ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଏକ ଦିବସୀୟ ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ହକି ଲଭର୍ସ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଗିନ୍ଦିଲାମାଲକୁ ହରାଇ ସିଣ୍ଢୋଲ ଚାମ୍ପିୟନ ହୋଇଛି ।ବୀରମହାରାଜପୁର ରାଜସ୍ବ ଅଧିକାରୀ ଅଜିତ କୁମାର ମିର୍ଦ୍ଧା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିବା ବେଳେ ମୋଟ ଛଅଟି ଦଳ ଅଂଶ ଗ୍ରହଣ କରିଥିଲେ ।ଉଦଘାଟନୀ ମ୍ୟାଚଟି ଗିନ୍ଦିଲାମାଲ ଓ ଜଉଁରାଭଉଁରା ମଧ୍ୟରେ ହୋଇଥିଲା।ଏଥିରେ ଗିନ୍ଦିଲାମାଲ ୧-୦ ଗୋଲରେ ବିଜୟୀ ହୋଇଥିଲା ।
ଦ୍ବିତୀୟ ମ୍ୟାଚଟି ଏସ୍.ପତ୍ରାପାଲି ଓ ସିଣ୍ଢୋଲ ମଧ୍ୟରେ ହୋଇଥିଲେ ।ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ରହିବାରୁ ଟ୍ରାଇବ୍ରେକରରେ ୪-୩ ଗୋଲର ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚ ଟି ଗୋବିନ୍ଦପୁର ଓ ସରଧାପାଲି (ହୋତାପାଲି) ମଧ୍ୟରେ ହୋଇଥିଲା ।ଗୋବିନ୍ଦପୁର ୧-୦ଗୋଲରେ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚ ଟି ସିଣ୍ଢୋଲ ଓ ଗୋବିନ୍ଦପୁର ସେମିଫାଇନାଲ ମ୍ୟାଚ ହୋଇଥିଲା।ଏଥିରେ ଗୋବିନ୍ଦପୁର ୧-୦ଗୋଲରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଥିଲ । ଫାଇନାଲ ମ୍ୟଚ ଟି ସିଣ୍ଢୋଲ ଓ ଗିନ୍ଦିଲାମାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଗୋଲଶୂନ୍ୟ ରହିବାରୁ ଟ୍ରାଇବ୍ରେକର ସହାୟତା ନିଆଯାଇ ଥିଲା।ଏଥିରେ ସିଣ୍ଢୋଲ ୩-୨ ରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା ।
ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସତ୍ୟବାନ ପୁରୋହିତ ପୌରୋହିତ୍ୟ କରିଥିଲେ । ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ମୁଖ୍ୟ ଅତିଥି ଏବଂ କ୍ରୀଡା ସଂଗଠକ ପ୍ରମୋଦ ପଧାନ, କ୍ରିଡା ଅଧ୍ୟାପକ ନରେନ୍ଦ୍ର ଚାନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ନିଲକମଳ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସତ୍ୟବ୍ରତ ପଧାନ ଟୁର୍ଣ୍ଣାମେଣ୍ଟ ଆୟୋଜନର ଉଦ୍ଦେଶ୍ୟ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ରୀଡା ସଙ୍ଗଠକ ପ୍ରମୋଦ ପ୍ରଧାନ ଓ ଯୁବ କ୍ରିଡାବିତ ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଗିନ୍ଦିଲାମାଲର ଗାବ୍ରିଏଲ ପୁଟ୍ଟିଙ୍କୁ ଶ୍ରେଷ୍ଠ ସ୍କୋରର ଏବଂ ସିଣ୍ଢୋଲର ଅଜୟ ଲୁଗୁନଙ୍କୁ ପ୍ଲେୟାର ଅଫ୍ ଦି ଟିର୍ଣ୍ଣାମେଣ୍ଟ ଭାବେ ପୁରସ୍କୃତ କରାଯାଇ ଥିଲା । ଚାମ୍ପିୟନ ଓ ରସର୍ସ ଅଫ୍ ଦଲକୁ ନଗଦ ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯାଇ ଥିଲା ।
ମ୍ୟାଚ ଗୁଡିକରେ ସୁବାଶ ବାର୍ଲ୍ଲା, ଯୋଗଳ ଆଏନ୍ଦ ଓ ବୁଆସ ଗୁଡିଆ ରେଫରି ଭାବେ କାର୍ଯ୍ୟ ତୁଲାଇଥିବାବେଳେ କିଶୋର ହୋତା ଓ ଜୁଶବ ଲାକ୍ରା ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସୁବର୍ଣ୍ଣପୁର ଜିଲ୍ଳା ବକ୍ସିଂ ଏସୋସିଏସନ, ବିରମହାରାଜପୁର ସ୍ପର୍ଟିଂ କ୍ଲବ ଓ ବଜରଙ୍ଗ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।