Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

କଳାହାଣ୍ଡି ଜିଲ୍ଲାପାଳ ଙ୍କ ଅଭିନବ ପଦକ୍ଷେପ : ବ୍ଲକ ସ୍ତର ରେ ସମସ୍ତ ବିଭାଗୀୟ ଯୋଜନା ର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ସମନ୍ନୟ ବୈଠକ

144 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଟାଉନ୍ ହଲ୍ ଠାରେ ଜିଲ୍ଲପାଳ ପି. ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଥର ପାଇଁ ବ୍ଲକ ସ୍ତର ରେ ବିଭିନ୍ନ ବିଭାଗୀୟ ଯୋଜନା ର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସଚିନ ପାୱାର ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ ।ପ୍ରୋଜେକ୍ଟର ସ୍ଲାଇଡ୍ ମାଧ୍ୟମରେ କୃଷି, ଉଦ୍ୟାନ, ଜଳଛାୟା ଓ କଫି ଉନ୍ନୟନ, ପ୍ରାଣୀ ସମ୍ପଦ, ଜୀବିକା ମିଶନ୍, ମିଶନ ଶକ୍ତି, ଶିଳ୍ପ, କର୍ମ ନିୟୋଜନ ଓ ଦକ୍ଷତା ବିକାଶ, ମଙ୍ଗଳ, ଓରମାସ୍, ମନରେଗା, ଆଦିବାସୀ ଉନ୍ନୟନ, ଶ୍ରମ, ଦକ୍ଷତା, ସଂସ୍କୃତି, କ୍ରୀଡା, ଶିଶୁ ସୁରକ୍ଷା, ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ବିଭାଗ ର ବିଭିନ୍ନ ଜନ ଶିବିର, କଲ୍ୟାଣକାରୀ ସ୍କିମ ରେ ଲୋକଙ୍କ ସହଭାଗିତା, ହିତାଧିକାରୀଙ୍କ ଲାଭ ଓ ଅଧିକ ରୁ ଅଧିକ ଜନ ସଚେତନତା ଆଣିବା ତଥା ବ୍ଲକ୍ ସ୍ତରରେ ଅବସ୍ଥାପିତ ବ୍ଲକ୍ ସ୍ତରର ଅଧିକାରୀ ଏହି ଯୋଜନା କୁ ଜାଣି କିଭଳି ଲୋକଙ୍କୁ ସଚେତନ କରିବେ ଏବଂ ହିତାଧିକାରୀଙ୍କ ଚୟନ କରିବେ ତା ଉପରେ ଦୀର୍ଘ ୫ ଘଣ୍ଟା ଧରି ବିସ୍ତୃତ ଭାବେ ପ୍ରଦର୍ଶନ କରାଗଲା ।

ପ୍ରତ୍ୟେକ ବିଭାଗର ବିଭିନ୍ନ ସ୍କିମ ଉପରେ ସମ୍ପୃକ୍ତ ବିଭାଗୀୟ ଉପସ୍ଥିତ ସମସ୍ତ ବ୍ଲକ ଅଧିକାରୀଙ୍କୁ ବୁଝାଇଥିଲେ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସ୍କୀମ ପ୍ରଦର୍ଶନ କରୁଥିବା ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଅନ୍ୟାନ୍ୟ ବ୍ଲକ୍ ସ୍ତରର ଅଧିକାରମାନଙ୍କ ଠାରୁ ଜାଣିବା ପାଇଁ ଉତ୍ତର ଲୋଡ଼ି ଥିଲେ । ସରକାରଙ୍କ ଦ୍ଵାରା ପ୍ରଣୟନ ବିଭିନ୍ନ ଯୋଜନା କୁ ଲୋକେ ଜାଣନ୍ତୁ, ଲାଭ ଉଠାନ୍ତୁ ତଥା ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହେଉ , ଏହା ହିଁ ସମନ୍ନୟ ବୈଠକର ମୂଳ ଉଦ୍ଦେଶ୍ୟ ।

କୃଷି ବିଭାଗ ର ଓଡ଼ିଶା ମିଲେଟ୍ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସମନ୍ୱିତ କୃଷି, କୃଷକ ଓଡ଼ିଶା ପୋର୍ଟାଲ୍, ଗୋ ସୁଗମ, ଉଦ୍ୟାନ ବିଭାଗ ର ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ଖାଦ୍ୟ ଯୋଜନା, ମହିଳା ସ୍ଵଂୟ ସହାୟକ ଗୋଷ୍ଠୀଙ୍କ ସହଭାଗିତା, ମୃତ୍ତିକା ସଂରକ୍ଷଣ ତରଫରୁ କଳାହାଣ୍ଡିରେ କଫି ଉନ୍ନୟନ, ମନରେଗା ପୋଖରୀ, ପ୍ରାଣୀ ସମ୍ପଦ ବିଭାଗ ତରଫରୁ ବ୍ରୟଲର ଫାର୍ମ, ଲେୟର ଫାର୍ମ, ଛେଳି ଚାଷ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗରେ ପଶୁ ପାଳନ, ମତ୍ସ୍ୟ ବିଭାଗରୁ ପୋଖରୀ ଯୋଜନା, ବ।ୟୋ ଫ୍ଲକ୍ ଯୋଜନା, ମିଶନ ଶକ୍ତି ବିଭାଗର ଗୋଷ୍ଠୀ ଋଣ, ମିଶନ ଶକ୍ତି କାଫେ, ମିଶନ ଶକ୍ତି ଗୃହ, ଜୀବିକା କାର୍ଯ୍ୟ ସ୍ଥଳୀ, ନିୟୋଜନ ଓ ଦକ୍ଷତା ତରଫ ରୁ ପ୍ରଧାନମନ୍ତ୍ରୀ କର୍ମ ନିଯୁକ୍ତି ଯୋଜନା, ମାଇକ୍ରୋ ଫୁଡ୍ ପ୍ରୋସେସିଂ , ଜିଲ୍ଲା ଦକ୍ଷତା ବିକାଶ, ଯୋଜନା, ଜବ ଡ୍ରାଇଭ୍, ଜନ ଶିକ୍ଷା ସଂସ୍ଥାନ, ଆତ୍ମନିଯୁକ୍ତି ତାଲିମ୍, ମଙ୍ଗଳ ବିଭାଗ ତରଫରୁ ବିଭିନ୍ନ ପ୍ରୋତ୍ସାହନ ଶିକ୍ଷା ବୃତ୍ତି, ଶ୍ରମ ବିଭାଗ ତରଫରୁ ଶ୍ରମ କାର୍ଡ, ଶ୍ରମ କାର୍ଡ ଧାରୀଙ୍କ ପାଇଁ କଲ୍ୟାଣ ଯୋଜନା ଓ ସହାୟତା କ୍ରୀଡା ବିଭାଗ ତରଫରୁ ମିନି ଷ୍ଟାଡିୟମ, ଯୁବ ଉତ୍ସବ, କ୍ରୀଡାର ବିକାଶ ତଥା ପଞ୍ଚାୟତ ସ୍ତରରୁ ଖେଳ କୁଦ ପ୍ରତିଯୋଗିତା, ଶିଶୁ ସୁରକ୍ଷା ବିଭାଗ ତରଫରୁ ବିଜୁ ଶିଶୁ ସୁରକ୍ଷା ଯୋଜନା, ଆଶୀର୍ବାଦ, ବେଟି ବଚାଓ ବେଟି ପଢ଼ାଓ, ପୋଷ୍ୟ ସନ୍ତାନ ଏଭଳି ବିଭିନ୍ନ ବିଭାଗର ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ପ୍ରଦର୍ଶିତ ହୋଇଥିଲା ।କାର୍ଯ୍ୟକ୍ରମ ରେ ଜିଲ୍ଲା ତଥା ବ୍ଳକ ସ୍ତରର ଅଧିକାରୀ ମାନେ ଉପସ୍ଥିତ ଥିଲେ।


ସଭାରେ ସି.ଡି.ଏମ.ଓ, ସି.ଡି.ଏ.ଓ , ଡି.ଡି.ଏଚ୍, ଡି.ଏଫ୍.ଓ, ଡି.ଏସ.ଡବ୍ଲୁ.ଓ, ଡି.ଡବ୍ଲୁ.ଓ, ଡି.ସି.ପି.ଓ, ଡି.ଏସ.ଓ, ଡି.ଇ.ଓ, ଓର୍ମ।ଶ୍ ,ଡି.ପି.ଏମ, ( ଓ.ଏଲ.ଏମ୍), ଡି.ପି.ଏମ ( ମିଶନ ଶକ୍ତି), ଜି.ଏମ ( ଡି.ଆଇ.ସି), ଡି.ଆଇ.ପି.ଆର୍.ଓ, ପି.ଏ ( ଆଇ.ଟି.ଡି.ଏ) , ଡି.ସି.ଓ, ଡି.ପି.ଏମ., ଏନ୍.ଏଚ୍.ଏମ, ସମସ୍ତ ବ୍ଲକ୍ ର ବି.ଡି.ଓ, ସି.ଡ଼ି.ପି.ଓ, ବ୍ଲକ ସ୍ତରର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଅଦିନିଆ ଝଡତୋଫାନ ଓ କୁଆପଥର ସହ ବର୍ଷା ଯୋଗୁଁ ସର୍ବଶାନ୍ତ ଚାଷିଭାଇ

Posted by - December 30, 2021 0
ବରଗଡ/ଅତାବିରା:ଗୋଟିଏ ପଟେ ସରକାର ର ଜଟିଲ ନିତି ନିୟମ ଓ ଅନ୍ୟପଟେ ପ୍ରକୃତିର ତାଣ୍ଡବରେ ପେଶି ହୋଇ ଆଜି ଚାଷିଭାଇ ତାର ବହୁ କଷ୍ଟ ଉପାର୍ଜିତ କୃଷିଯାତ…

ଓଡିଶାରେ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ଇଭିଏମ ଜରିଆରେ ହେବ ୧୧୦ ପୌରାଞ୍ଚଳ ନିର୍ବାଚନ

Posted by - February 10, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଗତ ଫେବୃୟାରୀ ୧୦ ତାରିଖ ଦିନ ରାଜ୍ୟ ନିର୍ବାଚନ କମିଶନ ଙ୍କ ଆହ୍ୱାନ କ୍ରମେ ଆଗାମୀ ପୌରାଞ୍ଚଳ ନିର୍ବାଚନ ନେଇ…

ମଶାଲ ଶୋଭାଯାତ୍ରା” କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କଲା ରାଜ୍ୟ ଓବିସି ମଞ୍ଚ

Posted by - August 10, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ଵାଳ) ଭାରତ ଛାଡ ଆନ୍ଦୋଳନର ୮୧ତମ ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ଓବିସି ମଞ୍ଚ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ମଶାଲ ଶୋଭାଯାତ୍ରା I…

ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଆଉ ୫ ଅଭିଯୁକ୍ତ ଗିରଫ

Posted by - June 5, 2019 773
ବ୍ରହ୍ମପୁର  : ବ୍ରହ୍ମପୁରର କଂଗ୍ରେସ ନେତା ମନୋଜ ଜେନା ହତ୍ୟା ମାମଲାରେ ଧରାପଡ଼ିଲେ ଆଉ ୫ ଜଣ ଅଭିଯୁକ୍ତ। ଏହି ୫ ଜଣଙ୍କୁ ବିଭିନ୍ନ ସ୍ଥାନରୁ ପୁଲିସ…

ବୌଦ୍ଧ ରେ ଆନ୍ତର୍ଜାତୀୟ ମହିଳା ଦିବସ

Posted by - March 10, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ଅଧିକାରୀ ମାନଙ୍କୁ ଉତ୍ସାହିତ କରିଥିଲେ ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ…