ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

169 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ମିଳିତ ପ୍ରାଥମିକ ମହାସଂଘ (ନୂତନ ପେନସନ ଯୋଜନାଭୁକ୍ତ )ଆହ୍ନାନ କ୍ରମେ ଟିଟିଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତିନି ଦଫା ଦାବୀ ସମ୍ଭଳିତ ଦାବୀପତ୍ର ପ୍ରଦାନ କରାଯାଇଛି l ଚୁକ୍ତିଭିତ୍ତିକ ପ୍ରାଥମିକ ଶିକ୍ଷକ ନିଯୁକ୍ତି ସଂପୂର୍ଣ୍ଣ ଉଛେଦ ଓ ୨୦୦୧ ମସିହା ଠାରୁ ସ୍ବେଛାସେବୀ ଶିକ୍ଷା ସହାୟକ, ଶିକ୍ଷସହାୟକ ଓ କନିଷ୍ଠ ଶିକ୍ଷକଙ୍କୁ ବିଗତ ଛଅ ବର୍ଷ କାର୍ଯ୍ୟକାଳ ଚାକିରିକାଳକୁ ଗଣନା କରି ଛଅ ଗୋଟି ଇଂକ୍ରିମେଣ୍ଟ (ନେସନାଲ ବେନିଫିଟ )ପ୍ରଦାନ କରିବା, ଅବିକଳ କେନ୍ଦ୍ରୀୟ ଦରମା ପ୍ରଦାନ କରିବା ଓ ପୁରୁଣା ପେନସନ ଯୋଜନା ଲାଗୁ କରିବା ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି l

ଏହି ଅବସରରେ ଟିଟିଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପଞ୍ଚାନନ ଗଡ଼ତ୍ୟା, ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା, କୋଷାଧକ୍ଷ ସଞ୍ଜୟ ସରାବ, ଅଡିଟର ରାମଗୋପାଳ ମହେତୋ, ଉପସଭାପତି ଅନନ୍ତ ଚରଣ ସାହୁ, ହେମକାନ୍ତ ନାଗ,ସୁନୀଲ ହରପାଲ, ନିତ୍ୟାନନ୍ଦ ହୋତା,ପ୍ରଦୀପ୍ତ ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ଦେବଦତ୍ତ ସୌରା, ବିଜେନ୍ଦ୍ର ଚୌଧୁରୀ, ଅନିଲ ତ୍ରିପାଠୀ, କିଶୋର ବନଛୋର, ଅନଙ୍ଗ ବିଶି, ବିଶ୍ୱ ରଞ୍ଜନ ଦୋରା, ଉମେଶ ଚନ୍ଦ୍ର ସାହୁ ସମେତ ବହୁ ଶିକ୍ଷକ ଉପସ୍ଥିତ ଥିଲେ l

Related Post

ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାବାସୀଙ୍କୁ ବୋକା ଭାବି ଭୂଆଁ ବୁଲାଉଛନ୍ତି :- ବିଜେଡି

Posted by - December 2, 2020 0
ଭୁବନେଶ୍ବର :ଦୁର୍ନୀତିର ପାହାଡ଼ ଉପରେ ଠିଆ ହୋଇ କଳାଟଙ୍କାର ସାମ୍ରାଜ୍ୟ ଗଢ଼ିଥିବା ଆଇଏଏଫ୍ ଅଫିସର ଅଭୟ ପାଠକ୍ ଏବଂ ତାଙ୍କ ପରିବାରରେ ବନ୍ଧୁ ବାନ୍ଧିଥିବା ପୂର୍ବତନ ମନ୍ତ୍ରୀ…

ନନ୍ଦନକାନନରେ ଜନ୍ମ ନେଇ ଥିବା ପୁରୁଷ ସିଂହ ଶାବକର ମୃତ୍ୟୁ

Posted by - July 24, 2021 0
ଉତ୍ତରଭୁବନେଶ୍ୱର୍:(ସନ୍ତୋଷ ରାଉତ)ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହି ବିଜିଲି ଓ ସମ୍ରାଟ ମିଳନରୁ ଜନ୍ମ ନେଇ ଥିବା ପୁରୁଷ ସିଂହ ଶାବକ ର ଆଜି ମୃତ୍ୟୁ ହୋଇଛି…

ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ୱାରା ଧାନ ବୋଝେଇ ଟ୍ରକ ଜବତ

Posted by - December 31, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ସ୍ୱତନ୍ତ୍ର ସିଏସଓ ଅଫିସର ଦଳ ଦ୍ୱାରା ଜବତ ହୋଇଥିବା ଧାନ ଓ ଧାନ ବୋଝେଇ ଟ୍ରକ ଟି ତଦନ୍ତ ଅଧୀନ ଥିବା ବେଳେ ସୂଚନା…

ଯାଜପୁର : ବିସ୍ଫୋରଣ ର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର

Posted by - December 26, 2018 4
ଯାଜପୁର ଉତ୍ତପ୍ତ ଲୁହା ପଡ଼ି ୫ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ମୈଥାନ ଇସ୍ପାତ କାରଖାନାରେ।କଳିଙ୍ଗନଗରସ୍ଥିତ…