କଣାଗାଁ ପଞ୍ଚାୟତ ରେ ଅଭିଯୋଗ ଓ ପରାମର୍ଶ ଶିବିର ଅନୁଷ୍ଠିତ

76 0

ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ କଣାଗାଁ ପଞ୍ଚାୟତ ରେ ଆଜି ଅଭିଯୋଗ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକ ରେ ପ୍ରତି ସୋମବାର ଦିନ ଅଭିଯୋଗ ତଥା ସଚେତନତା ଶିବିର କରିବା ପାଇଁ ଜ଼ିଲ୍ଲାପାଳ ଙ୍କ ନିର୍ଦ୍ଦେଶ ଥିବାବେଳେ ଆଜି ବୋରିଗୁମ୍ମା ବ୍ଲକ ର ଅଭିଯୋଗ ତଥା ସଚେତନତା ଶିବିର କଣାଗାଁ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ସରପଞ୍ଚ ଦେବକୀ ଭତରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ଯଥା ବ୍ଳକଏବିଡ଼ିଓ ମାଧୁରୀ ଅଚାରୀ, ଏମ ଆଇ ବିଶ୍ୱଜିତ ଦାସ,ତହସିଲ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ମୃତ୍ତିକା ସଂରକ୍ଷଣ ବିଭାଗ, ଜଙ୍ଗଳ ବିଭାଗ , ଭେଟେନାରୀ ବିଭାଗ ର ଅଧିକାରୀ ମାନେ ଯୋଗ ଦେଇଥିଲେ।

କଣାଗାଁ ପଞ୍ଚାୟତ ଠାରେ ଗ୍ରାମବାସୀ ଙ୍କ ଦ୍ୱାରା ବିଭିନ୍ନ ସମସ୍ୟା ର ଅଭିଯୋଗ ହୋଇଥିଲା ଯଥା ଭତ୍ତା, ପାନୀୟଜଳ ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମନରେଗା ଯୋଜନାରେ ଠିକ ସମୟରେ ଟଙ୍କା ପାଇବା ପାଇଁ ଅଭିଯୋଗ ପତ୍ର ରେ ଦର୍ଶାଯାଇଥିଲା ଖୁବ ଶୀଘ୍ର ସମସ୍ତ ଅଭିଯୋଗ ର ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି ଶିବିର ରେ ଆଲୋଚନା ହୋଇଥିଲା।ଜେଇ ତୃପ୍ତି ଦାସ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ମୁଦୁଲି ଆଜିର କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ନାଏବ ସରପଞ୍ଚ ସୁନୀଲ ବିଷୋୟୀ ଗ୍ରାମ ରୋଜଗାର ସେବକ ଜଗବନ୍ଧୁ ନାୟକ ସମିତି ସଭ୍ୟ ପୂର୍ଣ୍ଣ ଭୂମିଆଁ ଓ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ଏହି ଅଭିଯୋଗ ଓ ପରାମର୍ଶ ସଚେତନତା ଶିବିର ରେ ଉପସ୍ଥିତ ଥିଲେ।

Related Post

ବାବା ସୋମନାଥଙ୍କ ପିଠରେ ପାଠାଗାର ଉଦ୍‌ଘାଟିତ

Posted by - January 28, 2021 0
ଭୁବନେଶ୍ୱର:ଗୁରୁବାର ଦିନ ଭୁବନେଶ୍ୱର ଉପକଣ୍ଠ ଢାୱା ଗ୍ରାମରେ ଥିବା ବହୁ ପୁରାତନ ସୋମନାଥ ମନ୍ଦିର ପିଠରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି ।ଆଧ୍ୟତ୍ମତ ଓ ଦେବାଦେବୀଙ୍କ ଉପରେ ଆଧାରିତ…

ବିରସିଂହଗଡ ପଞ୍ଚାୟତରେ ଥମୁନାହିଁ ହାତୀ ଉପଦ୍ରବ

Posted by - July 12, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ୱାଳ ) ସମ୍ବଲପୁର ଜିଲ୍ଲାରେ ରେ ପୁଣି ବଣୁଆ ହାତୀଙ୍କ ଉପଦ୍ରବ । ଜିଲ୍ଲାର ଜୁଯୋମୁରା ବ୍ଳକ ତଥା ସଦର ରେଞ୍ଜ ବୀରସିଂହଗଡ ପଂଚାୟତରେ…

ପ୍ରତାପପୁର ଗ୍ରାମରେ ବୀର ଚାଉଁରିଆ ବାବା ଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ

Posted by - May 12, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ରେ ବିଭିନ୍ନ ସମୟରେ ଅନେକ ଦେବାଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ସଂଖ୍ୟାରେ…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - June 14, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁଙ୍କ ଅଧ୍ୟକ୍ଷତାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ବରୀ ରେ ପୋଲିସ ଓ ସାମାଜିକ କର୍ମୀମାନଙ୍କ ସଚେତନତା କାର୍ଯ୍ୟକ୍ରମ

Posted by - January 15, 2020 1,127
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଆଜି ବୁଧବାର ୩୧ତମ ଜାତୀୟସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କରାଯାଇଛି।…