Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଯାଜପୁର ଜିଲ୍ଲାର ବିରିଷ୍ଠ ମହିଳା ଆଇନଜୀବି ଙ୍କ ପରଲୋକ

366 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲାର ବିରିଷ୍ଠ ମହିଳା ଆଇନଜୀ ରତ୍ନମଣୀ ଆଚାର୍ଯ୍ଯଙ୍କ  (୪୫ )ବର୍ଷ ଗତକାଲି ବିଳମ୍ବିତ ରାତ୍ରିରେ ଭୂବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି।ସେ ଦୀର୍ଘ ୧୦ବର୍ଷ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ ହେଁ ନିୟମିତ ଭାବେ ଯାଜପୁର କୋର୍ଟ କୁ ଆସି ମକଦ୍ଦମା ପରିଚାଳନା କରୁଥିଲେ।ଯାଜପୁର ର ବରିଷ୍ଠ ଆଇନଜୀବି ଶ୍ରିମତୀ ଆଚାର୍ଯ୍ୟ ସ୍ବର୍ଗତ ଆଇନଜୀବି ଗୋବିନ୍ଦ ପଣ୍ଡା ଙ୍କ ସାନ ବୋହୁ ତଥା ସରକାରୀ ଓକିଲ ଯଜାତି ଯାଜ୍ଞି ପଣ୍ଡା ଙ୍କ ପତ୍ନି।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଜିଲ୍ଲାରେ ଆଇନଜୀବି ମହଲରେ ଶୋକର ବାତାବରଣ ଖେଳିଯାଇଛି।ଖୁବ୍ କମ୍ ଦିନ ମଧ୍ୟରେ ଓକିଲାତି କ୍ଷେତ୍ରରେ ସମଗ୍ର ଜିଲ୍ଲାରେ ବେଶ୍ କ୍ଷ୍ୟାତି ଅର୍ଜନ କରିଥିଲେ।

ଆଜି ତାଙ୍କ ମର ଶରୀରକୁ ଯାଜପୁର ଜିଲ୍ଲା କୋର୍ଟ ପରିସରକୁ ଅଣାଯାଇଥିଲା। ଜିଲ୍ଲା ଜଜ୍ ଦାମୋଦର ରଥଙ୍କ ସମେତ ସମସ୍ତ ବିଚାରପତି ମାନେ ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷରେ ବାରୁଣୀ ମହା ଶ୍ମଶାନ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।ତାଙ୍କ ବିୟୋଗ ରେ ଯାଜପୁର କୋର୍ଟ ର ଆଇନି ଜୀବ ମାନେ ଦିନକ ପାଇଁ କୋର୍ଟ କାର୍ଯ୍ୟ ବନ୍ଦ ରଖିଥିଲେ।ତିନୋଟି ବର୍ ଆଶୋସିଏସନ୍ ସମେତ ଜିଲ୍ଲା ମୋହରି ସଂଘ ପକ୍ଷରୁ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଯାଜପୁର ର ପୂର୍ବତନ ପୌରାଧକ୍ଷ୍ୟ ଭବ ପ୍ରସାଦ ଦାସ ଶୋକବ୍ୟକ୍ତ କରିଛନ୍ତି।

Related Post

ନାବାର୍ଡ ର ୪୦ତମ ପ୍ରତିଷ୍ଠା ଦିବସ ପାଳନ,ମହିଳା ଚାଷୀ ସମ୍ଭର୍ଧିତ

Posted by - July 20, 2021 0
ବୌଦ୍ଧ-(ଚିତ୍ତରଞ୍ଜନ ସିଂ)ନାବାର୍ଡ ତରଫରୁ ୪୦ ତମ ପ୍ରତିଷ୍ଠା ଦିବସ ପାଳନ ଏବଂ କୃଷି ଓ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଦେଶ ପାଇଁ ୪୦ ବର୍ଷର ସେବାକୁ ସ୍ମରଣ…

ଗୋଡଭଗା ଠାରେ ଯାଦବ ସମାଜର ମହାସଭା ଅନୁଷ୍ଠିତ

Posted by - January 18, 2022 0
ବରଗଡ/ଅତାବିରା:ଅତାବିରା ବ୍ଲକ ଅଧିନ ଗୋଡଭଗା ସମଲେଇ ମନ୍ଦିରରେ ବ୍ଲକ ଯାଦବ ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ବ୍ଲକ ଯାଦବ ସମାଜର ସଭାପତି ଅର୍ଜୁନ…

ଖପ୍ରାଖୋଲରେ ବୀରତା ଦିବସ ପାଳିତ

Posted by - December 31, 2021 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ସ୍ଥାନୀୟ ପ୍ରହରୀ ମଣ୍ଡପ ଠାରେ ବ୍ଲକ ବିଂଝାଲ ସମାଜ ତରଫରୁ ବୀରତା ଦିବସ ଶୁକ୍ରବାର ପାଲିତ ହୋଇଯାଇଛି। ବ୍ଲକ ସଭାପତି ଲୋଚନ…

ହରଭଙ୍ଗା ବ୍ଲକରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

Posted by - February 17, 2023 0
ହରଭଙ୍ଗା : (ଚିତ୍ତ ରଞ୍ଜନ ସିଂ) ହରଭଙ୍ଗା ବ୍ଲକ ଚାରିଛକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଶୁକ୍ରବାର ଦିନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ…