କେସିଙ୍ଗା :(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବୋରିଂ ପଦର୍ ସ୍ଥିତ ବୃନ୍ଦାବନ କଲ୍ୟାଣ ମଣ୍ଡପ ଠାରେ ଦିନ ୧୨ଘଣ୍ଟା ସମୟରେ କେସିଙ୍ଗା ବ୍ଲକ୍ ର ଏ ନ ପି ଏ ସ ଅଧିନସ୍ଥ ପ୍ରାଥମିକ ଶିକ୍ଷକ ମାନକ୍ରର ଏକ ବୈଠକ ଅନୁଷ୍ଠିତ ହେଇଥିଲା।ପ୍ରଥମେ NPS ପ୍ରାଥମିକ ଶିକ୍ଷକ ମାନଙ୍କର ଏକ କମିଟି ଗଠନ କରାଯାଇଥିଲା।ଆବାହକ ଭାବରେ ଶ୍ରୀଅକ୍ଷୟ କୁମାର ରଥ ,ସହାବାହକ ଭାବରେ ଶ୍ରୀସଞ୍ଜୀବ କୁମାର ଭୋଇ ଓ କୋଷାଧ୍ୟକ୍ଷ ଭାବରେ ଶ୍ରୀ ଚନ୍ଦ୍ର ଧ୍ୱଜ ନାଗ ଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା।ଏହା ସହିତ ୧୩ ଗୋଟି କ୍ଳଷ୍ଟର ରୁ ୧୩ ଜଣ ସଂଯୋଜକ ମଧ୍ୟ ମନୋନୀତ କରାଯାଇଥିଲା।
ଏହା ପରେ ଆଗାମୀ ୨୭-୧୧-୨୦୨୨ ରିଖ ରେ ହେବାକୁଥିବା ରାଜ୍ୟ ସ୍ତରୀୟ ରେଳି ସମ୍ବନ୍ଧ ରେ ଆଲୋଚନା କରିବା ସହିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଆନ୍ଦୋଳନରେ ଯୋଗ ଦାନ କରିବାପାଇଁ ଆହ୍ବାନ କରାଯାଇଥିଲା।ତାପରେ ବ୍ଲକ୍ ର ପ୍ରାୟ ସମସ୍ତ ୧୮୦ ଜଣ ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଏକ ବିରାଟ ରେଲି ରେ ବାହାରି ଗୋଷ୍ଟି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଯାଇ ଥିଲେ।ଗୋଷ୍ଟି ଶିକ୍ଷା ଅଧିକାରୀ ଅନୁପସ୍ଥିତ ଥିବାରୁ ସହ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀପଞ୍ଚୁ ନାଥ ପୁଟେଲ୍ ଙ୍କୁଏକ ଦାବୀ ପତ୍ର ଦେଇ ଥିଲେ।ଉକ୍ତ ଦାବୀ ପତ୍ର ରେ ଚୁକତିଭିତ୍ତିକ ନିଯୁକ୍ତି ଉଚ୍ଛେଦ,୬ବର୍ଷ ର ଶିକ୍ଷା ସହାୟକ ଅବଧି ଗଣନା ସହିତ ୬ ଟି ଇ ନକ୍ରୀ ମେନ୍ ଟ ପ୍ରଦାନ,କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ NPS ଉଚ୍ଛେଦ କରି OPS ଲାଗୁ କରିବା ନେଇ ଦାବୀ ପତ୍ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଥିଲା।
ଉକ୍ତ ରେଲି ଓ ପ୍ରତିବାଦ ସଭାରେ ଜିଲ୍ଲା ମିଳିତ ପ୍ରାଥମିକ ମହାସଂଘ (NPS) ଉପସଭାପତି ଉଗ୍ରସେନ ସାହୁ ଉପଦେଷ୍ଟା ଅକ୍ଷୟ କୁମାର ରଥ,ବରିଷ୍ଟ ଶିକ୍ଷକ ସୁଶିଲ କୁମାର ମାହାର,ଦିଲିପ୍ କୁମାର ପ୍ରଧାନ,ପ୍ରଶାନ୍ତ କୁମାର ଶବର,ଚନ୍ଦ୍ର ବାଗ,ଅବନୀ ରଂଜନ ପ୍ରଧାନ,ଅରୁଣ କୁମାର ପ୍ରଧାନ,ସସ୍ମିତା ରାଓ,ରଶ୍ମିତା ଭୋଇ,ପ୍ରିୟଦର୍ଶିନୀ ବେମାଲ ପ୍ରମୁଖ ଉପସ୍ଥିତ ଥିଲେ