ଆସନ୍ତା ୨୬ ରେ ରାଜ୍ୟ ବ୍ୟାପି ଆନ୍ଦୋଳନ, ରାଜ ରାସ୍ତାରେ ଆଉଟ ଶୋର୍ସିଙ୍ଗ କର୍ମଚାରୀ

212 0

କାଶୀପୁର:( ଅଞ୍ଜନ କୁମାର ନାଏକ )ସରକାରୀ ଅର୍ଥରେ ବେତନ କିନ୍ତୁ ସରକାର କହୁଛି ତୁମେ କିଏ’ ଆମେ ଜାଣି ନାହୁଁ !ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଆଉଟ-ସୋର୍ସିଙ୍ଗ ଠିକା କର୍ମଚାରୀ ମାନଙ୍କୁ ସରକାର ଙ୍କର ପାତର ଅନ୍ତର କରୁଥିବା ଅଭିଯୋଗ ରେ କାଶୀପୁର ବ୍ଲକ ସଦର ଠାରେ ପୁଣି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ସରକାରୀ ସଂସ୍ଥା ମାନଙ୍କରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ କରିବାକୁ ବର୍ତ୍ତମାନ ନିଷ୍ପତ୍ତି ନେଇଥିବା ବେଳେ ସରକାରଙ୍କର ପାତର ଅନ୍ତର ନୀତିରେ ବର୍ତ୍ତମାନ ଛନ୍ଦି ହୋଇଛନ୍ତି ଆଉଟ ସର୍ଷିଙ୍ଗ କର୍ମଚାରୀ।

ସରକାରଙ୍କ ଟଙ୍କାରେ ବେତନ ଦିଆଯାଉଛି କିନ୍ତୁ ସରକାର କହୁଛି ଆମେ ତୁମକୁ ଜାଣି ନାହୁଁ ବୋଲି। ଏବେ ସେହି ସରକାର କହୁଛି ତୁମ ପ୍ରାପ୍ୟ ବୃଦ୍ଧି କରାଯିବା ସହ ଚାକିରୀ ନିଶ୍ଚିତତା କରାଯିବ କିନ୍ତୁ ପୂର୍ଣ ରୂପେ ନୁହଁ । ତେଣୁ ସମଗ୍ର ରାଜ୍ୟ କର୍ମଚାରୀ ଆଉଟ ସର୍ଷିଙ୍ଗ ସଂଘ ଏବେ ରାଜ ରାସ୍ତା ରେ ଆଲ୍ହାଇ ଆନ୍ଦୋଳନ ପାଇ ମୁଣ୍ଡ ଟେକୁଥିବା ଦେଖିବାକୁ ମିଳୁଛି । ସେହି କ୍ରମରେ ଆଉଟ ସୋର୍ସିଙ୍ଗ କର୍ମଚାରୀ ସଂଘ ମଧ୍ୟରେ ସରକାରୀ ନିଷ୍ପତ୍ତି ବିରୋଧରେ ଆନ୍ଦୋଳନ ର ଦାନ ବାନ୍ଧି ଆସନ୍ତା ୨୬ ତାରିଖରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଭୁବନେଶ୍ୱର ସ୍ଥିତ ହେବାକୁ ଯାଉଛି ।ରାଜ୍ୟ ସରକାର ନିୟମିତ ଚାକିରୀ ବଦଳ ରେ ୨୦୦୮/୯ ମସିହାରେ ସରକାରୀ କାର୍ଯ୍ୟଳୟ ରେ ସହଯୋଗ ନିମନ୍ତେ କିଛି ବେ-ସରକାରୀ ଠିକା ସଂସ୍ଥା ଦ୍ୱାରା ରାଜ୍ୟର ଶିକ୍ଷିତ ବେକାର ଯୁବପିଡ଼ିଙ୍କୁ ଅସ୍ଥାୟୀ ଭାବେ ବିଭିନ୍ନ କାର୍ଯ୍ୟଳୟ ରେ ନିଯୁକ୍ତି ପ୍ରଦାନ କରିଥିଲେ ।

ହେଲେ କିଛି ମାସ ହେଲା ସରକାର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ ଚାକିରୀ ପାଇଁ ଘଷଣା କରିଛନ୍ତି । କିନ୍ତୁ ରାଜ୍ୟର ଲକ୍ଷାଧିକ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଅନେକ ଦିନରୁ ସରକାରୀ ସେବାରେ ରହିଆସୁଥିଲେ ସୁଧା ନିୟମିତ ଚାକିରିରୁ ଉପେକ୍ଷା କରାଯାଇଛି । ଏଭଳି ପାତର ଅନ୍ତର ନୀତି କୁ ନେଇ ରାଜ୍ୟର ଆଉଟ ସୋର୍ସିଙ୍ଗ ସଂଘ ପକ୍ଷରୁ ଆନ୍ଦୋଳନର ନିଷ୍ପତ୍ତି ନିମନ୍ତେ ଅଣ୍ଟା ଭିଡୁଥିବାବେଳେ ଉକ୍ତ ବିଷୟ ପ୍ରତି କାଶୀପୁର ବ୍ଲକ ର ପ୍ରାୟ ୫୦ ଜଣ ସଦସ୍ୟ ଯୁକ୍ତ ଆଉଟ ସୋର୍ସିଙ୍ଗ କାଶୀପୁର ବ୍ଲକ ସଂଘ ପକ୍ଷରୁ କାଶୀପୁର ସଦର ପୁଣି ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିଲେ। ସଂଘ ପକ୍ଷରୁ ପ୍ରସ୍ତୁତ ରଣନୀତି କୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇ ଆସନ୍ତା ୨୬ ପରାଜ୍ୟନ୍ତ କଳା ବ୍ୟଚ ପିନ୍ଧି କାର୍ଯ୍ୟ କରିବେ ଏବଂ ୨୬ ତାରିଖରେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ରାଜରାସ୍ତାରେ ଆଲ୍ହାଇବେ ବୋଲି କାଶୀପୁର ବ୍ଲକ ଆଉଟ ସୋର୍ସିଙ୍ଗ ଠିକା କର୍ମଚାରୀ ମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।ଆଜିର ଏହି ବୈଠକରେ ଅମିତ ନାଏକ, ପଦ୍ମନାଭ ନାଏକ, ସନ୍ତୋଷ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ସୁଦାମ ଚରଣ ନାଏକ, ଅଭିନାଶ ମାର୍ଥା, କୈଳାଶ ମାଝି, ସ୍ନେହଲତା ପାତ୍ର , ଦେବକି ଲେଙ୍କା ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ନିର୍ବାଚନୀ ହିଂସାକୁ ନେଇ ଉଚ୍ଚ ସ୍ତରୀୟ ବୈଠକ:ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ପୋଲିସ ର ବ୍ୟାପକ ପ୍ରସ୍ତୁତି

Posted by - February 18, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ ଫେବୃଆରୀ ୧୬ ତାରିଖ ବୁଧବାର ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଅନେକ…

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ

Posted by - August 17, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ପ୍ରତିବର୍ଷପରି ଚଳିତ ବର୍ଷ ମଧ୍ୟ ନବରଙ୍ଗପୁର ସ୍ଥିତ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି 1947 ମସିହା…

ଯାଜପୁରରେ ମାଟ୍ରିକ ପରିକ୍ଷା

Posted by - April 29, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଯାଜପୁର ଜିଲାର ୧୬୧ଟି ପରିକ୍ଷା କେନ୍ଦ୍ରରେ ୨୬ହଜାର ୬୨୨ ଜଣ ପରିକ୍ଷାର୍ଥୀ ପରିକ୍ଷା ଦେଉଛନ୍ତି ।ଆଜି ସକାଳ ୮ଟାରେ ପରିକ୍ଷା କେନ୍ଦ୍ର ଗେଟ ଖୋଲିବା ପରେ ପରିକ୍ଷାର୍ଥୀ ମାନେ ଧାଡିବାନ୍ଧି ପରିକ୍ଷାକେନ୍ଦ୍ରକୁ ଯାଇଥିଲେ ।ଗତକାଲି ଠାରୁ ପ୍ରଶ୍ନପତ୍ର ପ୍ରତ୍ୟେକ ପରିକ୍ଷାକେନ୍ଦ୍ରରେ ପହଂଚିସାରିଛି । ଶୃଙ୍ଖଳିତ ପରିକ୍ଷା ପରିଚାଳନା କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି ।କପି ରୋକିବା ପାଇଁ ୫ଟି ସ୍କାର୍ଡ ଗଠନ କରାଯାଇଛି । ଯାଜପୁର ଜିଲା ଶିକ୍ଷାଅଧିକାରୀ ଜିଲାପାଳ ରଂଜନ କୁମାର ଗିରି ବିଭିନ୍ନ ପରିକ୍ଷା କେନ୍ଦ୍ରକୁ ଯାଇ ପରିକ୍ଷା ବ୍ୟବସ୍ଥାର ଯାଂଚ କରିଥିଲେIପରିକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳ ସହିତ ଟଏଲେଟ୍ ବ୍ୟବସ୍ଥାର ଯାଂଚ ମଧ୍ୟ କରିଥିଲେ ଆଜି ପ୍ରଥମେ ଇଂରାଜି ପରିକ୍ଷା ଥିବା ବେଳେ ଏଥିପାଇଁ ପରିକ୍ଷାର୍ଥୀ ସଂପୁର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଆସିଥିବା ସୂଚନା ଦେଇଥିଲେ ।

ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ

Posted by - July 25, 2019 0
କଟକ: ଦୀର୍ଘ ୪ ବର୍ଷ ପରେ ଜେଲ୍‌ରୁ ବାହାରିଲେ ସାରଥୀ ଓରଫ୍ ସନ୍ତୋଷ ରାଉଳ। ହାଇକୋର୍ଟଙ୍କ ଜାମିନ ଆଦେଶକୁ ଆଜି କେନ୍ଦ୍ରାପଡ଼ା SDJM କୋର୍ଟରେ ଦାଖଲ କରାଯାଇଥିଲା।…