ହରିଶଙ୍କର ଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ

43 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ୍ ହରିଶଙ୍କର ଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ ବ୍ଲକ୍ ସଭାପତି ମୃତୁଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଗ୍ରାମ ରୋଜଗାର ସେବକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସରକାର ଠିକାରେ ନିଯୁକ୍ତ କର୍ମଚାରୀଙ୍କୁ ନିୟମିତ କରିଥିବା ବେଳେ ଗ୍ରାମାଞ୍ଚଳ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ସର୍ବ ବୃହତ୍ ଶ୍ରମ ଭିତ୍ତିକ ଯୋଜନା ରେ କାମ କରି ମଧ୍ୟ ରାଜ୍ୟ ସରକାର ନିୟମିତ ନ କରିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଏ ନେଇ ଆଗାମୀ ଦିନରେ ସରକାରଙ୍କ ପାଖରେ ଦାବୀ ରଖିବାକୁ ଆଲୋଚନା ହୋଇଥିଲା। ବୈଠକରେ ସମ୍ପାଦକ ପବିତ୍ର କାଲସାଏ, ପ୍ରଦୀପ ଶତପଥି, ଦେବେନ୍ଦ୍ର ବାରିକ, ସୁଧର୍ମା ବେହେରା, ସଢାନନ୍ ମାଝୀ, ବିପିନ ବେହେରା, ହେମନ୍ତ ଭୋଇ, ଦୁର୍ଯ୍ୟୋଧନ ଦଣ୍ଡସେନା, ସୁନୀତା ବାରିକ, ସରୋଜ ଭୋଇ , ସତ୍ୟନାରାୟଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଓଡିଶା ଡ୍ରାଇଭର ମହାସଂଘ ସୁବର୍ଣ୍ଣପୁର ଜିଲ୍ଳା ଡୁଙ୍ଗୁରିପାଲି ସଂଘ ତରଫରୁ ୯୦୦ ଶହ ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା

Posted by - August 18, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସାରା ଦେଶରେ ଆଜି ଅମୃତ ମହୋତ୍ସବ ଓ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ହେଉଛି ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା…

ରାଜ୍ୟ ସ୍ତରୀୟ ସୁରଭି ୨୦୨୨ରେ ୨ୟ ସ୍ଥାନ ଅଧିକାର କରିଥିବା ଧବଳେଶ୍ୱର ବିଦ୍ୟାଳୟର୭ ଜଣ ଛାତ୍ରୀ ସମ୍ବର୍ଦ୍ଧିତ

Posted by - November 20, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ରାଜ୍ୟ ସ୍ତରୀୟ ସୁରଭି ୨୦୨୨ ରେ ଟିଟିଲାଗଡ଼ ଧବଳେଶ୍ବର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ସମସ୍ତ ୭ ଜଣ…

ଦମେଇପାଲି ଗାଁ ରେ ଅବକାରୀ ବିଭାଗ ର ଚଢ଼ାଉ ୯୫୦ ଲିଟର ମଦ ଜବତ ୪ ଗିରଫ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି…

ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ତ୍ରିରଙ୍ଗା ଶୋଭା ଯାତ୍ରା

Posted by - August 17, 2022 0
ସମ୍ବଲପୁର/ରେଙ୍ଗାଲି ୧୪/୦୮(ରମାକାନ୍ତ ବିଶ୍ବାଳ)ସ୍ୱାଧୀନତା ର ୭୫ତମ ପୂର୍ତ୍ତି ତଥା ଅଜାଦି କା ଅମୃତ ମହୋତ୍ସବ ଅବସର ରେ ବରିଷ୍ଠ ନାଗରିକ ପରିଷଦ ସଭାପତି ଶ୍ରୀ ବସନ୍ତ କୁମାର…

ନେହୁରୁ ଯୁବ କେନ୍ଦ୍ର ,ନବରଙ୍ଗପୁର ଦ୍ୱାରା ଏକ ଦିବସୀୟ ଯୁବ ତାଲିମ ଶିବିର

Posted by - December 8, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ର ପୁର୍ଣିଗୁଡା ଗ୍ରାମ ଠାରେ ନେହୁରୁ ଯୁବ କେନ୍ଦ୍ର ଦ୍ୱାରା ସ୍ୱଚ୍ଛ ଗ୍ରାମ-ସବୁଜ ଗ୍ରାମ ନାମରେ ଏକ ଦିବସୀୟ ତାଲିମ…