ଖପ୍ରାଖୋଲ ପୋଲିସ ର ଚଢ଼ାଉ, ପାଞ୍ଚ ଜଣ ଦାଦନ ଶ୍ରମିକ ଉଦ୍ଧାର, ଗାଡ଼ି ଜବତ, ଡ଼୍ରାଇଭର ସହ ଦୁଇ ଦଲାଲ କୋର୍ଟ ଚାଲାଣ

26 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ କରଲାବହାଳି ଠାରେ ପେଟ୍ରୋଲିଂ ବେଳେ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଗୋଟିଏ ଶିଶୁ ସମେତ ପାଞ୍ଚ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଏସଆଇ ଗୋପୀନାଥ ମହାକୁଡ଼, କନେଷ୍ଟବଲ ସଞ୍ଜୀବ ସାହୁ, ମଞ୍ଜୁ ପଧାନ ଧଣ୍ଡାମୁଣ୍ଡା ରୁ କରଲାବହାଳି ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ବେଳେ ଗୋଟିଏ ହୋଣ୍ଡା ମୋବିଲିଓ କାର ନଂ (ଓଡି୦୨ଜେଡ ୦୪୮୪ ) ଯୋଗେ ଧଣ୍ଡାମୁଣ୍ଡା ରୁ କରଲାବହାଳି ରାସ୍ତା ଦେଇ ଦ୍ରୁତ ଗତିରେ ଯାଉଥିବା ଦେଖିଥିଲେ l ଗାଡିକୁ ଅଟକାଇ ବେଆଇନ ଦାଦନ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ l ଶ୍ରମିକ ମାନଙ୍କୁ ପଚରା ଉଚୁରା କଲା ପରେ ସେମାନେ ପ୍ରଥମେ କଣ୍ଟାବାଞ୍ଜି ଏବଂ ପରେ ତିରୁପତି ଯିବା କଥା ପ୍ରକାଶ କରିଥିଲେ l

ଏହାପରେ ସମସ୍ତଙ୍କୁ ଖପ୍ରାଖୋଲ ଥାନା କୁ ଅଣାଯାଇଥିଲା l ଶ୍ରମିକମାନେ ଖପ୍ରାଖୋଲ ଥାନା ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ବୋଲି ଜଣାଯାଇଥିଲା । ମୋଟ ଚାରିଜଣ ପୁରୁଷ , ଗୋଟିଏ ମହିଳା ଓ ଗୋଟିଏ ନାବାଳିକା ଶିଶୁ କୁ ପୋଲିସ ଉଦ୍ଧାର କରି ନିଜ ନିଜ ଘରକୁ ପଠେଇ ଦେଇଥିବା ଜଣା ଯାଇଛି । ଦାଦନ ଚାଲାଣ ଅଭିଯୋଗ ରେ ବେଲପଡା ଥାନା ସର୍ଗିଗୁଡା ଗାଁର ମୁଖ୍ୟ ଦାଦନ ସରଦାର ରିଙ୍କୁ ବାଗ, ଦାଦନ ଦଲାଲ ନିରାକାର ବାଗ ଏବଂ ଗାଡିର ଡ୍ରାଇଭର ନୃପରାଜ ମାଝୀ କୁ ବେଆଇନ ଦାଦନ ଚାଲାଣ ଅଭିଯୋଗ ରେ ଖପ୍ରାଖୋଲ ଥାନା କେସ ନଂ ୧୮୩/୨୨ ରେ ଏକ ମାମଲା ରୁଜୁ କରି ପାଟଣାଗଡ଼ କୋର୍ଟ କୁ ଚାଲାଣ କରାଯାଇଛି l ସେହିପରି ଗତ ଅକ୍ଟୋବର ମାସ ପିଙ୍କି ବସ ଯୋଗେ ବେଆଇନ ଭାବେ ୨୨ ଜଣ ଦାଦନ ଶ୍ରମିକଙ୍କୁ ଚାଲାଣ କରୁଥିବା ଖୁଟଲୁମୁଡା ଗ୍ରାମର ମୁଖ୍ୟ ଦାଦନ ସରଦାର ପୁରନ ବାଗ ଫେରାର ଥିବା ବେଳେ ତାକୁ ମଧ୍ଯ ମଙ୍ଗଳବାର ରାତିରେ କାବୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି l

Related Post

ଲକ୍‌ଡାଉନ ପରେ ଯାଜପୁର ଜିଲ୍ଲାକୁ ହଜାର ହଜାର ଲୋକ ଆସିବାର ସମ୍ଭାବନା, ପ୍ରସ୍ତୁତିରେ ଜିଲ୍ଲା ପ୍ରଶାସନ

Posted by - April 23, 2020 0
ଭୁବନେଶ୍ବର:କରୋନା ପାଇଁ ବାହାର ରାଜ୍ୟରେ ଯାଜପୁର ଜିଲ୍ଲାର ହଜାର ହଜାର ଲୋକମାନେ ଅଟକି ରହିଛନ୍ତି । ଲକ୍‌ଡ଼ାଉନ ଯୋଗୁ ସେମାନେ ଆସିପାରୁ ନାହାଁନ୍ତି କିମ୍ବା ଯାଜପୁର ଜିଲ୍ଲାରେ…

ପବିତ୍ର ମକର ସଂକ୍ରାନ୍ତିରେ ବାବା ବରୁଣେଶ୍ୱରଙ୍କ ପୀଠ ହୋଇ ଉଠିଛି ଚଳଚଂଚଳ

Posted by - January 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି । ଏଥିପାଇଁ ଯାଜପୁର ଜିଲା ବିଂଝାରପୁର ବ୍ଲକ ଅରେଇ ଠାରେ ଥିବା ବାବା ବରୁଣେଶ୍ୱରଙ୍କ ପୀଠ ହୋଇ…

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଆନ୍ତଃ ମହାବିଦ୍ୟାଳୟ ସ୍ତରୀୟ ଇଂରାଜୀ ପାଠ ଚକ୍ର ଅନୁଷ୍ଠିତ

Posted by - December 2, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ ଆନ୍ତଃ ମହାବିଦ୍ୟାଳୟ ଇଂରାଜୀ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି। ଭୈରବୀ…

ଟିଟିଲାଗଡ଼:ଜବର ଦଖଲ ଉଚ୍ଛେଦ ସହ ନାଳ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ

Posted by - November 26, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ଉପଜିଲ୍ଲାପାଳ ତଥା ପୌର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀ ମନୋଜ ସତ୍ୟବାନ…