ବୌଦ୍ଧ (ଚିତ୍ତରଞ୍ଜନ ସିଂ ). ହରଭଙ୍ଗା ବ୍ଲକ ପୁରୁଣା କଟକ କଲ୍ୟାଣୀ ମଣ୍ଡପ ଠାରେ ସୋମବାର ଜିଲ୍ଲା ପାଳ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମିନ୍ନା ଙ୍କ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି!ଅଭିଯୋଗ ଶିବିରରେ ପୁରୁଣାକଟକ ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳର ସମୁଦାୟ ୮୧ ଜଣ ଅଭିଯୋଗ ଆଣିଥିବା ବେଳେ ସେଥି ମଧ୍ୟରୁ ୭୪ ଟି ଅଭିଯୋଗ ବ୍ୟକ୍ତିଗତ ,୭ ଗୋଟି ଗ୍ରାମ୍ୟ ଅଭିଯୋଗ ଆସିଥିଲା!
ତନମଧ୍ୟରୁ ୧୨ ଜଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଇଁ ୫୮ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ୪୫ ହଜାର ଟଙ୍କା ୧୧ ଜଣଙ୍କୁ ରେଡ କ୍ରସ ପାଣ୍ଠି ରୁ ସହାୟତା କରାଯାଇଥିଲା!ଏବଂ ଉକ୍ତ ଶିବିରରେ ୩୯ ଟି ଅଭିଯୋଗ କୁ ତତ୍କାଳୀନ ସମାଧାନ କରାଯାଇଥିଲା ଓ ଜଣେ ଭିନ୍ନ କ୍ଷମ କୁ ଏକ ଟ୍ରାଏ ସାଇକେଲ ଯୋଗାଇଦିଆଯାଇଥିଲା !
ଶିବିରରେ ବୌଦ୍ଧ ଜିଲ୍ଲା PD ଅଶ୍ୱିନୀ କୁମାର ମେହେର, ହରଭଙ୍ଗା ବିଡ଼ିଓ ରବୀନ୍ଦ୍ର ନାଥ କହଁର, ତହସିଲଦାର ଶମ୍ଭୁପ୍ରସାଦ ମିଶ୍ର, ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ,ଙ୍କ ସମେତ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ବିଭାଗ ର ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ!