ପିସି ପିଏନଡିଟି ସଚେତନତା ସଭା ଅନୁଷ୍ଠିତ

19 0

ସୋନପୁର :(ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପଦ୍ଧତି ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ କ୍ରମାଗତ କମୁଥିବା କନ୍ୟା ସନ୍ତାନ ଜନ୍ମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହାର କାରଣ, ନିରାକରଣ ଓ ତଦ ସଂକ୍ରାନ୍ତୀୟ ଆଇନ ଉପରେ ଆଲୋଚନା ହୋଇ ଜନ୍ମକାଳୀନ ଲିଙ୍ଗଗତ ବିଷମତା ଦୂର କରିବାକୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା।

ଏହି ବୈଠକରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ( ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ କୁମାର ଭୋଇ, ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଡିପିଏମ ବିଶ୍ଵମ୍ଵର ବେହେରା, ଆଇନସେବା ସହକାରୀ ପରିଚାଳିକା ଶୋଭନା ଦାଶ, ପିସିପିଏନଡିଟି କମିଟି ଉପଦେଷ୍ଟା ସ୍ଵାଧିନ ମେହେରଙ୍କ ସମେତ ଜିଲ୍ଲାର ସମସ୍ତ ଅଲଟ୍ରାସାଉଣ୍ଡ କ୍ଲିନିକର ସତ୍ତ୍ଵାଧିକାରୀ ଓ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରମାନେ ଯୋଗ ଦେଇଥିଲେ।

ଏଇ ଓଡିଶା

Related Post

କେସିଙ୍ଗା ବିଜେପି ନଗର ମଣ୍ଡଳ ପକ୍ଷରୁ ଡା,ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳନ ଓ କେସିଙ୍ଗା ନଗର କମିଟି ର ନୂତନ କର୍ମକର୍ତ୍ତା ଗଠନ

Posted by - June 24, 2022 0
କେସିଙ୍ଗା:(ପୀତେଶ ପଟେଲ)କେସିଙ୍ଗା ବିଦ୍ୟା ମନ୍ଦିର ପରିସର ରେ ମହାନ ଶିକ୍ଷାବିତ୍,ପ୍ରଖର ଜାତୀୟତାବାଦୀ,ତଥା ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡାକ୍ତର ଶ୍ଯାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ଭାବପୂର୍ଣ୍ଣ…

ବାହାରିଲା ମାଟ୍ରିକ ପରୀକ୍ଷା ଫଳ ,ବରୀରୁ ୫ ଜଣ ଛାତ୍ରଛାତ୍ରୀ ଏ-୧ ରେ ସ୍ଥାନ ପାଇଛନ୍ତି

Posted by - July 30, 2020 349
ଯାଜପୁର ଅଫିସ :ମ୍ୟାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ବରୀ ବ୍ଲକ୍ ଶିକ୍ଷାମଣ୍ଡଳରୁ ୫ ଜଣ ଛାତ୍ର ଛାତ୍ରୀ ଏ-୧ ରେ ସ୍ଥାନ ପାଇଥିବା…

ସତ୍ୟସାଇ ସେବା ସମିତି ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

Posted by - April 2, 2022 0
ମୁନିଗୁଡା:(ରମାକାନ୍ତ ପୋଢଳ )ଅମ୍ବାଦଳା ସତ୍ୟସାଇ ସେବା ସମିତି ତରଫରୁ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ସତ୍ୟସାଇ ମନ୍ଦିର ପରିସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…

ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 5, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଫେଇ…

ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

Posted by - December 1, 2021 0
ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର…