Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କଲେ ଯୁବ ବୈଜ୍ଞାନିକ ଶେଷଦେବ କିସାନ

63 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ଜ଼ିଲ୍ଲା ନାକଟିଦେଉଳ ବ୍ଲକ୍ ବଲାସିଂଘା ଗ୍ରାମର ଯୁବ ବୈଜ୍ଞାନିକ ଡଃ ଶେଷଦେବ କିସାନ୍ ଗୁରୁବାର ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ବିବାହ କରିଛନ୍ତି I ରେଢାଖୋଲ ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟରେ ପରିସରରେ ବାଲେଶ୍ୱରର ଜୟଶ୍ରୀ ଜେନାକୁ ରେଜେଷ୍ଟ୍ରି ବିବାହ କରିଛନ୍ତି I ଏହି ବିବାହ ସମୟରେ ଶେଷ କିସାନଙ୍କ ଶାଶୁ ଏବଂ ଅଜା ଶ୍ୱଶୁର ଉପସ୍ଥିତ ଥିଲେ I ଡଃ ଶେଷ କିସାନଙ୍କ ଓକିଲ ପରୀକ୍ଷିତ ଦାସଙ୍କ ସହ ସବ୍ ରେଜିଷ୍ଟାର ଦେବାଶିଷ ପାତ୍ର ଏବଂ ସାକ୍ଷ୍ୟ ଭାବରେ ସୁନନ୍ଦ ପ୍ରଧାନ, ରମଣୀ ରଞନ ମେଣ୍ଡୁଲୀ ଏବଂ ପ୍ରଫୁଲ୍ଲ କର୍ଣ ଉପସ୍ଥିତ ଥିଲେ I ଆଇନ୍ ସହାୟତାରେ ସେ ଏଇ ରେଜେଷ୍ଟ୍ରି ବିବାହ କରିଥିବା ଜଣାପଡିଛି।

ରେଜେଷ୍ଟ୍ରି ଅଫିସ୍ ପରିସରରେ କେକ୍ କାଟି ଉଭୟେ ଉଭୟଙ୍କୁ ଫୁଲମାଳ ଦେଇ ବିବାହ କରିଛନ୍ତି I ଭିସା ପାଇଁ ଅସୁବିଧା ହେଉଥିବାରୁ ସେ ପ୍ରଥମେ ରେଜେଷ୍ଟ୍ରି ବିବାହ କରିଥିବା ଜଣାପଡିଛି I ସୂଚନା ଥାଉକି, ବଲାସିଂହା ଭଳି ଏକ ଅନୁନ୍ନତ ଅଂଚଳରୁ ଆସିଥିବା ଶେଷ କିସାନ୍ ଛୋଟ ସମୟରୁ ମା, ବାପାଙ୍କୁ ହରାଇଥିଲେ। ଏପରିକି ମୂଲମଜୁରୀ ଲାଗି ପେଟ ପୋଷିବା ସହ ବିଦ୍ୟାଳୟରେ ପାଠ ପଢିଥିଲେ। ବହୁ ସଂଘର୍ଷ କରି ସେ ଆଜି ଜର୍ମାନରେ ଜଣେ ବୈଜ୍ଞାନିକ ଭାବରେ କାମ କରି ସାରା ଭାରତରେ ଏକ ଉଦାହରଣ ପାଲଟିଛନ୍ତି I ନିଜର ଅସାଧାରଣ ପ୍ରତିଭା, ମନୋବଳ ଓ ଇଚ୍ଛାଶକ୍ତି ବଳରେ ଜର୍ମାନର ଗଟିଜେନସି ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସୋସିଏଟ୍ ଭାବରେ କାମ କରୁଥିଲେ। ଆସନ୍ତା ନଭେମ୍ବର ୨୨ ତାରିଖରେ ସେ ପୁନର୍ବାର ବୈଦିକ ରୀତିନିତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ଜଣା ପଡିଛି I

Related Post

ଖପ୍ରାଖୋଲ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ରୂପେ ଗୁଣମଣି ଭୋଇ ନିର୍ବାଚିତ

Posted by - July 14, 2022 0
ଖପ୍ରାଖୋଲ: ୧୪/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ପ୍ରାଥମିକ କୃଷି ସମବାୟ ସମିତି କାର୍ଯ୍ୟଳୟ ଠାରେ ସଭାପତି ପଦବୀ ପାଇଁ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି…

ବୋରିଗୁମ୍ମା ଠାରେ କୋରାପୁଟ ଓଡ୍ରାଫ ବିଭାଗ ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - May 20, 2022 0
ଜଯପୁର:(ଏସ ସୁନ୍ଦରମ)କୋରାପୁଟ ଜିଲ୍ଲା ବୋରିଗୁମ୍ମା ବିଜାପୁର ପଞ୍ଚାୟତ ବଣ୍ଡାଗୁଡା ନିକଟରେ ଓଡ୍ରାଫ ବିଭାଗ ଦ୍ୱାରା ଗ୍ରାମବାସୀଙ୍କୁ ନିଆଁ ଦାଉରୁ ନିଜକୁ ରକ୍ଷା କରିବା ବିଭିନ୍ନ ପ୍ରକାରର ଆତ୍ମରକ୍ଷା…

ଆଉ ଶୁଣିବାକୁ ମିଳିବ ନାହିଁ ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ ସ୍ବର

Posted by - February 3, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ପଶ୍ଚିମ ଓଡିଶା ର ପ୍ରସିଦ୍ଧ କଣ୍ଠଶିଳ୍ପୀ ବୃନ୍ଦାବନ ନାଏକଙ୍କ କଣ୍ଠରୁ ଆଉ ଶୁଣିବାକୁ ମିଳିବ ନାହିଁ ଉଜଲମତି ରାଧା ମାଇଁ ତ ପରି ହୃଦୟ…

କେସିଙ୍ଗା ନଗରରେ ଲାଗିବ ସିସିଟିଭି କ୍ୟାମେରା

Posted by - May 6, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ସହର ମୁଖ୍ୟ ଜାତୀୟରାଜପଥ NH-୨୬ ଉପରେ ବଢିଚାଲି ଥିବା ଦୁର୍ଘଟଣା,ଟ୍ରାଫିକ ସମସ୍ଯା,ସହରରେ ଚୋରି, ବିଭିନ୍ନ ବେଆଇନ କାରବାର, ଦୃତଗତି ରେ ଚଲାଉଥିବା ଦୁଇ ଚକିଆ…

ଯାଜପୁର ରେ ଆରମ୍ବ ହେଲା ଟେଲି ଫୁଡ଼ ସେବା, ଏବେ ଘରେ ବସି ଯାଜପୁର ବାସୀ ମଗେଇ ପାରିବେ ଖାଦ୍ୟ

Posted by - April 14, 2020 279
ଭୁବନେଶ୍ୱର:ତା ୧୪/୪ : କରୋନା ସଂକ୍ରମଣଙ୍କୁ ପ୍ରତିହତ ପାଇଁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ସମୟସୀମା ଅପ୍ରେଲ ୩୦ ପର୍ଯ୍ୟନ୍ତ ସରକାର ବଢ଼ାଇ ଦେଇଛନ୍ତି । ତେଣୁ ପୂର୍ବବତ…