Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ସ୍ୱାଗତ ସମାରୋହ

20 0

ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁକ୍ତ 3 ପ୍ରଥମ ବର୍ଷ ର ଛାତ୍ରୀ ଙ୍କୁ ଏକ ନିଆରା ଢଙ୍ଗ ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି l ଯାହାର ନିର୍ଯ୍ୟାସ ହେଉଛି ଛାତ୍ରୀ ମାନଙ୍କ ଭିତରେ ଥିବା ବୌଦ୍ଧିକ, କଳା, ତଥା ସମସ୍ତ ପ୍ରକାର ଟେଲେଣ୍ଟ ର ଚି଼ହ୍ନଟ ତଥା ବିକାଶ l ଏଥିରେ ମିସ ଦିବା ଭାବେ ଦିବ୍ୟାଶ୍ରୀବେହେରା ଓ ମିସ ଫ୍ରେସର ଭାବେ ମିସ ପୂଜାରାଣୀ ପୁରୋହିତ ତାଜ ଧାରଣ କରି ବିଜେତା ହୋଇ ଦିତ୍ୱୀୟ ଅଧିବେଶନ ର ଅତିଥି ଡିବ୍ଲୁଓ, ଏବଂ ଓଏଏସ ପାୟଲ ବାଗ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିଲେ l

ଡିଗ୍ରୀ କଲେଜ ଅଧ୍ୟକ୍ଷl ରିତା ରାଣୀ ପୁଜାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଉଦଘାଟନ କରି ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ ରେ କ୍ୟାରିଅର ଗଠନ ଉପରେ ଛାତ୍ରୀ ଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ରଖି ମନ କୁ ଷ୍ଟ୍ରଙ୍ଗ ରଖି ନିର୍ଭିକ ଭାବେ ଜୀବନ ର ସବୁ ପରିସ୍ଥିତି ର ମୁକାବିଲା କଲେ ସବୁ କ୍ଷେତ୍ର ରେ ସଫଳତା ପାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ l ଏହା ସହିତ ନିଜର ଆଇଏଏସ ପ୍ରସ୍ତୁତି କ୍ୟାରିୟର ଉପରେ ଅନେକ ଉଦାହରଣ ଦେଇ ଅଧ୍ୟାପକ ଓ ଛାତ୍ରୀ ମାନଙ୍କୁ ପ୍ରେରଣା ଯୋଗାଇଥିଲେ l ଛାତ୍ର ଜୀବନରେ ଡିପ୍ରେସନ ର ସବୁଠୁ ଭଲ ଉପାୟ ହେଉଛି କନଭରସେସନ ବୋଲି ଛାତ୍ରୀ ଙ୍କ ପ୍ରଶ୍ନ ର ଉତ୍ତର ରେ ବୁଝାଇଥଲେ l

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ କଠିନ ପରିଶ୍ରମ ଓ ଶୃଙ୍ଖଳା ରଖିବା ସହ ଆମ ସଂସ୍କୃତି ପରମ୍ପରା ଉପରେ ମଧ୍ୟ ଅନେକ ଉଦାହରଣ ଦେଇଥିଲେ l ଚନ୍ଦ୍ରମା ରଥ, ଶିବାନି ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସୁବର୍ଣ୍ଣପୁର ମାଟିର ଗୌରବ ଇଂ ପାୟଲ ବାଗ (ଓଏଏସ ) ଙ୍କୁ ଏହି ସଭା ରେ ଜ଼ିଲ୍ଲାପାଳ ନରୱଣେ ଓ ଏଡିଏମ ଶ୍ରୀ ଦାଶ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ନବାଗତା ଛାତ୍ରୀ ମାନଙ୍କ ଦ୍ୱାରା ଖୁବ ଦୁନ୍ଦର ନାଚ ଗୀତ ଓ ଅନେକ ଟେଲେଣ୍ଟ ପରିବେଶଣ ମାଧ୍ୟମ ରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଡିଗ୍ରୀ କଲେଜ ର ଛାତ୍ରୀ ଙ୍କ ଦ୍ୱାରା ଅତିଥି ମାନଙ୍କୁ ଊଚ୍ଚ କୋଟିର ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ସିନିଅର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଓ ଓଡିଶୀ ନାଚ ଗୀତ ପରିବେଶଣ କରି ମଞ୍ଚ ରେ ସ୍ୱାଗତ କରାଯାଇଥିଲା l

ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଙ୍କ ତତ୍ୱାବଧାନ ରେ ଓ ଅଧ୍ୟାପକ ଦୁଃଖିଶ୍ୟାମ ମେହେର, ଚେର ବୂଈ ହୋତା, ରଂଜିତାମିଶ୍ର, ମିତା ବାରିକ, ସଲିଳ ବେହେରା, ସୁଦାମ ସାହୁ, ମଦନ ପଣ୍ଡା, ଅକ୍ରୁର ପାଣିଗ୍ରାହୀ, ଓ ସମସ୍ତ ଟିଚିଙ୍ଗ ନନ ଟିଚିଙ୍ଗ ଷ୍ଟାଫ ଙ୍କ ସହଯୋଗ ରେ ଏଇ ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଉତ୍ସବ ର ଏକ ଅଟୋଗ୍ରାଫ ଜୋନ ରେ ଜ଼ିଲ୍ଲାପାଳ ଓ ସମସ୍ତ ଅତିଥି ଅଟୋଗ୍ରାଫ ଦେଇଥିବା ବେଳେ ସିଙ୍ଗର ହରିଓଂ କୁଶଳ ଙ୍କ ଦ୍ୱାରା ମେଲୋଡି ସଂଗୀତ ପରିବେଷଣ ମାଧ୍ୟମ ରେ ଛାତ୍ରୀ ଙ୍କୁ ଉତ୍ସାହିତ କରାଯାଇଥିଲା l

 

Related Post

୩୩୫ତମ ଦିବସରେ କରୋନା ସଚେତନତା ଓ ରିଲିଫ ବଣ୍ଟନର ସମୀକ୍ଷା ବୈଠକ

Posted by - February 20, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ପୂର୍ବ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ…

ଜାନୁଆରି ୧୨ ତାରିଖରେ ଯାଜପୁରରେ ଅଶୋକ ଦାସ ମିନି ମାରାଥନ

Posted by - December 28, 2019 378
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆସନ୍ତା ଜାନୁଆରି ୧୨ ତାରିଖରେ ଯାଜପୁରରେ ଆୟୋଜିତ ହେବ ଅଶୋକ ଦାସ ମିନି ମାରାଥନ । ପୂର୍ବତନ ବିରୋଧୀ ଦଳ ନେତା ଅଶୋକ ଦାସଙ୍କ…

ବାଇକ୍ ସାଇକେଲ ଆରୋହୀଙ୍କ ମୁ ହାଁ ମୁହିଁ ଧକ୍କା

Posted by - August 31, 2021 0
ବାଲିଆପାଳ:( ପ୍ରଭାକର ମଲ୍ଲିକ) ବାଲେଶ୍ବର ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ସୁବର୍ଣ୍ଣ ରେଖା ପୋଲ ନିକଟରେ ବାଲିଆପାଳ ରୁ ଘରକୁ ଯାଉଥିବା ସମୟରେ ଅସ୍ତି ସୁବର୍ଣ୍ଣ ରେଖା…

ବୌଦ୍ଧ ଠାରେ ସଫାଇ ମିତ୍ର ସମ୍ମାନ ସମାରୋହ ସହ ବଡାଖାନା ଅନୁଷ୍ଠିତ

Posted by - October 4, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବିଜ୍ଞ୍ୟାପିତ ଅଂଚଳ ପରିଷଦ, ବୌଦ୍ଧ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ସପ୍ତାହ ଉପଲକ୍ଷେ ଆଜି ସପ୍ତାହ ର ଶେଷ ଦିନରେ ସଫାଇ ମିତ୍ର ସମ୍ମାନ…

ପାଲା ମାଧ୍ୟମରେ ଆଇନ୍‌ ସଚେତନତା କାର୍ଯ୍ୟକ୍ରମ

Posted by - September 18, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଦ୍ୱାରା ସରସରା ଗ୍ରାମ ପଂଚାୟତ ଠାରେ ପାଲା ନାଟକ ମାଧ୍ୟମରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…