Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଡଙ୍ଗାପାଲ ଗ୍ରାମର ପ୍ରସିଦ୍ଧ ନାବକେଳି ମହୋତ୍ସବ

32 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ)  ପ୍ରାୟ ଦୁଇବର୍ଷ ବ୍ୟବଧାନ ପରେ ପୁଣି ଦୁଲୁକିଗଲା ମଞ୍ଚ l ଆଉ ସାମିଲ ହେଲେ ଏକାଧିକ ଜିଲ୍ଲାର କଳାକାର ମାନେ l ଆମେ କହୁଛୁ ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର ଡଙ୍ଗାପାଲ ଗ୍ରାମର ପ୍ରଶିଦ୍ଧ ନାବକେଳି ମହୋତ୍ସବ କଥା l ଏଥର ଏହି ମହୋତ୍ସବ କୁ ଦେଖିବାକୁ ହଜାର ହଜାର ଲୋକଙ୍କ ଜନ ସମାଗମ ହୋଇଥିଲା lମଞ୍ଚରେ ଲାଗିଛି କଂସ ଦରକବାର ଆଉ ଚାଳିଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ l ଆଉ କୄଷ୍ଣ ଙ୍କ ହାତରେ ବଧ ହେଉଛି ମହାପ୍ରତାପି ମହାରାଜ କଂସ l ଆଉ ଏହି ଦୄଶ୍ୟକୁ ଏକା ସଥିରେ ମନଭରି ଉପଭୋଗ କରୁଛନ୍ତି ହଜାର ହଜାର ଲୋକ l ଏହା ହେଉଛି ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକ ଡଙ୍ଗାପାଲ ଗ୍ରାମର ପ୍ରସିଦ୍ଧ ନାବକେଳି ମହୋତ୍ସବ ର ଦୄଶ୍ୟ l ଗ୍ରାମର ଏହି ନାବକେଳି ମହୋତ୍ସବ ହେଉଛି ସତାଧିକ ବର୍ଷର ପରମ୍ପରା l ଡଙ୍ଗାପାଲ ଗ୍ରାମରେ ରହୁଥିବା ଲୋକ ମାନେ ପିଡି ପିଡି ଧରି ଏହି ମହୋତ୍ସବ କୁ ପବିତ୍ର କାର୍ତିକ ପୁର୍ଣ୍ଣିମା ତିଥିରେ ଆୟୋଜିତ କରି ଆସୁଛନ୍ତି l ତେଵେ ଗତ ୨ ବର୍ଷ ଧରି କୋଭିଡ ପାଇଁ ନାବକେଳି ମହୋତ୍ସବ ଆୟୋଜନ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ମହୋତ୍ସବ କୁ ପୁଣି ଥରେ ଧୁମଧାମରେ ଆୟୋଜନ କରାଯାଇଥିଲା l

ଏଥିପାଇଁ ମହୋତ୍ସବ ଦେଖିବାକୁ ଆସିଥିବା ଲୋକ ବି ବେସ ଖୁସି ଥିବା ଦେଖିବାକୁ ମିଳିଥିଲା l ଡଙ୍ଗାପାଲ ଗ୍ରାମର ବିବିସିସି କ୍ଳବ ଓ ଉତ୍ସବ ପରିବାର ତରଫରୁ ଚଳିତ ବର୍ଷ ପବିତ୍ର କାର୍ତ୍ତିକ ପୁଣ୍ଣିମାରେ ୨ ଦିନ ଧରି ଏହି ନାବକେଳି ମହୋତ୍ସବ ଡଙ୍ଗାପାଲ ଗ୍ରାମରେ ଅନୁଷ୍ଠିତ କରାଯାଇଥିଲା l ଏଥିରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାନି ପଣ୍ଡା ,ପ୍ରଶିଦ୍ଧ କଣ୍ଟଶିଳ୍ପି ଅର୍ଚ୍ଚିତା ପାଢି, ରୁକୁ ସୁନା , ଭାରତ ଗୌରବ ଡାନ୍ସ ଗୄପ ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରୁ ଲୋକ ନୄତ୍ୟ ଦଳ ଯୋଗଦେଇ ସେମାନଙ୍କ କଳା ମଞ୍ଚରେ ପରିବେଷଣ କରିଥିଲେ l ଏହାର ଉଦଯାପନୀ ସମାରୋହରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରି ଓ ବିଧାୟକ ନାଉରି ନାଏକ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇ ଅଞ୍ଚଳର ବହୁ ପ୍ରତିଭା ମାନଙ୍କୁ ନାବକେଳି ମହୋତ୍ସବ ମଞ୍ଚରେ ସମ୍ବଦ୍ଧିତ କରିଥିଲେ l ଡଙ୍ଗାପାଲ ର ପ୍ରଶିଦ୍ଧ ନାବକେଳି ମହୋତ୍ସବ ଏହି ଅଞ୍ଚଳ ପାଇଁ ଏକ ଅନନ୍ୟ ପରମ୍ପରା ହୋଇଥିବା ବେଳେ ଲୋକଙ୍କୁ ଏକତା ସୁତ୍ରରେ ବାନ୍ଧିବା ର ବାର୍ତ୍ତା ସମାଜକୁ ପ୍ରଦାନ କରିଥାଏ l

Related Post

ଯାଜପୁର ରେ ଏକ ନାଟ୍ୟମଣ୍ଡପ କରାଯିବ : ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ

Posted by - June 4, 2020 0
ଯାଜପୁର ଅଫିସ ତା. ୪/୬ : ଯାଜପୁରରେ ଏକ ନାଟ୍ୟମଣ୍ଡପ କରାଯିବ ବୋଲି ପର୍ଯ୍ୟଟନ, ଓଡି଼ଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସୂଚନା…

ଜିଲ୍ଲାରେ ଚଳିତ ବର୍ଷ ପୀଠ ମାନଙ୍କରେ ଗଣେଷ ପୂଜା ବନ୍ଦ ରହିବ: ଯାଜପୁର ଜିଲ୍ଲାପାଳ

Posted by - August 13, 2020 0
ଯାଜପୁର ଅଫିସ : ୧୨/୦୮ ଚଳିତ ବର୍ଷ କରୋନା ମହାମାରୀ ଭୟାବହତାକୁ ଦୃଷ୍ଟିରେ ରଖି ଓ ଜନସାଧାରଣଙ୍କ ସ୍ୱାସ୍ତ୍ୟ ସୁରକ୍ଷା ପାଇଁ ଜିଲ୍ଲାର ସମସ୍ତ ମଣ୍ଡପ ମାନଙ୍କରେ…

ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ତିନି ଜଣିଆ କମିଟି ସୋନପୁର କଲେଜ ପରିଦର୍ଶନ

Posted by - August 7, 2021 0
ସୋନପୁର :(ଅଜିତ କୁମାର ପୁଝାରୀ)ସୋନପୁର କଲେଜ ର ପାଠ୍ୟ ଖସଡ଼ା, ଭିତ୍ତିଭୂମି, ଅଧ୍ୟାପନା, ପରୀକ୍ଷା ପରିଚାଳନା ସହିତ ଆନୁଷାଙ୍ଗିକ ପ୍ରତ୍ୟକ୍ଷ ନିରୀକ୍ଷଣ କରିବା ପାଇଁ ରାଜେନ୍ଦ୍ର ବିଶ୍ଵ…

ମହୁଲପାଲିରେ ସ୍ୱାସ୍ଥ୍ୟ ଶିବିର

Posted by - November 12, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଆଜି ଯୁଯୋମୁରା ବ୍ଲକ ଅନ୍ତର୍ଗତ ବୀରସିଙ୍ଗଗଡ ପଞ୍ଚାୟତର ମହୁଲପାଲି ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏମସିଏଲ ଓ…

ନୀଳଗିରି ବି. ଜେ. ପି. ପକ୍ଷରୁ ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Posted by - June 22, 2020 0
ନୀଳଗିରି: ୨୧/୦୬(ସୌମ୍ୟାସାଇ ବାରିକ୍)ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ବି. ଜେ. ପି. ଦଳ  ଗଲୱାନ ଶହିଦ ଙ୍କୁ ଦୀପଜାଳି ଶ୍ରଦ୍ଧାଞ୍ଜଲୀ ଜଣାଇବା ସହିତ ଅମର ଆତ୍ମା…