ବୌଦ୍ଧ::୧୫/୧୧(ଚିତରଞ୍ଜନ ସିଂ ) ହରଭଙ୍ଗା ବ୍ଲକ ଭେଜିଗୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁଦିବସ ଅବସରରେ 28ତମ ଆନ୍ତଃ ସ୍କୁଲ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ ଯୋଗଦେଇ କ୍ରୀଡା କୁ ଶୁଭଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଳକ୍ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ସ୍ଵରାଜ୍ କୁମାର କହଁର, ଏବଂ ସି ଆର ସି ସି ସନ୍ତୋଷ କୁମାର ସେଠୀ, ଯୋଗ ଦେଇଥିଲେ l
ଗୋଷ୍ଠି ଜିଲ୍ଲା ଶିକ୍ଷାଧିକାରୀ ଉଦୟନାଥ ମାଝି ଙ୍କ ତତ୍ତ୍ଵା ବଧାନରେ କ୍ରୀଡା ଉତ୍ସବଟିକୁ ପାଳନ କରାଯାଇଥିଲା l ବିଦ୍ୟାଳୟ ସଭାପତି ବାଞ୍ଛାନିଧି ପ୍ରଧାନ, ମୋ ସ୍କୁଲ ଅଭିଯାନ ସଭାପତି ପ୍ରବୀଣ ପାତ୍ର, ଗ୍ରାମ୍ୟ ସଭାପତି ରବୀନ୍ଦ୍ର ପାତ୍ର, ପ୍ରଧାନ ଶିକ୍ଷକ ପୁରନ୍ଦ୍ର ରଣା ପ୍ରମୁଖ ଉପସ୍ଥିତ ଥିବା ବେଳେ ଉକ୍ତ ବିଦ୍ୟାଳୟ ରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନଥିବାରୁ ଅବିଭାବକ, ଛାତ୍ରଛାତ୍ରୀ ମାନେ ମୁଖ୍ୟଅତିଥିଙ୍କୁ ଦୃଷ୍ଟି ଆକର୍ଷଣ କରିଥିବାରୁ ଖୁବ ଶୀଘ୍ର ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ହେବ ବୋଲି ବ୍ଲକ ଉପାଧକ୍ଷ ସରୋଜ ପ୍ରଧାନ ଅବିଭାବକଙ୍କୁ ପ୍ରତିଶୃତି ଦେଇଥିଲେ l
ଅନ୍ୟପଟେ ଉକ୍ତ କ୍ରୀଡା ଶିବିର କୁ ୧୩ଟି ସ୍କୁଲ ର ପ୍ରାୟ ୩୦୦ ପିଲା ଦୌଡ଼ପ୍ରତିଯୋଗିତା, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୀତ, ମ୍ୟୁଜିକ ଚେୟାର, ଭଳି ବିଭିନ୍ନ ପ୍ରତିଯୋଗିତା ରେ ଉଭୟ ଜୁନିୟର, ସିନିୟର ବିଭାଗ ର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସହଯୋଗ କରିଥିଲେ l