ବୌଦ୍ଧ ଜିଲ୍ଲାରେ ଉଦଘାଟିତ ହେଲା ରାଜ୍ୟର ପ୍ରଥମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଓମଫେଡ଼ ଓ ଓପୋଲଫେଡ଼ ବିକ୍ରୟ କେନ୍ଦ୍ର

81 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ )ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଟିଙ୍କର ଆତ୍ମ ନିର୍ଭର ଶିଳତା ତଥା ଅର୍ଥନୈତିକ ସଶକ୍ତି କରଣ ଉପରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଙ୍କ ନିର୍ଦେଶରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସାଧିକାରୀ ଡା. ପ୍ରଦୀପ କୁମାର ରଥ, ହରଭଙ୍ଗା ଗୋଷ୍ଠୀ ପ୍ରାଣୀଚିକିତ୍ସାଧିକାରୀ ଡା. ରବୀନ୍ଦ୍ର କୁମାର ପୃଷ୍ଟି, ଙ୍କୁ ହରଭଙ୍ଗା ବ୍ଲକ ଅନ୍ତର୍ଗତ ପରିବେଶ ପାର୍କ ର ଯାଯାବର ପ୍ରାଙ୍ଗଣରେ ଓମଫେଡ଼ ଓ ଓପୋଲଫେଡ଼ ର ର ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ପରିଚାଳିତ ବିକ୍ରୟ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି!ନନ୍ଦନ ବନର ସୌନ୍ଦର୍ଯ୍ୟ ଭରା ପରିବେଶ ରେ ୫୭ ନଂ ଜାତୀୟ ରାଜପଥ ଆତଯାତ ପଥିକ ମାନଙ୍କ ଖାଦ୍ୟ ଏବଂ ତୃଷ୍ଣା ନିବାରଣ କରିବା ସହ ପୃଷ୍ଟିକର ଆହାର ପ୍ରଦାନ କରିବାକୁ ଓମଫେଡ଼ ପାଇଁ ମା ଗ୍ରାମପତି ଓ ଓପୋଲଫେଡ଼ ପାଇଁ ମା ଭଗବତୀ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଦାୟିତ୍ୱ ଦିଆଯାଇଛି ।

ଓଡିଶା ବର୍ଷରେ ପ୍ରଥମ କରି ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ଏହି ଦାୟିତ୍ୱ ଦିଆଯିବା ସହ ସଫଳତାରସହ ପରିଚାଳନା ପାଇଁ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର କହଁର ଓ ବ୍ଲକ କର୍ମଚାରୀ ଙ୍କ ମଧ୍ୟରେ ଦାୟିତ୍ୱ ସୁବଣ୍ଟନ କରାଯାଇଛି!ପ୍ରଣିପାଳନ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ପ୍ରାଣିଚିକିତ୍ସାଧିକାରୀ ଡା. ପ୍ରଭାସ କୁମାର ବେହେରା ବୌଦ୍ଧ ଡାଏରୀ ଫାର୍ମ ମ୍ୟନେଜର ଡା. ପ୍ରିୟବ୍ରତ ବେହେରା,ସଦସ୍ୟା ମାନଙ୍କୁ ନୂଆ ବ୍ୟବସାୟ ର ଉତ୍ତମ ପରିଚାଳନା ର ପଥ ପ୍ରଦର୍ଶନ କରିଥିଲେ!ବିଭାଗ ର ଡା. ମିଲିନ ରାଉତ, ଡା. ପ୍ରତିଭା ପାଢ଼ୀ, ନାରାୟଣ ବାରିକ, ରଞ୍ଜନ ପାତ୍ର ପ୍ରମୁଖ ଏହି ବିକ୍ରମ କେନ୍ଦ୍ର ଗୁଡିକ ପ୍ରତିଷ୍ଠାରେ ସହଯୋଗ କରିଥିଲେ!ଏହି ବିକ୍ରୟ କେନ୍ଦ୍ର ଦ୍ୱୟ ଜନସାଧାରଣ ଙ୍କୁ ଖୁବ ଆଦୃତ କରିଛି ।

Related Post

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଭାଗ ନେଲେ ୧୬ ବିଦ୍ୟାଳୟ ର ୮୨ ଛାତ୍ର ଛାତ୍ରୀ

Posted by - September 27, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ)  ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ…

ଟ୍ରାକ୍ଟର ମାଳିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ

Posted by - September 13, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଟ୍ରାକ୍ଟର ମାଳିକ ସଂଘ ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ l ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ…

ଖପ୍ରାଖୋଲ ପୋଲିସ ର ଚଢ଼ାଉ ଦୁଇଟି ସ୍ଥାନରୁ ଆଠ ଦାଦନ ଶ୍ରମିକ ଉଦ୍ଧାର

Posted by - December 12, 2021 0
ପାଟଣାଗଡ଼:ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ପୋଲିସ ବେଆଇନ ଦାଦନ ଶ୍ରମିକ ଚାଲାଣ ହେଉଥିବା ଖବର ପାଇ ଶନିବାର ଦୁଇଟି ସ୍ଥାନରେ ଚଢ଼ାଉ କରି ଆଠ ଜଣ ଦାଦନ ଶ୍ରମିକ…

ସଂଗ୍ରାମପୁର ଗ୍ରାମରେ ରୁକ୍ମିଣୀ ବିବାହ ପାଳିତ

Posted by - February 12, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୋୖଦ୍ଧଜିଲ୍ଲା ସଦର ବ୍ଲକ ତାଳଶରଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମପୁର ଗ୍ରାମରେ ଆଜିପୌରାଣିକ ହିନ୍ଦୁ ଧର୍ମ ମତlନୁଯାଇ ଋକ୍ମୁଣି ବିବାହ ପାଳିତ ହୋଇଯାଇଛି। ଏହି ବିବାହରେ…

ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Posted by - May 7, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲ।ରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ…