ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା, ଅସହାୟ ବୃଦ୍ଧ‍ଙ୍କୁ ଘର ମିଳିବ କେବେ??

994 0

କେନ୍ଦୁଝର,୨୫/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚ‍ୟତ ର ବିଧବା ଚ଼ନ୍ଦ୍ରମଣୀ ପଲେଇ ତାଙ୍କର ରୋଗୀଣା ଝିଅ ମିଶି ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି।ତାଙ୍କର କେହି ସାହାରା ନଥିବାରୁ ବହୁବାର ପଞ୍ଚାୟତସ୍ତର ଠାରୁ ପ୍ରଶାସନ ନିକଟରେ ଘର ପାଇଁ ଗୁହାରୀ କରିଥିଲେ ହଁ କୈାଣସି ସୁଫଳ ମିଳିନାହିଁ।ସେମାନେ ସେହି ଭଙ୍ଗା ଦଦରା ମାଟିଘରେ ରହୁଥିବାବେଳେ ଲଗାଣ ଲଘୁଚ଼ାପ ଜନିତ ବର୍ଷାରେ ଘର ପଛ ପାଖ ସମ୍ପୁର୍ଣ୍ଣ ଭାଙ୍ଗି ଜିବାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।ବାଧ୍ୟ ହୋଇ ମା ଝିଅ ଭାଙ୍ଗି ପଡ଼ିଥିବା ଘର ଟିର ଗୋଟିଏ ପାଖକୁ କିଛି କାଠ ଖଣ୍ତ ରେ ଢେର ଦେଇ ତଳେ ତସଲା ଡ଼େକଚ଼ି କଡ଼େଇ ରଖି ପାଣି ଦାଉରୁ ରକ୍ଷା ପାଇବା ପାଇଁ ରଖି ରହୁଛନ୍ତି।

ଚ଼ନ୍ଦ୍ରମଣୀ ୫ଶହ ଟଙ୍କା ବିଧବା ଭତ୍ତା ପାଇ ସେଇଥିରେ ବହୁକଷ୍ଟ ରେ ରୋଗୀଣା ଝିଅ କୁ ନେଇ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି।ଏହି ବିଷୟ ସ୍ଥାନୀୟ ସରପଞ୍ଚ ଜବାଶ୍ବରୀ ମାଝି ଙ୍କୁ ପଚ଼ାରିବାରୁ ଏହି ୨୦୧୮/୧୯ ସର୍ବମୋଟ ୨୮୦ଟି ଘର ମଧ୍ୟରୁ ସାଧାରଣ ବର୍ଗ ପାଇଁ ୨୪ ଟି ଘର ଆସିଥିବାବେଳେ ତାହା ବଣ୍ଟନ ସରିଛି।ତାଙ୍କୁ ଏବେ ମିଳିପାରିବ ନାହିଁ ବୋଲି ସେ କହିଛନ୍ତି।ଏହି ଦିଗରେ ତୁରନ୍ତ ପ୍ରଶାସନ ବିଧବା ନିରାଶ୍ରୟ ମହିଳା ଙ୍କୁ ଘର ଯୋଗାଇ ଦେବାକୁ ଦାବି ହୋଇଛି।

Related Post

ଡାଇରିଆ ରେ ପୀଡିତ ଲୋକଙ୍କୁ ବିଂଛଣା, ପୋଟୀ ଓ ସୁଖା ଖାଦ୍ୟ ବାଣ୍ଟିଲେ ମାଇଁକଞ୍ଚ ସରପଞ୍ଚ

Posted by - July 19, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ମାଇଁକଞ୍ଚ ପଞ୍ଚାୟତର କାକିଡୀ ପଦର ଗ୍ରାମରେ ଡାଇରିଆ ର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି , ଗ୍ରାମର…

ଫେଲ୍‌ ମାରିଲା ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା,ଅପରେସନ୍ ସେଣ୍ଟର କାମରେ ଲାଗିଲାନି,ଚାଲିଗଲା ଶିଶୁ ର ଜୀବନ

Posted by - January 29, 2019 0
ଭୁବନେଶ୍ବର :ହକି ବିଶ୍ବକପ୍‌ ପୂର୍ବରୁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଛାତି ଫୁଲାଇ କହିଲେ ଏଣିକି ରାଜଧାନୀରେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ, ଟ୍ରାଫିକ ଡାଇଭର୍ଟ…

ସ୍ତ୍ରୀର ମାଡ ଭୟରେ ମା’କୁ ଆହାର କେନ୍ଦ୍ରରେ ଛାଡି ଚାଲିଗଲା ପୁଅ

Posted by - November 7, 2019 1,457
ଚାନ୍ଦବାଲି ୭।୧୧: ସ୍ତ୍ରୀ ପାଇଁ ଆହାର କେନ୍ଦ୍ରରେ ୮୫ ବର୍ଷର ବୃଦ୍ଧା ମା’କୁ ଛାଡ଼ି ଚାଲିଯାଇଥିଲେ ପୁଅ। ଚାନ୍ଦବାଲି ମହୁଲିଆ ଅଞ୍ଚଳରେ ବୃଦ୍ଧା କୁନ୍ତଳା ପୋଥାଳଙ୍କ ଘର ।…

ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ

Posted by - June 21, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମରେ ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ ଏବଂ…

ଯନ୍ତ୍ରଣାର ବିଛଣାରେ ‘ପ୍ରମିଳା’, କେବେ ମିଳିବ ସମ୍ପୂର୍ଣ୍ଣ ସହାୟତା

Posted by - September 25, 2019 3
କେନ୍ଦୁଝର,୨୪/୯ରୋଗ ଯନ୍ତ୍ରଣା ଓ ଅର୍ଥ ଅଭାବରେ ଛଟପଟ ହେଉଛନ୍ତି କେନ୍ଦୁଝର ଟିକରପଡା ଗାଁର ପ୍ରମିଳା ମୁଣ୍ଡା ।୨ନାବାଳକ ଶିଶୁକୁ ଧରି ଶଯ୍ୟାଶାୟୀ ପାଲଟିଛି ଥିବା ମହିଳାଙ୍କୁ ଏବେ…

Leave a comment

Your email address will not be published.