ଖପ୍ରାଖୋଲ ରେ ବ୍ଲକ ସ୍ତରୀୟ ବୈଷୟିକ କମିଟି ର ବୈଠକ , ଜୈବିକ ସାର ପ୍ରସ୍ତୁତି ପାଇଁ ୫ ଟି ଦଳକୁ ଚେକ ପ୍ରଦାନ

51 0

ଖପ୍ରାଖୋଲ: ୨୦/୧୧ ( ତାପସ ରଞ୍ଜନ ବେହେରା ) ସ୍ଥାନୀୟ ବ୍ଲକ ସଭା ଗୃହ ଠାରେ କୃଷି ସମ୍ବନ୍ଧୀୟ ବ୍ଲକ ସ୍ତରୀୟ ବୈଷୟିକ କମିଟି ର ବୈଠକ ବି ଡି ଓ ରଶ୍ମିରଞ୍ଜନ ରାଉତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ କୃଷି ଅଧିକାରୀ ଡମ୍ବରୁଧର ମେହେର କୃଷି ସମ୍ବନ୍ଧୀୟ ବିବରଣୀ ପଠନ କରିଥିବା ବେଳେ ଉଦ୍ୟାନ ବିଭାଗ , ପ୍ରାଣୀ ସମ୍ପଦ ବିଭାଗ, ନିରନ୍ତର କୃଷି , ସମ୍ମନିତ କୃଷି ଯୋଜନା , ମିଶନ ଶକ୍ତି , ଓ ଏଲ ଏମ , ମସ୍ୟ ସମ୍ପଦ ବିଭାଗ ତରଫରୁ ନିଜର ଅଗ୍ରଗତି ଉପସ୍ଥାପନା କରାଯାଇଥିଲା । ଆଗାମୀ ରବି ଫସଲ ସହ ବିଭିନ୍ନ ଯୋଜନା ର ସଫଳ ରୂପାୟନ ପାଇଁ ଆଲୋଚନା ହୋଇଥିଲା। ଏହି ଅବସରରେ ସମନ୍ୱିତ କୃଷି ଯୋଜନା ରେ ଚିହ୍ନଟ ୫ ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଜୈବିକ ସାରା ଓ କୀଟନାଶକ ପ୍ରସ୍ତୁତି ପାଇଁ ୫୦ ହଜାର ଲେଖାଏଁ ର ଚେକ୍ ପ୍ରଦାନ କରାଯାଇଥିଲା ।

ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ କୃଷି ଅଧିକାରୀ ସୁଜିତ ଭୋଇ, ବି ଭି ଓ ଡା. ସ୍ୱୋପନେଶ୍ୱର୍ ନାଏକ , ସହକାରୀ କୃଷି ଉଦ୍ୟାନ ଅଧିକାରୀ ଜିନିତା ବରୁଆ , ଏଫ୍ ଇ ଏସ ଏମ ଟି ଅଭୟ ତ୍ରିପାଠୀ, ବି ପି ଏମ ମନୋଜ କେରକେଟା , ବି ପି ସି ଲକ୍ଷ୍ମୀ ନାରାୟଣ ବିଶି , ଏସ ପି ପି ଆଇ ଏଫ୍ ପିଓ କବିଶ ଅଗସ୍ତି , ଆଇ ଫ ଏସ ବିସି ସୁରେଶ ବେହେରା , ଉମେଶ ଗୁପ୍ତା , ସନ୍ଦୀପ ବାରିକ , ଏଟିଏମ୍ ମାନସ ଖମାରୀ , ପରେଶ୍ ମେହେର ପ୍ରମୁଖ କମିଟି ସଦସ୍ୟ ଉପସ୍ଥିତ ଥିଲେ।

Related Post

ଖରଭୂଇଁ ଆନ୍ଦୋଳନ ପହଞ୍ଚିଲା ୭ମ ଦିନରେ , ଆନ୍ଦୋଳନ ସ୍ଥଳରେ ପାଠ ପଢିଲେ ଛାତ୍ର ଛାତ୍ରୀ

Posted by - November 8, 2022 0
ବୌଦ୍ଧ  : (ଚିତ୍ତ ରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଗ୍ରାମଠାରେ ପଥର କ୍ବାରୀ ଓ କ୍ରସର ବିରୁଦ୍ଧରେ ଗ୍ରାମବାସୀଙ୍କ ଚାଲିଥିବା…

ହରଭଙ୍ଗା କଲେଜରେ ବିଶ୍ୱ ଏଡ଼ସ ଦିବସ ପାଳିତ

Posted by - December 2, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପଙ୍କ ତତ୍ତ୍ୱାବଧାନରେ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ…

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଦାୟ କାଳୀନ ସମ୍ବର୍ଦ୍ଧିନା।

Posted by - December 1, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ମହାପାତ୍ର ଓ ଜିଲ୍ଲା ମଗଂଳ ବିଭାଗ ର କର୍ମଚାରୀ ଦୁଃଶାସନ ବେହେରା ସରକାରୀ ଚାକିରୀ ରୁ ଅବସର ନେଇଥିବା…

ବିଧାୟକଙ୍କ ଦ୍ଵାରା ସହିଦ ବିଭୁଧେନ୍ଦ୍ର ବିଶ୍ଵାଳ ମାର୍ଗ ଉନ୍ମୋଚିତ

Posted by - October 23, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ସହୀଦ ସପ୍ତାହ ଅଵସରରେ ଆଜି ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜହ୍ନ।ପଙ୍କ-ଖମାରିପଡା ପୂର୍ତ୍ତ ବିଭାଗ ରାସ୍ତା…