Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ସମ୍ବଲପୁରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ପରିଚାଳନା ସମିତି ଗଠିତ

46 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସ୍ଥାନୀୟ ଗୋବିନ୍ଦତୋଳା ସ୍ଥିତ ଗୁରୁକୁଳ ଛାତ୍ର ନିବାସ ହଲ ଠାରେ, ସନ୍ଦୀପ କୁମାର ଶ୍ରୀବାସ୍ତବ ଙ୍କ ଅଧ୍ୟକ୍ଷତାରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନ ର ସମ୍ବଲପୁର ଜିଲ୍ଲା ସ୍ତରୀୟ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସାଧାରଣ ସଭାରେ ଓଡ଼ିଶା ରାଜ୍ୟ ସଭାପତି ପଦ୍ମ ଚରଣ ନାୟକ ମୁଖ୍ୟ ଅତିଥି ଭାବରେ ଏବଂ ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଶୁଭେନ୍ଦୁ କୁମାର ରାଉତରାୟ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଓଡ଼ିଶା ରାଜ୍ୟରେ ନିଶା ନିବାରଣ ଅଭିଯାନ ଉପରେ ଆଲୋକପାତ କରିଥିଲେ । ସମାଜସେବୀ ଓ ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ନିଜ ବକ୍ତବ୍ୟରେ ଗୁଜୁରାଟ ଓ ବିହାର ରାଜ୍ୟ ଭଳି ଓଡ଼ିଶା ରାଜ୍ୟରେ ଏବଂ ସମଗ୍ର ଭାରତବର୍ଷ ରେ ମଧ୍ୟ ମଦ ନିଶା ଆଦିର ଉତ୍ପାଦନ, ବିଜ୍ଞାପନ ଏବଂ ବିକ୍ରୀ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ସପକ୍ଷରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ । ଓଡ଼ିଶା ନିଶା ନିବାରଣ ଆଇନ ୧୯୫୬ କୁ କଡ଼ା କଡ଼ି ଭାବରେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତେ ଓଡ଼ିଶା ସରକାରଙ୍କ ଠାରେ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ ।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ମାନଙ୍କରୁ ବହୁ ସଂଖ୍ୟାରେ ସଭ୍ୟ ସଭ୍ୟା ମାନେ ଏହି ସାଧାରଣ ସଭାରେ ଯୋଗଦାନ କରିଥିଲେ । ସମ୍ବଲପୁର ଜିଲ୍ଲାରେ ନିଶା ନିବାରଣ ଅଭିଯାନକୁ ବ୍ୟାପକ କରିବା ପାଇଁ ଜିଲ୍ଲା ସ୍ତରୀୟ ଏକ ଅସ୍ଥାୟୀ ପରିଚାଳନା ସମିତି ଗଠନ କରା ଯାଇଥିଲା। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ସଂଗଠନର ସମ୍ବଲପୁର ଜିଲ୍ଲା ସଭାପତି ଭାବରେ ସନ୍ଦୀପ କୁମାର ଶ୍ରୀବାସ୍ତବ, କାର୍ଯ୍ୟକାରୀ ସଭାପତି ଭାବରେ ସମାଜସେବୀ ଓ ସଂସ୍କୃତି ରତ୍ନ କାର୍ତ୍ତିକ ପ୍ରସାଦ ବହିଦାର, ଉପସଭାପତି ଭାବରେ ପ୍ରେମାନନ୍ଦ ବ୍ରିନେଡ, ସାଧାରଣ ସମ୍ପାଦିକା ଭାବରେ ସୁଶ୍ରୀ ଉତ୍ପଳା ଧୂରୁଆ, ଯୁଗ୍ମ ସମ୍ପାଦକ ଭାବରେ ଦେବାଶିଷ ସାହୁ, ଯୁଗ୍ମ ସମ୍ପାଦିକା ଭାବରେ ଶ୍ରୀମତୀ ସନ୍ଦେଶିନୀ ପାଣ୍ଡିଆ ଏବଂ କୋଷାଧ୍ୟକ୍ଷ ଭାବରେ ଚତୁର୍ଭୁଜ ଗର୍ଡିଆ ଙ୍କୁ ଦାୟୀତ୍ୱ ପ୍ରଦାନ କରା ଯାଇଅଛି | କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ କମଳା ଧୂରୁଆ, ଅର୍ଚ୍ଚନା ସାହାନୀ, ଜୟନ୍ତୀ ମହାନନ୍ଦ, ପ୍ରଜ୍ଞା ପୂଜାରୀ, ସଂଯୁକ୍ତା ପ୍ରଧାନ, ଅମୁଲ୍ୟ ସାହୁ, ଦୁଷ୍ମନ୍ତ କୁମାର ସାହୁ, ଆରତୀଲତା ବରାଡ଼, ସଂଯୁକ୍ତା ସେଠ, ପ୍ରତିମା ବଢ଼େଇ ଏବଂ ରାଜିବ ଲୋଚନ ମହାକୁଡ଼ ଙ୍କୁ ଦାୟୀତ୍ୱ ପ୍ରଦାନ କରା ଯାଇ ଅଛି | ସଭା ଶେଷରେ ଚତୁର୍ଭୁଜ ଗର୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ସାମାଜିକ ଅନୁଷ୍ଠାନ ସମୂହ ତରଫରୁ ଟିଟିଲାଗଡରେ ନୁଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - September 29, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ଚଳିତ ବର୍ଷ ଟିଟିଲାଗଡ ନାଗରିକ କମିଟିର ସଭାପତି ଶ୍ରୀ ରାଧାକାନ୍ତ ପାଢୀଙ୍କ ସଭାପତିତ୍ବରେ…

ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ବରଙ୍ଗପୁର ଜିଲ୍ଲା ସାଧାରଣ ବୈଠକ ଅନୁଷ୍ଠିତ

Posted by - June 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଆଜି ଭର୍ଚୁଅଲ ମାଧ୍ୟମରେ ଓଡ଼ିଶା ରାଜସ୍ୱ ଅମଲା ସଙ୍ଘ ଜିଲ୍ଲା ଶାଖା ନବରଙ୍ଗପୁର ସଭାପତି ଶ୍ରୀ ଆଶୁତୋଷ…

ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉଦଘାଟିତ

Posted by - June 28, 2022 0
ବୌଦ୍ଧ:୨୮ା୬ 🙁 ଚିତରଞ୍ଜନ ସିଂ )ବୌଦ୍ଧର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ…

ଆଞ୍ଚଳିକ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ୨୦୨୨

Posted by - October 22, 2022 0
ରାୟଗଡା : (ଅଞ୍ଜନ କୁମାର ନାଏକ)  ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି କ୍ଲଷ୍ଟର ସରକାରୀ ଉଚ୍ଛ ବିଦ୍ୟାଳୟରେ ଆଞ୍ଚଳିକ ଶିଶୁ ମହୋତ୍ସବ ‘ସୁରଭି’ ୨୦୨୨…

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

Posted by - February 1, 2020 666
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ରାହାସ ଗୁହାଳି ସ୍ଥିତ ଭାସ୍କର ସାମଲ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରପୁଂଲ୍ଲ କୁମାର ବେହେରା ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି…