Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଙ୍କ ନର୍ଲା ବିଧାନସଭା ମଣ୍ଡଳୀ ର ୪ ଟି ବ୍ଲକ୍ ର ସର୍ବାଙ୍ଗୀନ ଉନ୍ନତି ପାଇଁ ସମୀକ୍ଷା ବୈଠକ

29 0

ନର୍ଲା:( ଅମିୟ କୁମାର ଦାସ)ସ୍ଥାନୀୟ ପ୍ଲାନିଂ ଡି.ପି.ଏମ.ୟୁ, କଳାହାଣ୍ଡି ସମ୍ମିଳନୀ କକ୍ଷରେ ମାନ୍ୟବର ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂଙ୍କ ଅଧ୍ୟକ୍ଷତାରେ ନର୍ଲା ବିଧାନସଭା କ୍ଷେତ୍ରର କେସିଙ୍ଗା, ନର୍ଲା, କର୍ଲ।ମୁଣ୍ଡା, ଓ ଏମ.ରାମପୁର ର ସମସ୍ତ ବି. ଡି. ଓ, ତହସିଲଦାର, ସିଡ଼ିପିଓ, ଯନ୍ତ୍ରୀ, ଜିଲ୍ଲା ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ । ନର୍ଲା ବିଧାନସଭା କ୍ଷେତ୍ରର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ବିଭିନ୍ନ ସ୍କିମ ଉପରେ ପ୍ରଶ୍ନ କରି ମତାମତ ଲୋଡ଼ି ସମସ୍ୟାର ସମାଧାନ ନିମନ୍ତେ ଶୀଘ୍ର ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ ।

ବିଧାୟକ ଶ୍ରୀ ଭୂପିନ୍ଦର ସିଂ ମୁଖ୍ୟତଃ କୃଷି, ସ୍ବାସ୍ଥ୍ୟ, ଶିକ୍ଷା, ଜଳସେଚନ , ବିଦ୍ୟୁତିକରଣ, ସାମାଜିକ ସୁରକ୍ଷା, ଅବକାରୀ,ଜଙ୍ଗଲ, ରେଭିନ୍ୟୁ, ପୋଲିସ୍ ଉପରେ ସଂପୃକ୍ତ ଅଧିକାରୀଙ୍କୁ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ସମସ୍ୟା ଉପରେ ଉତ୍ତର ଲୋଡ଼ି ଥଲେ । ସେ ନର୍ଲା ରେ ବସଷ୍ଟାଣ୍ଡ ନିର୍ମାଣ, ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର, ନର୍ସ ଓ ଟେକ୍ନିକାଲ ପଦବୀପୂରଣ, ବୁଡ଼ିପଦର, ସ।ଙ୍କୁସ, ମୋହନଗିରିରେ ଧବଳେଶ୍ୱର ମନ୍ଦିରଙ୍କୁ ନେଇ ପର୍ଯ୍ୟଟନର ବିକାଶ, ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ, ବିଭିନ୍ନ ଅଞ୍ଚଳରେ ବିଦ୍ୟାଳୟ ଓ ଘରୋଇ ବାସଗୃହ ଉପରେ ଯାଇଥିବା ବିଦ୍ୟୁତ୍ ଲାଇନ୍ ର ଅପସାରଣ ଓ ଇନସୁଲେଟର ପ୍ରୟୋଗ, ଛତିଗୁଡ଼ା ଠାରେ ୩୩ କେଭି ବିଦ୍ୟୁତ୍ ସବ ଷ୍ଟେସନ୍ ସ୍ଥାପନ , ଉର୍ଲାଦ।ନୀଠାରେ ସହିଦ୍ ରେଣ୍ଡୋ ମାଝୀଙ୍କ ଜନ୍ମସ୍ଥଳୀର ବିକାଶ, ବିଭିନ୍ନ ଅଞ୍ଚଳରେ ରାସ୍ତା ଓ ଗମନାଗମନର ସୁବିଧା ଉପରେ ଗୁରୁତ୍ବ ଦେଇ ଶୀଘ୍ର ପଦକ୍ଷେପ ନେବାକୁ ବିଭାଗୀୟ କର୍ତ୍ରୁପକ୍ଷ ଙ୍କୁ କହିଥିଲେ ।

ବର୍ତ୍ତମାନ ବିଶ୍ୱକପ୍ ହକି ଅବସରରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସ୍ଥାନୀୟ କ୍ରୀଡାକୁ ପ୍ରୋତ୍ସ।ହନ ପାଇଁ ମିନି ଷ୍ଟାଡିୟମ ନିର୍ମାଣ ଏବଂ ଏଥି ପାଇଁ ତହସିଲଦାର ଖେଳ ପଡିଆକୁ ଚିହ୍ନଟ କରନ୍ତୁ ବୋଲି କହିଥିଲେ ।ଏହି ବୈଠକ ତିନୋଟି ପର୍ଯ୍ୟାୟ ରେ ହୋଇ ଥିଲା। ବୈଠକରେ ସି ଏସ ଓ, ଏସ୍ ଇ ( ଆର୍ ଏଣ୍ଡ ବି) , ଇ. ଇ , ( ଆର୍. ଡି) , ଇ .ଇ ( ଏମ ଆଇ) , ଇ. ଇ ରେତ, ଏସ୍. ଇ (ଇରି ଗେସନ୍), ଏସ.ଇ.(ଟି ପି ଡ଼ ବ୍ଲୁ ଡି ଏଲ୍), ଆର୍.ଟି.ଓ, ଅବକାରୀ ସି.ଡି.ପି.ଓ, ସି.ଡି.ଏ.ଓ, ଡି.ଡି.ଏଚ, ଡି.ଆଇ.ପି.ଆର୍.ଓ, ଡି.ଇ.ଓ, ଡି.ଏସ.ଏସ.ଓ, ସି.ଡି.ଏମ୍.ଓ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ ଟିଟିଲାଗଡ ଶାଖା ର ଗୁରୁତ୍ବପୁର୍ଣ ସଭା ଅନୁଷ୍ଠିତ

Posted by - October 24, 2021 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ) ଭାରତୀୟ ଜୀବନ ବୀମା ନିଗମ ଟିଟିଲାଗଡ ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ସଭା ସଇଁତଳା ଶିବ ମନ୍ଦିର ପରିସର ରେ ଥିବା…

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ମଦ ଦୋକାନ ଭସ୍ମୀଭୂତ

Posted by - July 25, 2021 0
ବୌଦ୍ଧ(ଚିତ୍ତ ରଞ୍ଜନ ସିଂ) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଇଣ୍ଡିଆନ୍ ବ୍ୟାଙ୍କ ନିକଟରେ ଥିବା ବିଦେଶୀ ମଦ ଦୋକାନରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି…

ଏବେ ବି ମାନବିକତା ବଞ୍ଚିଛି , ଆହତ ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବେଚ୍ଛାସେବୀ

Posted by - November 7, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ବାଳ)  ବିଜୁ ଜନତାଦଲର ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାଶ,ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ, ବିଜୁ ସ୍ମୃତି କମିଟିର ସମ୍ପାଦକ ଦୁଲାଲ ଚନ୍ଦ୍ର…

ପାଟିମାଲ ଗାଁରେ ଅଭାବନୀୟ ଘଟଣା ବିଷ ପିଇ ଗୋଟିଏ ପରିବାରର ଦୁଇଜଣ ମୃତ୍ୟୁ ,ଜଣେ ଗୁରୁତର

Posted by - August 2, 2022 0
ଖପ୍ରାଖୋଲ :୨/୦୮(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ମଙ୍ଗଳବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଷ ପାନ କରି…

ଖପ୍ରାଖୋଲରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ

Posted by - October 28, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସ୍ଥାନୀୟ ସ୍ତରୀୟ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…