Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

କଲମ ପରିବାର ପକ୍ଷରୁ କବିତା ଆସର ଅନୁଷ୍ଠିତ

19 0

ସମ୍ବଲପୁର: :୧୩/୧୧ (ରମାକାନ୍ତ ବିଶ୍ବାଳ) କଲମ ପରିବାର ସମ୍ବଲପୁର ପକ୍ଷରୁ ସାମ୍ବାଦିକ ଭବନ ଠାରେ ମାସିକ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଛି। ସଭାପତି ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଲକ୍ଷ୍ମୀନାରାୟଣ ପଣ୍ଡା, କ୍ଷେତ୍ରମଣି ବିଭାର, ଡ଼ଃ. ପ୍ରିୟବ୍ରତ ପଣ୍ଡା ଯୋଗଦେଇ କବିତା ସୃଷ୍ଟି ନିରନ୍ତର ହେବା ସହ ଆସର ଆୟୋଜନ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ। ସେହିପରି ସମ୍ବଲପୁରୀ ଭାଷାରେ ଅଧିକରୁ ଅଧିକ କବିତା ରଚନା କରିବା ପାଇଁ ପ୍ରୋତ୍ସାହିତ କରିବା ସହ କବିତା ପାଠ କରିଥିଲେ।

ଏହି ଅବସରରେ ବିଭୁତି ଭୂଷଣ ମିଶ୍ର, ପଙ୍କଜିନୀ ମେହେର, କାହ୍ନୁ କେଶବ ବହିଦାର, ନିତ୍ୟାନନ୍ଦ ଖମାରୀ, ତ୍ରିଲୋଚନ ତ୍ରିପାଠୀ, ସୁଧାଂଶୁ ଭୂଷଣ ଶଣ୍ଢ, ସନତ ସାହୁ, କମଲ ଲୋଚନ ପଣ୍ଡା, ନିଲିମା ମେହେର, ସବିତା ମିଶ୍ର, ପ୍ରଦୀପ ରଞ୍ଜନ ପାଣିଗ୍ରାହୀ, ତରଣୀ ମେହେର, ଶିବବ୍ରତ ମେହେର, ହୀରାବତି ବିଶ୍ଵାଳ, ଜଗନ୍ନାଥ ମେହେର, ପ୍ରଦୀପ ଯୋଶୀ, ପଙ୍କଜିନୀ ନାୟକ, ବୁବୁନ ଦଣ୍ଡସେନା, ସମୀର ବାବୁ, ଦେବେନ୍ଦ୍ର ପଟେଲ, ମମତା ନାଥ, ଜ୍ଞାନବ୍ରତ ଭୋଇ ପ୍ରମୁଖ କବିତା ପାଠ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ଆବାହକ ତଫିଜୁଲ ହୋସେନ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ, ସମ୍ପାଦକ କମଲ ଲୋଚନ ପଣ୍ଡା ମନ୍ତ୍ର ପାଠ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ କାର୍ଯ୍ୟକ୍ରମକୁ ମମତା ନାଥ ଓ ମୋହିନୀ ହୋତା ସଂଯୋଜନା କରିଥିଲେ। ଶେଷରେ ସମ୍ପାଦକ ଶ୍ରୀ ପଣ୍ଡାଙ୍କ ଶାନ୍ତି ପାଠ ସହ ଆସର ସମ୍ପନ୍ନ ହୋଇଥିଲା।

Related Post

ଚଙ୍ଗରିଆ ଠାରେ ବାସନ୍ତିକ ସାହିତ୍ୟ ସମାରୋହ

Posted by - March 28, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା)ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାସନ୍ତିକ ସାହିତ୍ୟ ସମାରୋହ ଅନୁଷ୍ଟିତ ହୋଇଯାଇଛି।ସମାରୋହରେ ସ୍ଥାନୀୟ ସରପଞ୍ଚ ସୁଶୀଲ କୁମାର ଗୁରୁ…

ସାମ୍ପୋଜ ହାଇସ୍କୁଲରେ ହିନ୍ଦୀ ପଖୱାଡା ଅବସରରେ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 29, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ତରଫରୁ ହିନ୍ଦୀ ପଖୱାଡା ଉପଲକ୍ଷେ ହରଭଙ୍ଗା ବ୍ଲକ ସମ୍ପୋଚ ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ…

ଅନୁଗୁଳ ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ

Posted by - June 13, 2020 385
ଆନୁଗୁଳ:( ମହେଶ ଭୋମରାଜ)କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଜ ପର୍ବ ପାଳନରେ କଟକଣା ଜାରିକଲା ଜିଲ୍ଲା ପ୍ରଶାସନ । ସଂପ୍ରତି ମହାମାରି କରୋନା ରାଜ୍ୟରେ ତାର କାୟା…

ଖୋଲାନ ଉପଡାକଘର କର୍ମଚାରୀଙ୍କ ମଧ୍ୟାହ୍ନ ବିରତିରେ ସର୍ବଭାରତୀୟ ଏକ ଦିବସୀୟ ଧାରଣା ପ୍ରର୍ଦଶନକୁ ସମର୍ଥନ

Posted by - March 5, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଓଡିଶାସାରା ସବୁ ଡାକ ମଣ୍ଡଳରେ ଏକ ଦିବସୀୟ ଧାରଣା ବଲାଙ୍ଗୀର…

ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ

Posted by - June 8, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ) ସୋନପୁର ରେ ରହିଥିବା ଓରମାସ ତାଲିମ କେନ୍ଦ୍ର ଠାରେ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ…