Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଜନଶୁଣାଣୀ ଶିବିରରେ ଜନ ଅସନ୍ତୋଷ

36 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଉପାନ୍ତ ଅଞ୍ଚଳ ଓ ଦୁର୍ନତୀ ର ଗନ୍ତାଘର ବୋଲାଉଥିବା ଥୁଆମୁଳରାମପୁର ବ୍ଲକ ର ଜନଶୁଣାଣି ଓ ସମାଧାନ କାର୍ଯ୍ୟକ୍ରମ ପାଡେପଦର ଗ୍ରାମ ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଶ୍ରୀମତୀ ସମ୍ବାରୀ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିର ରେ ଥୁଆମୁଳ ରାମପୁର ବ୍ଲକ ଏବିଡ଼ିଓ ଶ୍ରୀଭରତ କୁମାର ମେହେର ଏମ୍ ଆଇ ଶ୍ରୀ ସୁମନ୍ତ କୁମାର ବ୍ଲକ୍ ର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତ ର ବିଭିନ୍ନ ଅଭିଯୋଗ ନେଇ ଆସିଥିବା ହିତାଧିକାରୀଙ୍କ ଆବାସ ଯୋଜନା,ରାସନ୍ କାର୍ଡ, ଭତ୍ତା,ଜମିମରାମତି ଭଳି ଅନେକ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିବା ସହିତ ସମାଧାନ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି।


ଏହି ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ରେ ସର୍ଵ ମୋଟ 262 ଅଭିଯୋଗ ପତ୍ର ଦାଖଲ କରିଥିଲେ ଅଭିଯୋଗକାରୀଥ ହିତାଧିକାରୀ ମାନଙ୍କୁ ଠାରୁ ବିଭିନ୍ନ ସମସ୍ୟା ର ଅଭିଯୋଗ ପତ୍ର ଏବିଡ଼ିଓ ଭରତ କୁମାର ମେହେର ପାଡେପଦର ଗ୍ରାମ ପଞ୍ଚାୟତ ଠାରେ ଗ୍ରହଣ କରିଥିଲେ । କିନ୍ତୁ ଅଭିଯୋଗ ଅନୁଯାୟୀ ବିଭାଗୀୟ ଅଧିକାରୀ ଆସିନାହାନ୍ତି, ଅନେକ ବିଭାଗୀୟ ଅଧିକାରୀ ସହ ସରପଞ୍ଚ ଶ୍ରୀମତୀ ସମ୍ବାରୀ ମାଝୀ ମଧ୍ୟ ଅନୁପସ୍ଥିତ ଥିବାରୁ ଜନ ଅସନ୍ତୋଷ ଦେଖା ଦେଇଥିଲା, ସରକାର ସାପ ମରୁନାହିଁ କି ବାଡ଼ି ଭାଙ୍ଗୁ ନାହିଁ ନିତିରେ ଗ୍ରାମ ପଞ୍ଚାୟତ ମାନଙ୍କ ରେ ଜନଶୁଣାଣୀ ଶିବିର କରୁଛନ୍ତି ବୋଲି ଗ୍ରାମପଞ୍ଚାୟତବାସୀ ମତବ୍ୟକ୍ତ କରିଥିଲେ।

ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ ଗ୍ରାମ ରୋଜଗାର ସେବକ ଶ୍ରୀ ତରୁଣ କୁମାର ବେହେରା ଯୋଗାଣସହାୟୀକ ଶ୍ରୀ କ୍ଷୀରସିନ୍ଦୁ ସାଗର ଓ ପଞ୍ଚାୟତ ର ଅନନ୍ୟ କର୍ମଚାରୀ ସହ ସମିତି ସଭ୍ୟ ଶ୍ରୀ ମୋହନ ସାଗର ,ନାଏକ ସରପଞ୍ଚ ଶ୍ରୀ ମହେନ୍ଦ୍ର ନାଏକ ଓ ସମସ୍ତ ୱ!ଡ ସଭ୍ୟ ସଭ୍ୟା ମାନେ ଏହି ଗ୍ରାମ ପଞ୍ଚାୟତ ଜନ ଶୁଣାଣୀ ଶିବିର ରେ ଉପସ୍ଥିତ ଥିଲେ।

Related Post

IHRC ପକ୍ଷରୁ ସ୍କୁଲ ଫିସ ହ୍ରାସ ନିମନ୍ତେ ଏକ ଦାବିପତ୍ର ପ୍ରଦାନ।

Posted by - June 14, 2021 0
ଉତ୍ତରଭୁବନେଶ୍ୱର :(ସନ୍ତୋଷ ରାଉତ)IHRC ର ସଭାପତି ଶ୍ରୀ ଶିବ ସୁନ୍ଦର ସ୍ୱାଇଁ, ଖୋର୍ଦ୍ଧା ସଭାପତି ଶ୍ରୀ ନାରାୟଣ ସାହୁ ରାଜ୍ୟ ଯୁଗ୍ମ ସମ୍ପାଦକ ଶାସlଙ୍ଖ ଶେଖର ପଣ୍ଡା…

କଳାହାଣ୍ଡି ଉତ୍ତର ବନଖଣ୍ଡ‌ ଅଞ୍ଚଳରେ ହାତୀ ଆତଙ୍କ : ଫସଲ ନଷ୍ଟ ଅଭିଜୋଗ ଆଣିଲେ ଚାଷୀ

Posted by - October 28, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ଓ କେସିଙ୍ଗା ରେଞ୍ଜ୍ ଅଧିନସ୍ଥ ଗ୍ରାମ ଗୁଡିକରେ…

ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

Posted by - December 26, 2021 0
ନୂଆପଡ଼ା:(ମେଘନାଦ ନାୟକ)ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ଠାବ ହୋଇଛି । ଓଡ଼ିଶା- ଛତିଶଗଡ଼ ସୀମାନ୍ତରେ ସିଆରପିଏଫ୍, ଏସଓଜି…

ନୀଳଗିରିରେ କରୋନା ଟିକାକରଣ ର ଶୁଭାରମ୍ଭ କଲେ ସ୍ଥାନୀୟ ବିଧାୟକ

Posted by - January 17, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି। ବାଲେଶ୍ଵର ଜିଲ୍ଲାର ନୀଳଗିରି ରେ ଉପଖଣ୍ଡ ସ୍ତରୀୟ କରୋନା ଟିକାକରଣ ର, ଫିତା କାଟି ଶୁଭାରମ୍ଭ କରିଥିଲେ,…