Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଲୁପ୍ତ ହେବ କି ଗଞ୍ଜେଇ ଚାଷ, ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲା ବନ ବିଭାଗ ଓ ପୋଲିସ

62 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାରେ ଏବେ ଆକ୍ସନ ମୋଡରେ ବନ ବିଭାଗ ଓ ପୋଲିସ ସମ୍ପୂର୍ଣ୍ଣ ରୂପେ ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଚିର ନିଦ୍ରାରେ ଅବକାରୀ ବିଭାଗ । ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ଧରିବା କଥା ହେଉ କି ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ସମ୍ପୂର୍ଣ୍ଣ ରୂପେ ପୋଲିସ ଆକ୍ସନ ମୋଡରେ ଥିବା ବେଳେ ଅବକାରୀ ବିଭାଗ ତରଫରୁ ସେତେ ତତ୍ପରତା ଦେଖିବାକୁ ମିଳୁନାହିଁ । ମନମୁଣ୍ଡା ଫରେଷ୍ଟ ରେଞ୍ଜ ଶୁଣ୍ଡିପଦର ପଞ୍ଚାୟତ ପେନାଯୋର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ୬ନମ୍ୱର କମ୍ପାର୍ଟମେଣ୍ଟ ଖଜୁରୀ ଖୋଳ ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ କରିଛି ମନମୁଣ୍ଡା ବନ ବିଭାଗ ।

ମନମୁଣ୍ଡା ଫରେଷ୍ଟ ରେଞ୍ଜର ଶ୍ରୀବତ୍ସ କୂମୁରା ଙ୍କ ନେତୃତ୍ୱରେ ଜଙ୍ଗଲର ୭ ହେକ୍ଟର ଜାଗାରେ ହୋଇଥିବା ପ୍ରାୟ ୨୫ ହଜାର ଗଞ୍ଜେଇ ଗଛ କୁ ନଷ୍ଟ କରିଛି ବନ ବିଭାଗ । ଏହି ଚଢ଼ାଉରେ ଶ୍ରୀ କୂମୂରା, ବୌଦ୍ଧ ରେଞ୍ଜର ନିହାର ରଞ୍ଜନ ମଲ୍ଲିକ, କଣ୍ଟାମାଳ ରେଞ୍ଜର ଖିରାବଧି ପ୍ରଧାନ,ଫରେଷ୍ଟର ପ୍ରକାଶ ଚନ୍ଦ୍ର ସେଠୀ, ଦେବକାନ୍ତ ବେହେରା ,ମାଳତୀ ମାଝୀ,ପ୍ରମୁଖ ସାମିଲ ଥିବା ବେଳେ ଅନ୍ୟପଟେ ମନ ମୁଣ୍ଡା ପୋଲିସ ପକ୍ଷରୁ ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଙ୍କ ନେତୃତ୍ୱରେ ପେନାଯୋର ସଂରକ୍ଷିତ ଜଙ୍ଗଲ ୩୩  ଏକର ଜଙ୍ଗଲ ଜମିରେ ଲାଗିଥିବା ପ୍ରାୟ ୪୯ ହଜାର୫ ସହ ଗଞ୍ଜେଇ ଗଛ ନଷ୍ଟ କରିଥିବା ସୂଚନା ମିଳିଛି ସେହିପରି କଣ୍ଟାମାଳ ଥାନା ଅଧିକାରୀ ନଳିନୀକାନ୍ତ ଦାସ ଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ୫୦ ଏକର ପରିମିତ ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ୭୫ ହଜାର ଗଞ୍ଜେଇ ଗଛ ନଷ୍ଟ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

Related Post

ସ୍କୁଲ ଫି ଛାଡ଼କୁ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ୱାଦିକ ସମ୍ମିଳନୀ

Posted by - March 14, 2021 0
ବ୍ୟାସନଗର :ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଘରୋଇ ବିଦ୍ୟାଳୟ ଗୁଡିକରେ ଫି ଛାଡ଼କୁ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ୱାଦିକ ସମ୍ମିଳ ନୀ । ରାଜ୍ୟ…

ଗର୍ଭବତୀ ମହିଳା ଓ ଶିଶୁ ଙ୍କ ପାଇଁ ବଣ୍ଟା ଯାଉଥିବା ଖାଦ୍ୟ ମହା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟନୁଷ୍ଠାନ ଦାବୀ

Posted by - July 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ )ଅପରାହ୍ନ ରେ, ନୀଳଗିରି ବିଜେପି କାର୍ଯ୍ୟାଳୟ ପରିସର ରେ, ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ବିଧାୟକ ଇଂ ସୁକାନ୍ତ କୁମାର…

ରେଙ୍ଗାଲି ରେ ଓଡ଼ିଆ ଭାଷା ଏବଂ ଓଡିଶା ସୀମା ସୁରକ୍ଷା ପାଇଁ ଦାବି

Posted by - October 12, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଓଡିଶାର ବହୁ ଓଡିଆ ଭାଷା ଭାଷୀ ଲୋକ ପଡୋଶୀ ରାଜ୍ୟ ମାନଙ୍କରେ ଦୀର୍ଘଦିନ ହେଲା ବିଛିନ୍ନ ଅଂଚଳ ରେ ବସବାସ କରିଆସୁଛନ୍ତି ବିଗତ ଦିନରେ ଓଡ଼ିଆ…

ରାଉରକେଲା:-ଅପରାଧୀ ଏକେ ୪୭ କେଉଁଠୁ ଆଣିଥିଲେ,ତଦନ୍ତ ଆରମ୍ଭ

Posted by - June 26, 2022 0
ରାଉରକେଲା:କୁଖ୍ୟାତ ଅପରାଧୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟରେ ଜଣେ ଅପରାଧୀ ଆହତ ହେବା ଘଟଣାରେ ତନାଘନା । ଅପରାଧୀଙ୍କୁ ଗୁଳି ବିନିମୟ ପରେ ଏକ ବଡ଼…