମୀ ମାନେ କେନ୍ଦ୍ର ଗୁଡ଼ିକ ନ ଖୋଲି ଆନ୍ଦୋଳନ କରୁଛନ୍ତି ।

Related Post

ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ

Posted by - September 14, 2019 0
ବନବିଭାଗର ମିଳିତ ଚଢାଉ ୪୦ ହଜାର ଟଙ୍କାର ଶାଳକାଠ ସହ ୨ କାଠ ମାଫିଆ ଗିରଫ, କେନ୍ଦୁଝର,୧୪/୯କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ହାତୀକୁଚା…

“ଏଇ ଓଡିଶା”ର ଖବର ପରେ,ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ରେ ପକାଇଲେ ତାଲା

Posted by - May 18, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଦୀର୍ଘ ୧୨ଘଣ୍ଟା ର ଖବର ପ୍ରସାର ପରେ ପୁଣି ଆଜି କାଶୀପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ଭତା ଧାରୀ ତାଲା ପକାଇ ଥିଲେ ।ପଞ୍ଚାୟତ…

ଟି.ଏମ୍‌.ସିରେ ନୀତି ନିୟମ ମାନୁନାହାନ୍ତି ଅନ୍ତେବାସୀମାନେ, ଦିନକୁ ଦିନ ଗୋଷ୍ଠୀ ସଂକ୍ରମଣ ହେବାରେ ଲାଗିଛି

Posted by - August 12, 2020 0
ଯାଜପୁର ଅଫିସ  : ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି । ମଙ୍ଗଳବାର ସୁଧା ୨୧୧ ଜଣ କରୋନାରେ…

ମାସେ ବିତିଯାଇଥିଲେ ମଧ୍ୟ ପୋଖରୀରୁ ମିଳିଥିବା ଶବର ସୁରାକ ମିଳିଲା ନାହି

Posted by - September 21, 2021 0
ଯାଜପୁର ଥାନା ବାଣପୁର ଗାଁ ପୋଖରୀ ରୁ ମିଳିଥିବା ଶବ ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସକୁ କୌଣସି ସୁରାକ ମିଳିପାରିନାହିଁ ଏହା ଏକ ହତ୍ୟାକାଣ୍ଡ ଓ ତାଙ୍କ ସ୍ତ୍ରୀସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଆଜି ପର‌୍ୟ୍ୟନ୍ତ କୌଣସି ଅଭିଯୁକ୍ତ ଙ୍କୁ ଧରିପାରିନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା।

ଭଙ୍ଗା ଦଦରା ପଲିଥିନ ପକା ଯାଇଥିବା ଘରେ ବିତୁଛି ୭ ପ୍ରାଣୀଙ୍କ ଜୀବନ

Posted by - August 1, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ଭଙ୍ଗା ଦଦରା ପଲିଥିନ୍ ପକା ଯାଇଥିବା ଘରେ ବିତୁଛି ୭ପ୍ରାଣୀଙ୍କ ଜୀବନ । ଭୁବନେଶ୍ୱର ସ୍ମାର୍ଟ୍ ସିଟି ଉପକଣ୍ଠରେ ଥିବା ବରିମୁଣ୍ଡ ପଂଚାୟତ ବରିମୁଣ୍ଡ ଗ୍ରାମର…