ସମ୍ବଲପୁର :୨୦/୧୧ (ରମାକାନ୍ତ ବିଶ୍ବାଳ)ଅସୁରଗଡ ଏହି ନାଁ ଆସିଲେ ମନରେ ଆପେ ଆପେ ଭରି ଯାଇଥାଏ ରୋମାଞ୍ଚ । ତେବେ ଆମ ରାଜ୍ୟ ରେ ଅସୁରଗଡ ନାରେ ବହୁ ସ୍ଥାନ ଥିବା ବେଳେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଥିବା ଚାଉଁରପୁର ନିକଟସ୍ଥ ବ୍ରହ୍ମପୁରା ଗାଁରେ ଥିବା ଅସୁରଗଡ ଅଞ୍ଚଳ ହେଉଛି ଅନ୍ୟତମ ଚର୍ଚ୍ଚିତ ସ୍ଥାନ । ସତାଧିକ ବର୍ଷ ହେବ ସହର ଉପକଣ୍ଠରେ ଥିବା ଏହି ଅସୁରଗଡ ନିଜର ରହତ୍ସମୟ ଘଟଣା ପାଇଁ ବେଶ ଜଣାଶୁଣା । ବ୍ରହ୍ମପୁରା ଗ୍ରାମର ଏକ ଛୋଟିଆ ପାହାଡ କୁ ଘେରିକି ରହିଛି ଏହି ଅସୁରଗଡ ।
ତେବେ କହିବାକୁ ଗଲେ ଅସୁରଗଡ କହିଲେ ଏଠାରେ କେବଳ ରହିଛି ଏକ ରହତ୍ସମୟ ବଡ ସାଇଜ ର ପଥରରେ ନିର୍ମିତ ପାଚେରୀ । ଏହି ଅସୁରଗଡ କୁ ନେଇ ସବୁଠୁ ଆଶ୍ଚର୍ଯ୍ୟ ର ବିଷୟ ହେଲାଯେ ଏହି ଅସୁରଗଡ ରେ ଥିବା ବଡ ପଥରରେ ଥିବା ଏକ କିମି ପର୍ଯ୍ୟନ୍ତ ଲମ୍ବିଥିବା ସତାଧିକ ବର୍ଷ ର ପୁରାତନ ପଥର ପାଚେରୀ । ଏହି ରହତ୍ସମୟ ପାଚେରୀ ଯେ କେତେ ବର୍ଷ ର ପୁରୁଣା ତାହା କହିବା ବଡ ମୁସକିଲ । ସ୍ଥାନୀୟ ଅଞ୍ଚଳବାସୀ ଙ୍କ କହିବା କଥା ଯେ ସତାଧିକ ବର୍ଷ ହେବ ଏଠାରେ ଏହି ପାଚେରୀ ଏମିତି ଦଣ୍ଡାୟମାନ ହୋଇଛି । ସ୍ଥାନୀୟ ଗ୍ରାମବାସୀମାନେ ଆହୁରି କହନ୍ତି ଯେ ଅସୁରଗଡ ରେ ଥିବା ଏହି ରହତ୍ସମୟ ପାଚେରୀ ର ପଥର ବଡ ବଡ ଆକାର ର ଥିବା ବେଳେ ସମାନ ଆକାର ରେ ଗୋଟିଏ ପଥର ଉପରେ ଆଉ ଗୋଟିଏ ପଥର ରଖାହୋଇ ପାଚେରୀ ନିର୍ମାଣ ହୋଇଛି । ଏହି ପାଚେରୀ ର ଗୋଟିଏ ବି ପଥର ବି ଆଜିଯାଏ ନଷ୍ଠ ହୋଇନାହିଁ ।
ଏହାସହ ଅସୁରଗଡ ର ପଥର ପାଚେରୀ ଏକ ଛୋଟିଆ ପାହାଡ ଚାରିପଟେ ଘେରିକି ରହିଛି । ବ୍ରହ୍ମପୁରା ଗ୍ରାମବାସୀ ଙ୍କ ଲୋକଙ୍କ ମଧ୍ୟରେ ଏକ ଲୋକକଥା ପ୍ରଚଳିତ ଅଛି ଆଉ ଲୋକଙ୍କ ବିଶ୍ୱାସ ରହି ଯେ ସତାଧିକ ବର୍ଷ ହେବ ଏହି ଗ୍ରାମକୁ ଅସୁର ମାନେ ହଟାତ ରାତିରେ ଆସି ରାତାରାତି ନିଜ ରହିବା ପାଇଁ ଏଠାରେ ପଥର ପାଚେରୀ ଦେଇ ଗଢ ବା କିଲା ନିର୍ମାଣ କରିବାକୁ ଲାଗିଲେ । ତେବେ ଗ୍ରାମର ଲୋକେ ଭୋଁର ସକାଳୁ ଢେଁକି କୁଣ୍ଡରେ ଚୁଡା କୁଣ୍ଟିବାକୁ ଆରମ୍ଭ କରିବାରୁ ଡେକି କୁଣ୍ଟର ଶଦ୍ଧ ଶୁଣି ନିଜ ରହିବା ପାଇଁ ତିଆରି କରୁଥିବା ଗଢକୁ ଅଧା ନିର୍ମାଣ କରି ଏଠାରୁ ଭୟରେ ଅସୁର ମାନେ ଚାଳି ଯାଇଥିଲେ । ତେବେଠୁ ଏହି ପଥର ପାଚେରୀ ଏମିତି ଭାବରେ ଅଧ ନିର୍ମିତ ଭାବରେ ଅସୁରଗଡ ନାରେ ପଡି ରହିଛି ।
ସମ୍ବଲପୁର ସହର ର ବ୍ରହ୍ମପୁରା ଠାରେ ଥିବା ଅସୁରଗଡ ର ଇତିହାସ କୁ ନେଇ ଐତିହାସିକ ତଥା ସମ୍ବଲପୁର ଇତିହାସ ଉପରେ ଗବେଷଣା କରୁଥିବା ଗବେଷକ ମାନଙ୍କ ର କିନ୍ତୁ ଏହାର ଇତିହାସ ନେଇ ଭିନ୍ନ ମତ ରହିଛି । ଏନେଇ ସମ୍ବଲପୁର ଇତିହାସ ଉପରେ ଗବେଷଣା କରୁଥିବା ଗବେଷକ ଦିପକ ପଣ୍ଡା କହିଛନ୍ତି ଯେ ଏହି ରହତ୍ସମୟ ପଥର ପାଚେରୀ ନିର୍ମାଣ ରେ କୌଣସି ଅସୁର ଙ୍କ ସଂପକ ନାହିଁ । ତେବେ ଏହା ୧୪୦୦ ରୁ ୧୫୦୦ ଶତାବ୍ଦୀ ମଧ୍ୟରେ କୌଣସି ରାଜା ଙ୍କ ଦ୍ୱାରା ନିର୍ମାଣ କରାଯାଇଛି ।
୧୬୦୦ ଶତାବ୍ଦୀରେ ସମ୍ବଲପୁର ରେ ଶାସନ କରୁଥିବା ରାଜା ବଳରାମ ଦେବ ଙ୍କ ଶାସନ ର ଆହୁରିପୂର୍ବ ସମୟରୁ ନିର୍ମାଣ କରାଯାଇଥିବା କାରଣ ରାଜା ବଳରାମ ଦେବ ଙ୍କ ସମୟରେ ଯେଉଁ ପଥର ପାଚେରୀ ନିର୍ମାଣ ହୋଇଛି ତାହା ଠାରୁ ଏହାର ଭିନ୍ନତା ରହିଛି ଅନ୍ୟପକ୍ଷରେ ଅସୁରଗଡ ର ଏହି ପଥର ପାଚେରୀ ପାଚେରୀକୁ ଦେଖିଲେ ଏହା କୌଣସି ରାଜପ୍ରାସାଦ ଅଥବା କୌଣସି ରାଜା ତାଙ୍କ ର ସୈନ୍ୟଙ୍କ ରହିବା ପାଇଁ ଶିବିର ଭାବରେ ଏହା ନିର୍ମାଣ କରୁଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି ।ସମ୍ବଲପୁର ଚାଉଁରପୁର ବ୍ରହ୍ମପୁରା ନିକଟରେ ଥିବା ରହତ୍ସମୟ ଅସୁରଗଡ ର ଇତିହାସ ଯାହା ହେଉନା କାହିଁକି ଏହାର ଯଦି ସଠିକ ଭାବରେ ସରକାର ପ୍ରଚାର ପ୍ରସାର କରନ୍ତେ ତେବେ ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ଏହା ପରିଗଣିତ ହୋଇ ପାରନ୍ତା ।