ମୁନିଗୁଡା :(ରମାକାନ୍ତ ପୋଢାଲ) ବେଦାନ୍ତ ଆଲୁମିନା କମ୍ପାନୀ ଶିଳ୍ପ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବସବାସ କରୁଥିବା ବାସିନ୍ଦା ଙ୍କ ସ୍ବାସ୍ଥ୍ୟ ତଥା କଲ୍ୟାଣ ପାଇଁ ପ୍ରତିଶ୍ରୁତି ବଦ୍ଧ ଅଟେ। ନିୟମିତ ବ୍ୟବଧାନ ରେ ବେଦାନ୍ତ କମ୍ପାନୀ ବେଦାନ୍ତ ମେଡ଼ିକାଲ କର୍ତ୍ତୃପକ୍ଷ ଙ୍କ ସହଯୋଗ ରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଭିତରେ ବାହାରେ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରୁଛି।
ଏହି କ୍ରମରେ ଆଜି ଅମ୍ବାଦଳା ସତ୍ୟସାୟୀ ମନ୍ଦିର ପରିସରରେ ବେଦାନ୍ତ ମେଡ଼ିକାଲ ପକ୍ଷରୁ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଶିବିରରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଉପସ୍ଥିତ ରହି ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍ନ୍ନ କରିଥିଲେ। ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ମାଗଣାରେ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା।
ଏହି ଅବସରରେ ବେଦାନ୍ତ ମେଡ଼ିକାଲ ର ସମସ୍ତ କର୍ମଚାରୀ ବେଦାନ୍ତ କମ୍ପାନୀ ର ବିଭିନ୍ନ ବିଭାଗିୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏଥିରେ ୪୦୦ ରୁ ଉର୍ଦ୍ଧ ରୋଗୀ ପଞ୍ଜୀକୃତ କରିବା ସହ ଏହି ସ୍ବାସ୍ଥ୍ୟ ଶିବିରରେ ପ୍ରାଥମିକ ଚିକିତ୍ସା ସମ୍ପର୍ନ୍ନ କରାଯାଇଥିବା ଜଣାପଡିଛି। ବେଦାନ୍ତ କମ୍ପାନୀର ଏହିଭଳି ଜନ ହିତକର କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି।