ଟିଟିଲାଗଡ଼ ସବରେଜିଷ୍ଟ୍ରାର ଏବଂ ଅତିରିକ୍ତ ତହସିଲଦାରଙ୍କ ବଦଳି ପରେ କାର୍ଯ୍ୟରେ ହେଉଛି ବିଳମ୍ବ – ଲୋକେ ହନ୍ତସନ୍ତ

77 0

ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ ଉପଖଣ୍ଡ ହେଲା ଟିଟିଲାଗଡ଼ ସହର। ଏଠାକୁ ବହୁତ ଲୋକ ନିଜର ଜମିକିଣା ବିକା ତଥା ବିଭିନ୍ନ ତହସିଲ କାର୍ଯ୍ୟ ପାଈଁ ପ୍ରତିଦିନ ଶହ ଶହ ଲୋକ ଆସିଥାନ୍ତି। ଇତି ମଧ୍ୟରେ ଅତିରିକ୍ତ ତହସିଲଦାର ଓ ସବ ରେଜିଷ୍ଟ୍ରାରଙ୍କ ବଦଳି ହେବା ପରେ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ୍ବ ହେବ ତାଙ୍କ ସ୍ଥାନରେ ନୂତନ ଅଧିକାରି ନିଯୁକ୍ତ ନ ହେବା ଯୋଗୁଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହାର କାରଣ ହେଉଛି ସ୍ଥାନୀୟ ତହସିଲଦାର ନିଜର ଦାୟିତ୍ଵ ତୁଲାଇବା ସଙ୍ଗେ ସଙ୍ଗେ ଆହୁରି ଅନେକ ଦାୟିତ୍ୱ ତୁଲାଇବାକୁ ପଡୁଛି, ଫଳରେ ଜମି ପଞ୍ଜିକରଣ କରିବା ପାଇଁ ଆସୁଥିବା ଲୋକ ମାନେ ଗୋଟିଏ ଜମିର ପଞ୍ଜିକରଣ କରିବା ପାଇଁ ଦୁଇରୁ ତିନି ଥର ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଆସି ଫେରି ଯାଇଥାନ୍ତି, ସେଥିପାଇଁ ଦୂର ଦୁରାନ୍ତରୁ ଆସି ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି। ପ୍ରତିଦିନ ଜମି ପଞ୍ଜିକରଣ ପାଈଁ ଯେତେ ଦଲିଲ ଦାଖଲ ହେଉଛି ସମସ୍ତ ଦଲିଲର ପଞ୍ଜିକରଣ ଉକ୍ତ ଦିନ ହୋଇପାରୁନାହିଁ, ସେଥିପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ହାନି ମଧ୍ଯ ହେଉଛି।

ଟିଟିଲାଗଡ଼ ତହସିଲର ଅତିରିକ୍ତ ତହସିଲଦାରଙ୍କ ବଦଳି ପରେ ଦୀର୍ଘ ଏକ ମାସ ବିତିଯାଇଥିଲେ ହେଁ ନୂତନ ଅତିରିକ୍ତ ତହସିଲଦାର ନିଯୁକ୍ତ ନ ହେବା ଯୋଗୁଁ ତହସିଲ ରେକର୍ଡ ରୁମରେ ପଟ୍ଟା ଦସ୍ତଖତ ହୋଇପାରୁନାହିଁ, ଯଦ୍ୱାରା ସରକାରଙ୍କର ଘୋଷଣା ନାମାନୁସାରେ ପଞ୍ଜିକରଣର ସାତ ଦିନ ମଧ୍ୟରେ ପଟ୍ଟା ଦେବା କଥା ସେଇଟା ଏବେ ସମ୍ଭବ ହୋଇ ପାରୁନାହିଁ। ଯଥା ଶୀଘ୍ର ସରକାର ଏ ଦିଗରେ ଦୃଷ୍ଟି ଦେବା ସହ ଖାଲିଥିବା ପଦବୀ ପୂରଣ କରିବାକୁ ସାଧାରଣରେ ଦାବି ହେଉଛି।

Related Post

ମାଁ ସମଲେଶ୍ବରୀଙ୍କ ଦର୍ଶନ କରି କାର୍ଯ୍ୟ ଆରମ୍ଭ କଲେ ସମ୍ବଲପୁର ର ନୂତନ ଜିଲ୍ଲାପାଳ ଅନନ୍ୟା ଦାସ

Posted by - June 23, 2022 0
ସମ୍ବଲପୁରର:(ରମାକାନ୍ତ ବିଶ୍ବାଳ)୨୦୧୫ ବ୍ୟାଚ ଆଇଏଏସ ଅଫିସର, ଭାରତୀୟ ପ୍ରଶାସନିକ ସେବା ସର୍ବ ଭାରତୀୟ ସ୍ତରରେ ୧୬ ନମ୍ବର ସ୍ଥାନ ଅଧିକାର କରିଥିବା ଅନନ୍ୟା ଦାସ ଗତକାଲି (ବୁଧବାର)…

ଯାଜପୁର ଜିଲାର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ

Posted by - February 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ର ବରୀ ଓ ରସୁଲପୁର ବ୍ଲକ ରେ ଶାନ୍ତିଶୃଙ୍ଖଳା ରେ ଶେଷ ହୋଇଛି ମତଦାନ। ଗତ ପର୍ଯ୍ୟାୟ ରେ…

ଜେଇଇ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସୂଚନା

Posted by - August 29, 2020 0
ଯାଜପୁର ଅଫିସ:୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି…

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ସତ ମାନିଲେ ଶର୍ମିଷ୍ଠା ଆଉ ନିରଞ୍ଜନ

Posted by - April 2, 2022 0
ଭୁବନେଶ୍ବର: ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ମାନସ ସ୍ବାଇଁ ହତ୍ୟା ମାମଲାର ଅନ୍ୟତମ ମୁଖ୍ୟ…

ଗୋପବନ୍ଧୁ ଦାସ ଙ୍କ ୧୪୪ ତମ ଜନ୍ମ ଜୟନ୍ତୀ ପାଳିତ

Posted by - October 11, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରେଙ୍ଗାଲି ରେଲୱେ ଷ୍ଟେସନ ପରିସର ରେ ସ୍ଵାଧୀନ ଏକତା ସଂଗଠନ ରେଙ୍ଗାଲି, ବରିଷ୍ଠ ନାଗରିକ କମିଟି ରେଙ୍ଗାଲି, ଏବଂ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ମିଳିତ…