ସମ୍ବଲପୁର:୧୯/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ର ଜୁଯୋମୁରା ବ୍ଳକର ଟାମ୍ପରଗଡ ପଞ୍ଚାୟତ ର ଉପରପଡା ଠାରେ ତଲିମାଲ ପୁରୁଣାବସ୍ତି ଠାରୁ ବୁଡିକୁଟୁଣି ପର୍ଯ୍ୟନ୍ତ ମନରେଗା ଯୋଜନାରେ ଏକ ରାସ୍ତା କାମର ସୁଭାରମ୍ଭ କରାଯାଇଛି । ଆରଡି ରାସ୍ତା ଠାରୁ ମଠପଡା ପର୍ଯ୍ୟନ୍ତ ଏକ ରାସ୍ତା ପାଇଁ ସୁଭାରମ୍ଭ ଦିଆଯାଇଛି ।
ସେହିପରି ବେହେରାମାଲ ରାସ୍ତା ର ମାପ କରାଯାଇ ଧଲପାଲ ବଜାର ରେ ହେଉଥିବା କଂଙ୍କିଟକରଣ କାର୍ଯ୍ୟର ତଦାରଖ କରାଯାଇ ସମିକ୍ଷା କରାଯାଇଥିଲା । ପଞ୍ଚାୟତ ର ଏହି ତଦାରଖ ଓ ସମିକ୍ଷା କାର୍ଯ୍ୟରେ ଟାମ୍ପରଗଡ ପଞ୍ଚାୟତ ର ସରପଞ୍ଚ କ୍ଷିରୋଦ ରାଉଳ, ପଞ୍ଚାୟତ ନିର୍ବାହି ଅଧିକାରୀ କୁଞ୍ଜବିହାରି ସାହୁ,ବ୍ଳକର କନିଷ୍ଠ ଯନ୍ତ୍ରୀ ରଞ୍ଜନ ଦାସ , ଜିଆରଏସ ପ୍ରସେନଜିତ ପଣ୍ଡା, ଗ୍ରାମସାଥି ମନୋଜ ସାହୁ, ଉତ୍ତମ ଠେଲା,ସୁଶାନ୍ତ ମାଝି ଉପସ୍ଥିତ ରହିଥିଲେ