ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବହୁ ଚର୍ଚ୍ଚିତ ଯାଜପୁର ବିଂଝାରପୁର ବ୍ଲକ ମନରେଗା କାମ ରେ ମହାଘୋଟାଲା ଘଟଣା ରେ ଦୁର୍ନୀତି ଗ୍ରସ୍ତ ଙ୍କ ଠାରୁ ଜରିମାନା ଆଦାୟ ପାଇଁ ନୋଟିସ ଦିଆଯାଇଥିଲେ ମଧ୍ୟ ଅଦ୍ୟାବଧି ଟଙ୍କାଟିଏ ଆଦାୟ ହୋଇପାରିନି। ଯାହାକୁ ନେଇ ବିଂଝାରପୁର ବିଜେପି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।
ପ୍ରଶାସନ ପକ୍ଷରୁ କାହିଁକି ଦୁର୍ନୀତି ଗ୍ରସ୍ତ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ତାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ବିଜେପି। ବିଜେପି ନେତ୍ରୀ ବବିତା ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ତୁରନ୍ତ ଦୁର୍ନୀତି ଗ୍ରସ୍ତ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।