Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

କୋରେଇ ଟ୍ରେନ ଦୁର୍ଘଟଣା ; ଜାରି ହେଲା ସହାୟତା ନମ୍ବର,କୋରେଇ ଷ୍ଟେସନ ସହାୟତା ନମ୍ବର – ୮୪୫୫୮୮୯୯୦୫ ଖୋର୍ଦ୍ଧା ରୋଡ୍‍ କଣ୍ଟ୍ରୋଲ ରୁମ୍‍ ନମ୍ବର -୦୬୭୪-୨୪୯୨୨୪୫

243 0

ଯାଜପୁର : ଯାଜପୁର କୋରେଇରେ ସୋମବାର ବଡ ଧରଣର ଟ୍ରେନ ଦୁର୍ଘଟଣା ଘଟିଥିବା ଯାଇଥିବା ବେଳେ ଏଯାଏଁ ଏଥିରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଛି । ଏହାସହ ବର୍ତ୍ତମାନ ମଧ୍ୟ ଉଦ୍ଧାରକାରୀ ଦଳ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଅନେକ ଅଧିକାରୀ ପହଞ୍ଚିଛନ୍ତି । ଏହାସହ ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ରେଲୱେ ପକ୍ଷରୁ ଜରୁରୀକାଳୀନ ସହାୟତା ନମ୍ବର ଜାରି କରାଯାଇଛି ।

କୋରେଇ ଷ୍ଟେସନ ସହାୟତା ନମ୍ବର – ୮୪୫୫୮୮୯୯୦୫

ଖୋର୍ଦ୍ଧା ରୋଡ୍‍ କଣ୍ଟ୍ରୋଲ ରୁମ୍‍ ନମ୍ବର -୦୬୭୪-୨୪୯୨୨୪୫

କୋରାଇ ଷ୍ଟେସନରେ ପଣ୍ୟବାହୀ ଟ୍ରେନ୍ ଦୁର୍ଘଟଣା । ରେଳବାଇ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୃତ ବ୍ୟକ୍ତିମାନଙ୍କ ପରିବାର ସଦସ୍ୟମାନଙ୍କୁ ୫ ଲକ୍ଷ, ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଏବଂ ସାମାନ୍ୟ ଆହତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Related Post

ବର୍ଷେ ବିତିଗଲା କିନ୍ତୁ ମରାମତି ହୋଇ ପାରିଲା ନାହିଁ,ନିଦା ବିଷ୍ଣୁ ସାଜିଛନ୍ତି ଦୁଇ ଜିଲ୍ଲା ର ଆର ଡି ବିଭାଗ

Posted by - March 28, 2023 0
କେସିଙ୍ଗା:(ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରୁ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ସହର କୁ ସଂଯୋଗ କରୁଥିବା ରାସ୍ତା ରେ କେସିଙ୍ଗା ପଟୁ ତେଲ…