ନର୍ଲା କୃଷି ଅଫିସ ରୁ ମାଣ୍ଡିଆ ରଥ ଶୁଭାରମ୍ଭ

35 0

ନର୍ଲା:  (ଅମିୟ କୁମାର ଦାସ) ନର୍ଲା ସ୍ଥିତ ଜିଲ୍ଲା କୃଷି ଅଫିସ ରୁ ସୋମବାର ସକାଳ ୧୦ ଘଣ୍ଟା ସମୟ ରେ ମାଣ୍ଡିଆ ରଥ କୁ ମୁଖ୍ୟ ଅତିଥି ନର୍ଲା ଗୋଷ୍ଟି ଉର୍ଣ୍ଣୟନ ଅଧିକାରୀ ବାସନ୍ତୀ ସେଠି ସବୁଜ ପତକା ଦେଖାଇ ରଥ ର ଶୁଭାରମ୍ଭ କରିଛନ୍ତି | ସହଭାଗୀ ବିକାଶ ଅଭିଯାନ ନର୍ଲା ବ୍ଲକ ସଂଯୋଜକ ସୁକାନ୍ତ କୁମାର ଚାନ୍ଦ ଙ୍କ ନେତୃତ୍ୱ ରେ ମିଲେଟ ମିସନ ନର୍ଲା ତରଫରୁ ନର୍ଲା ବ୍ଲକ ପରିଭ୍ରମଣର ଉଦେଶ୍ୟ ରେ ବାହାରି ଥିବା ଏହି ମାଣ୍ଡିଆ ରଥ ର ଶୁଭାରାମ୍ଭ ଉତ୍ସବ ରେ ସନମାନିତ ଅତିଥି ଭାବରେ ନର୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମାତୃପଦ ପ୍ରହରାଜ, ନର୍ଲା ସିଡ଼ିପିଓ ନିବାସିନୀ ବିଶ୍ୱାଳ,ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର,ନର୍ଲା ଜିଲ୍ଲା କୃଷି ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ବେହେରା, ମହାଶକ୍ତି ମିଶନ ର ବ୍ଲକ ସଂଯୋଜକ ରୋହିତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ | କାର୍ଯ୍ୟକ୍ରମ ଆରମ୍ଭ ରେ ସହ ସଂଯୋଜକ ଥବିର ସାହୁ ସମସ୍ତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ |

ଓଡିଶା ମିଲେଟ ମିସନ ର ଲକ୍ଷ୍ୟ ଓ ଉଦେଶ୍ୟ ମାଣ୍ଡିଆ ଦିବସ ର ବହୁଳ ପ୍ରଚାର ପ୍ରସାର ଯାହା ଓଡିଶା ସରକାରଙ୍କର ମୂଳ ଲକ୍ଷ୍ୟ ରହିଛି ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲି | ମାଣ୍ଡିଆ ଭଳି ଔଷଧିୟ ଗୁଣ ବହନ କରୁଥିବା ଖୁଦ୍ର ଦାନ ଜାତୀୟ ଫସଲ ର ଚାଷ ଓ ବ୍ୟାପକ ବ୍ୟବହାର ଉଦେଶ୍ୟ ରେ ନଭେମ୍ବର ୧୦ କୁ ମାଣ୍ଡିଆ ଦିବସ ରୁପେ ପାଳନ କରିବା ପାଇଁ ସ୍ଥିରକୃତ ହୋଇଥିବା ଉଦ୍ଘାଟିନି ଉତ୍ସବ ରେ ଶ୍ରୀ ସାହୁ ଅବଗତ କରାଇଥିଲେ | ଏହା ପରେ ମୁଖ୍ୟ ଅଥିତି ନର୍ଲା ବିଡ଼ିଓ ଶ୍ରୀମତୀ ସେଠି ମିଲେଟ ଜାତୀୟ ଖାଦ୍ୟ ର ଉପାଦେୟତା ଏବଂ ଏହି ଜାତୀୟ ଖାଦ୍ୟ ର ବହୁଳ ବ୍ୟବହାର ପାଇଁ ବହୁଳ ପ୍ରଚାର ପ୍ରସାର ଓ ଚାଷୀଙ୍କୁ ଏହି ଖୁଦ୍ରଦାନା ଜାତୀୟ ଫସଲ ଚାଷ ପାଇଁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ |

ଏହାପରେ ଅତିଥି ବୃନ୍ଦ ଲକ୍ଷ୍ମୀ ଫୋଟୋ ଚିତ୍ର ରେ ଧୂପ ଦୀପ ନଡ଼ିଆ ଭାଙ୍ଗି ପୂଜାପାଠ କରିବା ପରେ ସବୁଜ ପତକା ଦେଖାଇ ମାଣ୍ଡିଆ ରଥଯାତ୍ରା ର ଶୁଭାରମ୍ଭ କରିଥିଲେ | କୃଷି ବିଭାଗ ର କର୍ମଚାରୀ ଓ ଅଞ୍ଚଳ ର ଚାଷୀ ଉପସ୍ଥିତ ଥିଲେ, ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ମାଣ୍ଡିଆ ରଥ ନର୍ଲା ବ୍ଲକ ର 26 ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳ ରେ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଚାଷ ଉପରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜିଠାରୁ ମାଣ୍ଡିଆ ଦିବସ ନଭେମ୍ବର ୧୦ ଯାଏଁ ପରିଭ୍ରମଣ କରି ସଚେତନ ର ବାର୍ତ୍ତା ଦେବ ଓ ମାଣ୍ଡିଆ ଦିବସ ରେ ଭାନପୁର ହାଇସ୍କୁଲ ଏକ ଭାବ୍ୟ ମାଣ୍ଡିଆ ଫୁଡ ଫେଷ୍ଠିଭାଲ ଅନୁଷ୍ଠିତ ହେବ ବୋଲି ବ୍ଲକ ସଂଯୋଜକ ସୂଚନା ଦେଇଚନ୍ତି |

Related Post

ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା,ହାଇସ୍କୁଲ କର୍ତୁପକ୍ଷ ଙ୍କ ଅବହେଳା ଯୋଗୁଁ ଦୁଇ ଛାତ୍ର ପରିକ୍ଷା ଦେବାରୁ ବଂଚିତ

Posted by - February 19, 2020 0
ଯାଜପୁର:19/02(ଆନନ୍ଦ ଚନ୍ଦ୍ର ସାହୁ)ଆଜି ଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରିକ୍ଷା । ଏଥିପାଇଁ ପ୍ରତ୍ୟେକ ଛାତ୍ର ଛାତ୍ରୀ ଉତ୍କଣ୍ଠାର ସହିତ ପରିକ୍ଷା ଦେଉଥିବା ବେଳେ…

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ

Posted by - February 10, 2022 0
ନବରଙ୍ଗପୁର: ୧୦/୦୨ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ବାଲ୍ୟ ବିବାହ ର ସମାପ୍ତ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅନ୍ଵେଷା ଅଭିଯାନ। କମ ବୟସରେ ବିବାହ…

ମାହେଶ୍ୱରୀ ଗୋଶାଳା ତରଫରୁ ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ

Posted by - November 6, 2021 0
ବୌଦ୍ଧ(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ଗିରି ଗୋବର୍ଦ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୂଜକ ଭାବେ ବାବା ଖଗେଶ୍ୱର…

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Posted by - November 21, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ସଂସ୍ଥା ର ଉପ ସଭାପତି ରାମ କୁମାର…