ବୁର୍ଲା ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ଆଇନଜୀବୀ ତଥା ଜନସାଧାରଣଙ୍କ ମଧ୍ୟରେ ଉଦବେଗ ପ୍ରକାଶ

39 0

ସମ୍ବଲପୁର: ୧୩/୧୧ (ରମାକାନ୍ତ ବିଶ୍ବାଳ) ଶିକ୍ଷା ନଗରୀ ବୁର୍ଲା ସହରରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସାଙ୍ଗକୁ ବ୍ୟାପକ ଭାବେ ନିଶା କାରବାର ହେବା ଏବଂ ଜନସାଧାରଣ ମୌଳିକ ସେବା ପାଇବାରୁ ବଞ୍ଚିତ ହୋଇଆସୁଥିବା ଯୋଗୁଁ ବୁର୍ଲା ଆଇନଜୀବୀ ତଥା ସାଧାରଣ ଜନତା ଉଦବେଗ ପ୍ରକାଶ କରିଛନ୍ତି।ଆଜି ବୁର୍ଲା ଠାରେ ବୁର୍ଲା ଆଇନଜୀବୀ ଫୋରମ୍ ପକ୍ଷରୁ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଡକାଯାଇ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା।

ବୁର୍ଲା ସହରରେ ଗଲି କନ୍ଦିରେ ଏପରିକି ମୁଖ୍ୟ ରାସ୍ତା ଏବଂ ମୁଖ୍ୟ ଛକ ମାନଙ୍କରେ ବ୍ୟାପକ ନିଶା କାରବାର ଯୋଗୁଁ ଅନେକ ଅସାମାଜିକ ତତ୍ତ୍ଵ ଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।ଉପରୋକ୍ତ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଦୃଷ୍ଟି ନ ଦେଲେ ଆଇନଜୀବୀ ଏବଂ ଜନସାଧାରଣ ରାସ୍ତା କୁ ଆସିବେ ବୋଲି ବୈଠକରେ ସତର୍କ କରିଦିଆ ଯାଇଛି।

ଆଜିକାର ବୈଠକରେ ଅଶ୍ୱିନୀ ପଣ୍ଡା ,କୃଷ୍ନ ବଡପଣ୍ଡା, ଅରୁଣ କୁମାର, ଦୁର୍ଗା ପ୍ରସାଦ ପାଢୀ, କାଲି ଦାସ ପଟେଲ, ପ୍ରଶାନ୍ତ ପାଢୀ, ଗୋପାଳ ଲାଲ, ପପୁ ସ୍ଵାଇଁ, ଅର୍ଜୁନ ପଟ୍ଟନାଏକ, ମହେନ୍ଦ୍ର ପଞ୍ଚ ବିହାର, ଜୟ ଲୁହା, ଶାନ୍ତି ସ୍ଵରୂପ ମହାପାତ୍ର, ନାରାୟଣ ସୁନା, ଆଶିଷ ପଟ୍ଟନାଏକ ,ଶିବ ପ୍ରସାଦ ଚୌଧୁରୀ ସମେତ ବହୁ ସଂଖ୍ଯାରେ ବରିଷ୍ଠ ଓ ଯୁବ ଆଇନଜୀବୀ ଉପସ୍ଥିତ ଥିଲେ।

Related Post

ସମ୍ବଲପୁର ରେ ଦାୟିତ୍ୱ ନେଲେ ନୂତନ ଜିଲ୍ଲାପାଳ ଅନନ୍ୟା ଦାସ

Posted by - June 23, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଆଜି ସଂଧ୍ୟାରେ ଯୋଗ ଦେଇଛନ୍ତି ଅନନ୍ୟା ଦାସ । ଆଜି ସମ୍ବଲପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ସେ…

କେନ୍ଦୁଝର ଜିଲ୍ଲା ଯୋଡ଼ାରେ ଧୁଳି ଧୁଆଁ ରେ ଅତିଷ୍ଟ ଗ୍ରାମବାସୀ କଲେ ରାସ୍ତାରୋକ

Posted by - April 19, 2020 223
କେନ୍ଦୁଝର:(ସୀତାରାମ ଦିକ୍ଷୀତ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଳକ ଅନ୍ତର୍ଗତ ବଡ଼କାଳିମାଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଳିମାଟି ଛକ ରେ ଆଜି ଗ୍ରାମବାସୀ ମାନେ ଧୂଳି ଧୁଆଁ ରେ ଘର…

ବେଆଇନ ପଥର ଉତ୍ତୋଳନ କେନ୍ଦ୍ର ରେ ଚଢ଼ାଉ କଲେ ହରଭଙ୍ଗା ତହସିଲଦାର

Posted by - March 11, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ଧଳପୁର ଠାରେ ରଣଜିତ ବିଲ୍ଡରନ ନାମକ ଏକ ଠିକା ସଂସ୍ଥା  ମହାନଦୀ ଉପରେ  ଧଳପୁର ଆଠମଲ୍ଲିକ ସେତୁ ନିର୍ମାଣ କାର୍ଯ୍ୟ କରୁଥିବା…

ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତରେ ନୂଆଖାଇ ଭେଟଘାଟ

Posted by - September 20, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ) ନବରଙ୍ଗପୁର ବ୍ଲକ ବଡ଼ କୁମୁଲି ପଞ୍ଚାୟତ ସରପଞ୍ଚ ମଧୁଭତ୍ରା ଙ୍କ ଆହ୍ୱାକତତ୍ୱରେ ଚିକିଲି ଟଶୋର ନିକଟରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ବଡ଼…

ଚିକିତ୍ସାଳୟ ରେ ମଧ୍ଯ ଭି ଆଇ ପି ରାଜ, ବିଧାୟକ ଙ୍କ ସୁବିଧା ପାଇଁ ସାଧାରଣ ୱାର୍ଡ କୁ ଗୁରୁତର ଶିଶୁ ସ୍ଥାନାନ୍ତର

Posted by - May 5, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ବିଧାୟକ ଙ୍କ ସୁବିଧା ପାଇଁ ଜଣେ ୮ ବର୍ଷ ର ଗୁରୁତର ଶିଶୁ କୁ ସାଧାରଣ ୱାର୍ଡ କୁ ସ୍ଥାନାନ୍ତର…