ବେଆଇନ ମଦ ବିକ୍ରି କରୁଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ

28 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ଟିଟିଲାଗଡ ଏବଂ ଆଖପାଖ ଅଞ୍ଚଳରେ ଦିନକୁ ଦିନ ବେଆଇନ ଭାବେ ମଦ ବିକ୍ରି ବୃଦ୍ଧି ପାଇଛି, ଏହାକୁ ଆଖି ଆଗରେ ରଖି ଟିଟିଲାଗଡ ଥାନାଧିକାରୀ ଶ୍ରୀ ରଞ୍ଜନ କୁମାର ବରିହାଙ୍କ ତତ୍ତ୍ଵାବଧାନରେ ଦୁଇଟି ଟିମ ଗଠନ କରି ପେଟ୍ରୋଲିଂ କରିବାକୁ କହିଥିଲେ ଏବଂ ଯିଏ ବି ବେଆଇନ ମଦ ବିକ୍ରି କରୁଛି ସେମାନଙ୍କ ଉପରେ ରୋକ ଲଗାଇବା ପାଇଁ ଏମିତି ଧର ପଗଡ ଜାରି ରହିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି। ଏସ.ଆଇ ହେମକାନ୍ତି ଛତ୍ରିଆ ଓ ଅନ୍ୟ ଥାନା କର୍ମଚାରୀଙ୍କ ସହ ଟିଟିଲାଗଡ ଥାନା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଭାଟିପଡା ଗ୍ରାମର ଇଶ୍ଵର ଖର୍ସେଲ (୪୨) ପିତା-ସ୍ଵର୍ଗତ ନାବି ଖର୍ସେଲ, ଗ୍ରାମ-ଭାଟିପଡା, ଥାନା- ଟିଟିଲାଗଡ ବିନା କାଗଜପତ୍ରରେ ବେଆଇନ ଭାବରେ ମଦ ବିକ୍ରି କରୁଥିବା ଖବରପାଇ ଚଢଉ କରିଥିଲେ । ଇଶ୍ଵର ଖର୍ସେଲ ଗୋଟିଏ ପ୍ଲାଷ୍ଟିକ ବେଗରେ ଲୁଚାଇ ରଖିଥିବା ୫୩ଟି ମଦ ପାଉଚ ଜବତ କରିଥିଲେ ।

ସେହିପରି ଏସ ଆଇ ନରେନ୍ଦ୍ର ଛତ୍ର ଏବଂ ପୋଲିସ ଟିମ ସିରୁଲ ଗ୍ରାମର ଅଜିତ ବଗର୍ତ୍ତିଙ୍କୁ ଧରି ତାଙ୍କ ଠାରୁ ୫୫ ଟି ପାଉଚ ଜବତ କରିଥିଲେ। ଏହି ସଂକ୍ରାନ୍ତରେ ମକଦ୍ଦମା ରୁଜ୍ଜୁ କରାଯାଇ ଏବଂ ଉକ୍ତ ମଦ ବିକ୍ରେତା ଇଶ୍ଵର ଖର୍ସେଲକୁ ବେଆଇନ ମଦ ବିକ୍ରିକରି ଏକ ଧର୍ତ୍ତବ୍ୟ ଅପରାଧ କରିଥିବାରୁ ଉଭୟଙ୍କୁ ଗିରଫ କରାଯାଇ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଛି।

Related Post

କେସିଙ୍ଗା ପୋଲିସ ଜବତ କଲା ୫୬ ଲିଟର ୪୦୦ଏମେଳ ଚୋରା ବିଦେଶୀ ମଦ

Posted by - February 21, 2022 0
କେସିଙ୍ଗା:(ପିତେଶ ପଟେଲ)ନିର୍ବାଚନ ମାହୋଲ ପୁରାପୁରି ଗରମ।ଆସନ୍ତା ୨୪ ତାରିଖ ଭୋଟ ଗ୍ରହଣ ।ଏହି ସମୟ ରେ କେସିଙ୍ଗା ଥାନା କେସିଙ୍ଗା -ଟିଟିଲାଗଡ଼ ରାସ୍ତା ତେଲନଦୀ ନିକଟରୁ ଏକ…

ବୌଦ୍ଧ ଜିଲ୍ଲାରେ ୧୭୧ ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲେ ଜିଲ୍ଲାପାଳ

Posted by - September 15, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକସନେଟ୍/ୟୁନିସେଫ ଦ୍ବାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ…

ହରିଣକୁ କେନାଲ ପାଣିରୁ ଉଦ୍ଧାର କଲେ ଗ୍ରାମବାସୀ

Posted by - April 20, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ନିକଟସ୍ଥ ରେଡେମ କେନାଲ ପାଣି ଭିତରେ ଏକ ହରିଣ ଭାସିଯାଉ ଥିବାର ଦେଖିବାକୁ ମିଳିଥିଲା l…

ବୁଲା କୁକୁର ଙ୍କ ଦୌରାତ୍ମ୍ୟ, ଆକ୍ରମଣରେ ୨୦ ମେଣ୍ଡା ମୃତ,କ୍ଷତିପୂରଣ ଦାବି କଲେ ଚାଷୀ

Posted by - June 8, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ସ୍ଥାନରେ ବୁଲା କୁକୁର ଙ୍କ ଦୌରାତ୍ମ୍ଯ ଦିନ ପ୍ରତିଦିନ ବୃଦ୍ଧି ପାଇବାରେ…