ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ର ଗୁରୁତ୍ୱ ପୂର୍ଣ୍ଣ ବୈଠକ

144 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ଜହ୍ନାପଙ୍କ ସ୍ଥିତ ଆନନ୍ଦମାର୍ଗ ଆଶ୍ରମ ପରିସରରେ  ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS) ବୌଦ୍ଧର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟସଂଘର ଉପସଭାପତି ଶ୍ରୀ ଶମ୍ଭୁ ଗିରି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜ଼ିଲ୍ଲା ସମ୍ପାଦକ ଶ୍ରୀ ମହେଶ ସେଠି ପୂର୍ବ ବିବରଣୀ ପାଠ କରିବା ସହ ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେଇଥିଲେ l ବୈଠକରେ ଜ଼ିଲ୍ଲା ଉପସଭାପତି ବସନ୍ତ କୁମାର ବିଶ୍ୱାଳ,ବୌଦ୍ଧ ବ୍ଲକ ସଭାପତି ଶ୍ରୀ ରାଜକୁମାର ପ୍ରଧାନ, ଉପସଭାପତି ପ୍ରତାପ କୁମାର ବେହେରା, ସମ୍ପାଦକ ଉତ୍ତମ ନାଏକ, କୋଷାଧକ୍ଷ ସୁଶାନ୍ତ କୁମାର ପଣ୍ଡା,ବ୍ଲକ ଉପଦେଷ୍ଟା ହୃଦାନନ୍ଦ ପ୍ରଧାନ,,ହରଭଙ୍ଗା ବ୍ଲକ ସମ୍ପାଦକ ବାମଦେବ ଦାଶ , କାର୍ଯ୍ୟକାରୀ ସଭାପତି ଅଜୟ କୁମାର ମିଶ୍ର,କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ଭୋକ୍ତା ପ୍ରମୁଖ ବକ୍ତବ୍ୟ ରଖି ବ୍ଲକସ୍ତରୀୟ ସଂଗଠନକୁ ସୁଦୃଢ କରିବା ପାଇଁ ଆଞ୍ଚଳିକ ସ୍ତରରେ ସଂଯୋଜକ ମନୋନୟନ କରିବାକୁ ମତାମତ ପ୍ରଦାନ କରାଯାଇଥିଲା ।

ଆସନ୍ତା ୧୩ ଓ ୧୬ ତାରିଖରେ ଭୁବନେଶ୍ୱର ଓ ସମ୍ବଲପୁରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ବୈଠକ ରେ ଯୋଗଦାନ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏକତ୍ରିତ କରି ରାଜ୍ୟ ସ୍ତରୀୟ ରାଲି କୁ ସଫଳ କରିବାକୁ ଆହ୍ୱାନ ଦିଆଯାଇଥିଲା । କଣ୍ଟାମାଳ ବ୍ଲକର NPS ଶିକ୍ଷକ ସଂଘ ପୁନର୍ଗଠନ ପରେ ଶୀଘ୍ର ଜ଼ିଲ୍ଲାସଂଘ ପୁନର୍ଗଠନ ପାଇଁ ପ୍ରସ୍ତାବ ଗୃହୀତ ହେଲା l ଓଡିଶା ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଭାବେ ଶ୍ରୀ ଶମ୍ଭୁ ଗିରିଙ୍କୁ ପୁନର୍ବାର ମନୋନୀତ କରାଯାଇଥିବାରୁ ଜ଼ିଲ୍ଲା ଓ ବ୍ଲକ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ ବୈଠକରେ ଅନ୍ୟାନ୍ୟ କର୍ମକର୍ତ୍ତା ସନ୍ତୋଷ କୁମାର ମଳିକ, ନିରଞ୍ଜନ ମେହେର, କାନ୍ହୁ ଚରଣ ସେଠି, ଦୁର୍ଗା ମାଧବ ଆଚାର୍ଯ୍ୟ, ଶବର ସେଠି, ତୁଲେଶ୍ୱର ମେହେର, ଅଭିମନ୍ୟୁ ଭୋଇ ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

Related Post

ଭୂମିହୀନ ପରିବାରଙ୍କୁ ଜମି ଯୋଗାଇ ଦେବା ପାଇଁ ଯାଜପୁର ତହସିଲଦାରଙ୍କ ଉଦ୍ୟମ

Posted by - March 6, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ପଂଚାୟତିରାଜ ଦିବସ ଅବସରରେ ଭୂମିହୀନ ପରିବାରଙ୍କୁ ଜମି ଯୋଗାଇ ଦେବା ପାଇଁ ଯାଜପୁର ତହସିଲଦାରଙ୍କ ଉଦ୍ୟମ । ତହସିଲ ଅଧିନରେ ଥିବା ଭୂମିହିନ ପରିବାର…

ମାଝିସାହି ଗ୍ରାମବାସୀ ଙ୍କ ଦ୍ଵାରା ପଡ଼ି ରହି ଥିବା ଗୋରୁ ଉଦ୍ଧାର

Posted by - September 20, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବଘିଆପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଝିସହି କେନାଲ ରାସ୍ତାରେ ରାତିରେ ଗୋରୁ ବେପାରୀ ମାନଙ୍କ ଦ୍ଵାରା ଗୋ ଚାଲାଣ ସମୟରେ…

ବିଶ୍ୱ ଶାନ୍ତି ମହାଯଜ୍ଞ

Posted by - May 14, 2019 0
ବରୀ ୧୩ା୫: ବରୀ ବ୍ଲକ ଅଧିନସ୍ଥ ବୋଦୁଅ ପଂଚାୟତର ଯଜେ୍ଞଶ୍ୱର ପୀଠରେ ବିଶ୍ୱଶାନ୍ତି ମହା ଯଜ୍ଞ ଆରମ୍ଭ ହୋଇଛି । ରିତୀନୀତି ଅନୁଯାଇ ସ୍ଥାନୀୟ ମହିଳାମାନେ ଖରସ୍ରୋତା…

କେବିକେ ଯୁଗ୍ମ ପ୍ରଶାସକଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ

Posted by - July 6, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) କେବିକେ ଯୁଗ୍ମ ପ୍ରଶାସକ ନୃପରାଜ ସାହୁ ଆଜି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା…

ଜନ୍ମରୁ ୫ ବର୍ଷ ଦିବ୍ୟଙ୍ଗ ଶିଶୁଙ୍କ ସର୍ବେକ୍ଷେଣ ନିମନ୍ତେ ଅଂଗନୱାଡି କର୍ମୀଙ୍କ ଏକ ଦିବସିୟ ତାଲିମ ଶିବିର

Posted by - August 7, 2021 0
ନବରଂଗପୁର:(ବେଣୁ ଗୋପାଳ ରାଓ)ନବରଂଗପୁର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଷକ୍ତିକରଣ ପଞ୍ଚାୟତ କମିଟି ମିଶି ନବରଙ୍ଗପୁର ପ୍ରଶାସନ ତରଫରୁ ନବରଂଗପୁର ଜିଲ୍ଲା ବ୍ଲକ ଅଫିସ କଂଫୋରାନ୍ସ ହାଲ…