ଅବକାରୀ ବିଭାଗର ଚଢ଼ାଉ ,୧୧୮୦ ଲିଟର ମହୁଲ ପୋଚ ସହ ୧୪୩ ଲିଟର ମହୁଲି ମଦ ଜବତ ୫ ଗିରଫ କୋର୍ଟ ଚାଲାଣ

55 0

ରାୟଗଡ଼ : (ରାମାକାନ୍ତ ପୋଢାଳ)  ଅମ୍ବାଦଳା ଅଂଚଳରେ ଅବକାରୀ ବିଭାଗ ଓ ରାୟଗଡ଼ା ମୋବାଇଲ୍ ସ୍କ୍ୱାର୍ଡ ମିଳିତ ଚଢାଉ ଦ୍ଵାରା ୧୧୮୦ ଲିଟର ମହୁଲ ପୋଚ,୧୪୩ ଲିଟର ମହୁଲି ମଦ ଜବତ ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ରାୟଗଡ଼ା ଜିଲ୍ଲାପାଳ ସ୍ଵଧାଦେୱ ସିଂ, ଅବକାରୀ କମିଶନର ଆସିଶ ସିଂଙ୍କ ନିର୍ଦ୍ଧେଶ କ୍ରମେ ରାୟଗଡ଼ା ଜିଲ୍ଲାରେ ବେଆଇନ ଦେଶି ମଦ ରନ୍ଧା ଯାଉଥିବା ସ୍ଥାନ ମାନଙ୍କରେ ଧର ପଗଡ ଜୋର ସୋର ଚାଲିଥିବା ବେଳେ, ରାୟଗଡ଼ା ଅବକାରି ଅଧିକ୍ଷକ ଅଭୀରାମ ବେଉରାଙ୍କ ନିର୍ଦ୍ଧେଶରେ ବିଷମ କଟକ ଅବକାରୀ ଅଧିକାରି ରସି ନାୟକଙ୍କ ସହ ଏକ ଟିମ ଓ ରାୟଗଡ଼ା ମୋବାଇଲ୍ ସ୍କ୍ୱାର୍ଡ ମିଳିତ ଭାବେ ଦେଶୀ ମଦ ରନ୍ଧା ଯାଉଥିବା ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛନ୍ତି। ସେହିପରି ଆଜି କୌଣସି ସୂତ୍ରରୁ ଖବର ପାଇ ଅମ୍ବାଦଳା ଥାନା ଅଧୀନସ୍ଥ ବଡକୁମୁଡ଼ା ବାଲି, ଗାଡିଆଝୋଲା, କଦମଗୁଡା ଏଵଂ ଅନଯୋଡ଼ି ଗ୍ରାମ ନିକଟରେ ଦେଶୀ ମଦ ରନ୍ଧା ହେଉଥିବା ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ମହୁଲ ପୋଚ୍ଚ ଓ ଦେଶୀ ମଦ ଜବତ କରିବା ସହ ପରିବହନ ର ବ୍ୟବସ୍ଥା ନଥିବାରୁ ଢ଼ାଳି ନଷ୍ଟ କରିଦେଇଥିବା ଜାଣିବାକୁ ମିଳିଛି।

ସୁଚନା ଅନୁଯାୟୀ ବିଷମ କଟକ ଅବକାରି ବିଭାଗ କୌଣସି ସୁତ୍ରରୁ ଖବର ପାଇ ଅବକାରୀ ଅଧିକାରି ରସି ନାୟକଙ୍କ ସହ ଏକ ଦଳ ଏବଂ ରାୟଗଡ଼ା ମୋବାଇଲ ସ୍କ୍ୱାର୍ଡ ଦେଶୀ ମଦ ରନ୍ଧା ଯାଉଥିବା ବିଭିନ୍ନ ସ୍ଥାନରେ ଚଢାଉ କରି ୧୧୮୦ ଲିଟର ମହୁଲ ପୋଚ ୧୪୩ ଲିଟର ମହୁଲି ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ପରିବହନର ସୁବିଧା ନଥିବାରୁ ସେଠାରୁ ଅବକାରୀ ବିଭାଗ ଦ୍ଵାରା ଜବତ ମଦ ଓ ପୋଚକୁ ଢ଼ାଳି ନଷ୍ଟ କରିଦେଇଥିବା ସୁଚନା ମିଳିଛି। ତେବେ ସେଠାରୁ ଅବକାରୀ ବିଭାଗ ଦ୍ଵାରା ଜବତ ମଦ ଓ ପୋଚକୁ ଢାଳି ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଏହି ଚଢାଉ ସମୟରେ ବିଷମ କଟକ ଅବକାରୀ ଅଧିକାରି ରସି ନାୟକ, ଏସାଇ ସନ୍ତୋଷ ସେଠୀ, ମୋବାଇଲ୍ ସ୍କ୍ୱାର୍ଡ ଅଧିକାରି ଆଶୀର୍ବାଦ ବେହେରା, ଏସାଈ ଦୀନବନ୍ଧୁ ସିରାଙ୍କ ସମେତ କନେଷ୍ଟବଳ ସନ୍ତୋଷ ଗୌଡ, ରାଜୁ କାଡ୍ରାକା, ମିତାଞ୍ଜଳି ପାତ୍ର, ଈଶ୍ୱର କାଡ୍ରାକା, ପି. କିଶୋର, ରିନା ବାରିକ ପ୍ରମୁଖ ଉପସ୍ଥିତ ରହିଥିଲେ।

Related Post

ଜିଲ୍ଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଅନୁଷ୍ଠିତ

Posted by - October 12, 2022 0
ବୌଦ୍ଧ:ଅପରାହ୍ନ ୪.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ ଜିଲ୍ଲା…

ଯାଜପୁର ପୌରପାଳିକାକୁ ସରସ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ବୈଠକ ଅନୁଷ୍ଠିତ

Posted by - March 5, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ପୌରପାଳିକାକୁ ସରସ ସୁନ୍ଦର ଓ ପ୍ରଦ୍ୟୁଷଣ ମୁକ୍ତ କରିବା ପାଇଁ ପୌରପାଳିକା ର ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ…

ବଜ୍ରପାତରେ ଗଲା ଚାଷୀଙ୍କ ଜୀବନ; ସରକାରୀ ସହାୟତା ଦାବୀ

Posted by - September 7, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )୬/୯. ସୋମବାର ସକାଳୁ ବେଲଗୁଣ୍ଠା ସମେତ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ପବନ ଲାଗି ରହିଥିଲା।ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ…

ଟିଟିଲାଗଡ ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହେଲେ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା

Posted by - March 26, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି, ଏଥିରେ ୧୪୭ ଖଣ୍ଡ ଭୋଟ ମଧ୍ୟରୁ ୯୮ ଖଣ୍ଡ ଭୋଟ ପାଇ ସହରର ବରିଷ୍ଠ ଓକିଲ…

ଖୁଦୁରୁକୁଣୀ ଓଷା ଉଦଯାପିତ

Posted by - September 23, 2019 0
କେନ୍ଦୁଝର,୨୩/୯ସଦର ବ୍ଲକ୍ ଅନ୍ତର୍ଗତ ପର୍ଜନପୁର ଗ୍ରାମପଞ୍ଚାୟତର ନଈଗାଁ ଗ୍ରାମରେ ଖୁଦୁରୁକୁଣୀ ଓଷା ମହାଆଡମ୍ବର ସହକାରେ ସୋମବାର ଦିନ ଉଦଯାପିତ ହୋଇଯାଇଛି । ଦୀର୍ଘ ଦୁଇ ସପ୍ତାହ ଧରି…