Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବିରେ ବିକାଶ ସେନା ତରଫରୁ ସ୍ୱାଭିମାନ ରେଲି ଅନୁଷ୍ଠିତ

106 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦୀର୍ଘ ୩୦ ବର୍ଷର ଦାବି ହେଉଛି ଟିଟିଲାଗଡ ସହରକୁ ଜିଲ୍ଲା କରାଯାଉ, କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ପଦ୍ମପୁରକୁ ଡିସେମ୍ବର ୨୦୨୩ ସୁଦ୍ଧା ଜିଲ୍ଲା ଘୋଷଣା କରିବାକୁ କହିବା ପରେ ଟିଟିଲାଗଡରେ ପୁଣି ତେଜିଛି ଜିଲ୍ଲା ଦାବି।ପୂର୍ବରୁ ୨୦୧୪ ମସିହାରେ ମାର୍ଲାଡ ବ୍ରିଜ ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଅତି ଶୀଘ୍ର ଜିଲ୍ଲା ଘୋଷଣା କରାଯିବ କହିଥିଲେ କିନ୍ତୁ କରି ନ ଥିଲେ, ପୁଣି ୨୦୧୯ ମସିହାରେ ଟିଟିଲାଗଡର ବିଧାୟିକା ଶ୍ରୀମତି ଟୁକୁନି ସାହୁଙ୍କ ସହ ଏକ ଟିମ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ, ତା ସହ ଟିଟିଲାଗଡରୁ ଭୁବନେଶ୍ଵରର ଯାଏଁ ଚାଲି ଚାଲି ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମାଜସେବୀ ରଞ୍ଜନ ଖୁଆସ ଏହି ଦାବି କରିଥିଲେ, ସେତେବେଳେ ବି ମୁଖ୍ୟମନ୍ତ୍ରୀ ଆଇ ୱିଲ ଏକ୍ଜାମିନ ବୋଲି କହିଥିଲେ କିନ୍ତୁ ଆଜି ଯାଏଁ ଘୋଷଣା କଲେ ନାହିଁ, କିନ୍ତୁ ପଦ୍ମପୁରରେ ଉପନିର୍ବାଚନ ହେବାକୁ ଥିବା ବେଳେ ୩୧ ନମ୍ୱର୍ ଜିଲ୍ଲା ହେବ ବୋଲି ଖବର ପାଇବା ପରେ ଟିଟିଲାଗଡରେ ପୁଣି ଏହି ଦାବି ଯୋର ଧରିଛି।

ରବିବାର ଦିନ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇ, ସହରର ସବୁ ଅନୁଷ୍ଠାନ, ସମସ୍ତ ରାଜନୈତିକ ଦଳର ନେତା, ସମାଜସେବୀ, ଆନ୍ଦୋଳନକାରିଙ୍କ ମତାମତ ନିଆଯାଇଥିଲା। ତେବେ ଆଜି ଟିଟିଲାଗଡ ବିକାଶ ସେନା ସଭାପତି ଇ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ବରେ ବିଶାଳ ସ୍ୱାଭିମାନ ରେଲି ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶହ ଶହ ଯୁବକ ବାଇକରେ ବାହାରି ଟିଟିଲାଗଡ ଜିଲ୍ଲା ଆମର ଦାବି ସ୍ଲୋଗାନ ଦେଇ ସହର ପରିକ୍ରମା କରିବା ପରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଉପଜିଲ୍ଲାପାଳ ଅନୁପସ୍ଥିିତିରେ ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗଙ୍କୁ ଦବିପତ୍ର ପ୍ରଦାନ କରିଥିଲେ।ସେହିପରି ପଦଯାତ୍ରା କରି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଘୋଷଣା କରିବାକୁ ଭୁବନେଶ୍ଵରକୁ ଚାଲି ଚାଲି ଯାଇଥିବା ସମାଜସେବୀ ରଞ୍ଜନ କୁମାର ଖୁଆସଙ୍କ ବିବାହ ଭୋଜି ଅବସରରେ ଆସିଥିବା ଅତିଥିଙ୍କ ଦ୍ଵାରା ପ୍ଲା କାର୍ଡ ଧରି ଟିଟିଲାଗଡ ଜିଲ୍ଲା ଆମର ଦାବି ଧରିଥିବା ଦେଖିବାକୁ ମିଳିଛି।

Related Post

ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ଅବହେଳିତ ପର୍ଯ୍ୟଟନ ସ୍ଥଳୀ କରକ ଜଳପ୍ରପାତ

Posted by - December 19, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ପ୍ରକୃତି ରାଣୀର ଅପରୂପ ସୌନ୍ଦର୍ଯ୍ୟ ରେ ଭରା ସବୁଜ ସୁନ୍ଦର କଳାହାଣ୍ଡି କୁ ପ୍ରକୃତିର ଗନ୍ତାଘର କହିଲେ କିିଛି ଅତ୍ୟୁକ୍ତି ହେବନାହିଁ।ଜିଲ୍ଲାରେ ପ୍ରଚୁର ଖଣିଜ…

ରାଜ୍ୟ ସରକାର ବୃଦ୍ଧି କଲେ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ୩ ପ୍ରତିଶତ ବୃଦ୍ଧି ଘୋଷଣା, ଜାନୁଆରୀ ୨୦୨୨ରୁ ଲାଗୁ

Posted by - September 20, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ଯ ସରକାରୀ କର୍ମଚାରୀ ଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି…

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା:ରାଜ୍ୟରେ ଦୈନିକ ସଂକ୍ରମଣ ୭ ହଜାର ପାର

Posted by - January 11, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଓଡ଼ିଶାର ୩୦ ଟି ଯାକ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ୨୪ ଘଣ୍ଟାରେ…

ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ

Posted by - September 23, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ଜମନକିରା ସିଡିପିଓ ଓ ବିଡ଼ିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ର ଶତାଧିକ କର୍ମୀ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Posted by - September 30, 2020 0
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ସରକାରୀ ବାବୁ ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏହି ସରକାରୀ ବାବୁ ଜଣଙ୍କ ହେଲେ କିଶୋରନଗର ବ୍ଲକ…