ବାରିପଦା:ଝୁଲନ୍ତା ଅବସ୍ଥାରେ ମୃତ ଶରୀର ଉଦ୍ଧାର। ଏଭଳି ଦୁଃଖନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା, ବାରିପଦା ସହର ୱାର୍ଡ ନମ୍ବର ୧୪ ହରିଜନ ସାହିରେ ବାସ କରୁଥିବା ସୁରେନ୍ଦ୍ର ବେହେରାଙ୍କ ଘରେ। ଘରଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳ ସମୟରେ ଏଭଳି ଝୁଲୁଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ ସୁରେନ୍ଦ୍ର ବେହେରାଙ୍କ ପୁଅ କମଳ ଲୋଚନ ବେହେରାଙ୍କ ମୃତ ଶରୀର। ତେବେ ସୂଚନା ମୁତାବକ, ସୁରେନ୍ଦ୍ର ବେହେରାଙ୍କ ତିନି ପୁତ୍ର , ସେଥିମଧ୍ୟରୁ ମୃତ କମଳ ଲୋଚନ ବେହେରା ହେଉଛନ୍ତି ସୁରେନ୍ଦ୍ର ବେହେରାଙ୍କ ମଝିଆ ପୁତ୍ର, ମୃତ କମଳ ଲୋଚନ ବେହେରାଙ୍କ ବିବାହ ୧୨ ବର୍ଷ ପୂର୍ବରୁ ହୋଇଥିବାବେଳେ , ଏବେ ତାଙ୍କର ଏକ ୧୦ ବୟସ ର ପୁତ୍ର ମଧ୍ୟ ଅଛି, ତେବେ ଆର୍ଥିକ ଅଭାବରୁ ତାଙ୍କ ପୁଅ, ସ୍ତ୍ରୀ ଙ୍କୁ ଠିକ ଭାବରେ ଚଳେଇ ବାରେ ସକ୍ଷମ ହୋଇନଥିଲେ। ଯେଉଁଥିପାଇଁ ଏଭଳି ଆତ୍ମହତ୍ୟା ନିଜକୁ କରିଥିବେ ବୋଲି ଚର୍ଚ୍ଚା ହେଉଛି ସ୍ଥାନୀୟ ଲୋକଙ୍କ ମଧ୍ୟରେ।
ତେବେ ଖବର ପାଇ ବାରିପଦା ଥାନା ରୁ SI ଭି ଏନ ବେହେରା ତାଙ୍କ ଟିମ ଯୋଗେ ଘଟଣା ସ୍ଥାନରେ ପହଂଛି , ୧୫୫/୨୨-୨୦୧୯ କସେ ରେ ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିବା ସହିତ, ମୃତ ଶରୀର କୁ ବେବଛେଦ ପାଇଁ ବାରିପଦା ପି.ଆର.ଏମ ମେଡିକାଲ କୁ ପଠେଇ ଦେଇଥିଲେ।