ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ

583 0

ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ବ୍ଲକ କାଙ୍ଗୁଲା-ବେନ୍ତପୁର ପଞ୍ଚାୟତ ମୁଣ୍ଡହତା ହରିଜନ ସାହିରେ ସନ୍ଧ୍ୟା ସମୟରେ ଆମ୍ବୁଲାନ୍ସ (OD 19 J 2340) ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣା ଫଳରେ ଦୁଇ ଗୁରୁତର ଆହତ ହୋଇଥିବା ସୂଚନା। ସୂଚନା ମୁତାବକ କୌଣସି ଖବର ପାଇ ଆମ୍ବୁଲାନ୍ସ ଟି ଯାଉଥିବା ସମୟରେ ମୁଣ୍ଡହତା ହରିଜନ ସାହି ପାଖରେ ଛୋଟ ଛୁଆ କୁ ଧକ୍କା ଦେଇ ପଳାଉଥିବା ସମୟରେ ଆଉ ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଛୋଟ ଛୁଆ ଏବଂ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗୁରୁତର ଯୁବକ ଜଣଙ୍କ ଅଙ୍ଗାରବନ୍ଧ ପଞ୍ଚାୟତ ସମାକୋଇ ଗ୍ରାମର ଫିରୋଜ ସାହୁ, ପିତା : ବାବୁଲି ସାହୁ ଏବଂ ଛୋଟ ଛୁଆଟି ମୁଣ୍ଡହତା ହରିଜନ ସାହିର ବୋଲି ଜଣାପଡ଼ିଛି। ଫିରୋଜଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା।

Facebook Notice for EU! You need to login to view and post FB Comments!

Related Post

ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା

Posted by - March 21, 2021 0
ବ୍ରହ୍ମପୁର: ଚଳିତ ବର୍ଷ ଅନୁଷ୍ଠିତ ହେବ ବ୍ରହ୍ମପୁର ବୁଢୀ ଠାକୁରାଣୀଙ୍କ ଯାତ୍ରା । ଏନେଇ ଅନୁମତି ଦେଇଛନ୍ତି ବିଇଏମସି କମିଶନର ଡା.ସିଦ୍ଧେଶ୍ୱର ବଳିରାମ ବୋନ୍ଦର । ଏନେଇ…

ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ୨୧ ଜଣ ପିଲାଙ୍କ କରାଗଲା ସାମୁହିକ ବ୍ରତୋପନୟନ

Posted by - April 23, 2022 0
ଟିଟିଲାଗଡ଼  : (ସଞ୍ଜୟ କୁମାର ନାୟକ) ପ୍ରତିବର୍ଷ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ତରଫରୁ ସାମୂହିକ ବ୍ରତୋପନୟନ କରାଯାଇଥାଏ। ଏହି ବର୍ଷ ମଧ୍ୟ ସମାଜର ସଭାପତି ଶ୍ରୀ ବିଶ୍ଵରାମ…

ଜୀଅନ୍ତା ଜଳିଗଲେ ଯୁବକ

Posted by - January 2, 2019 1,699
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବେତଣ୍ଡା ଗ୍ରାମରେ ପାଣି ଟାଙ୍କି କାମ ଚାଲିଥିଲା। ଏହି କାମରେ ଦିନବନ୍ଧୁ ସେଟ୍ଟୀ ବିଦ୍ୟୁତ ସଂଯୋଗ ଦାୟିତ୍ୱରେ ଥିଲେ। ଆଜି…

ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ

Posted by - October 5, 2019 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଡିଆରଡିଏ ସମ୍ମିଳନୀ କକ୍ଷରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ…

ଅଢେଇ ବର୍ଷର ନିଖୋଜ ଶିଶୁ କନ୍ୟା ପୋଖରୀ ରୁ ଉଦ୍ଧାର

Posted by - November 30, 2021 0
ବସ୍ତା:ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ସଦର ବ୍ଲକ ନିମା ଗ୍ରାମର ଉମାକାନ୍ତ ପ୍ରଧାନଙ୍କ ଅଢେଇ ବର୍ଷର ଶିଶୁ କନ୍ୟା ଶାଇସ୍ମିତା ଗତକାଲି ଗ୍ରାମରୁ ନିଖୋଜ ହୋଇଯାଇଥିଲା, ପରିବାର…

Leave a comment

Your email address will not be published.