ଜିଲ୍ଲାସ୍ତରୀୟ ଡାନ୍ସ ପ୍ରତିଯୋଗିତା ଅନୁଷ୍ଠିତ

25 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସ୍ଥାନୀୟ କ୍ଷେତରାଜପୁର ଷ୍ଟେସନ ପଡାର ଦୁର୍ଗେଶ୍ବରୀ ଯୁବକ ସଂଘର ଗୁରୁକୁଳ କ୍ଲବ୍ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଡାନ୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସୁଦୂର କୋରାପୁଟ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ଼, ରାଞ୍ଚି, କଳାହାଣ୍ଡି ପ୍ରମୁଖ ଜିଲ୍ଲାରୁ ବହୁ ନୃତ୍ୟ ଦଳ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଯୁବ ସମ୍ପାଦକ ମଞ୍ଜୁ ଓରାମ, ଯୁବ ନେତା ଉତ୍ତମ ବାଗ୍ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ ।

କାର୍ଯ୍ୟକ୍ରମରେ ବିଚାରକ ଭାବେ ଉତ୍ତମ ସିଂ ଓ ସୋନେଶ୍ ଶର୍ମା ଦାୟିତ୍ଵ ତୁଲାଇଥିଲେ । କାର୍ଯ୍ୟକ୍ରମରେ ଅଶୋକ ସିକନ୍ଦର, ରାଜା ସିକନ୍ଦର, ଅଭିଷେକ ତାଣ୍ଡିଆ, ଅଭିଷେକ ହରିପାଲ, ପିଣ୍ଟୁ ମୁଗ୍ରି, ଗିରିଧର ସୁନା, ଅନିଲ୍ ମୁଗ୍ରି, କମଲ ସିକନ୍ଦର, ବିମଲ ସିକନ୍ଦର ପ୍ରମୁଖ ସଂଯୋଜନା କରିଥିଲେ । ପ୍ରତିଯୋଗିତାରେ ରାଉରକେଲାର “ଟିମ୍-ୱାନ୍” ପ୍ରଥମ ସ୍ଥାନ ଅଧିକାର କରି ଦଶ ହଜାର ଟଙ୍କା ସହ ଟ୍ରଫି, ରାଉରକେଲାର “ଦିସ୍ ଇଜ୍ ଦ କ୍ରିଉ” ଦ୍ବିତୀୟ ସ୍ଥାନ ଅଧିକାର କରି ପାଞ୍ଚ ହଜାର ଟଙ୍କା ସହ ଟ୍ରଫି ଏବଂ ବଲାଙ୍ଗୀରର “ରକ୍ତ ଷ୍ଟାର୍” ତୃତୀୟ ସ୍ଥାନ ଅଧିକାର କରି ଅଢେଇ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା ।

Related Post

୧୮୨ତମ ଦିବସରେ ପହଁଚିଲା କରୋନା ସଚେତନତା କାର୍ଯ୍ୟକ୍ରମ।

Posted by - September 19, 2020 0
ଯାଜପୁର ଅଫିସ: ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଜାତୀୟ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନର ଓ ଫାଉଣ୍ଡେସନଦ୍ଵାରା ପରିଚାଳିତ ମଙ୍ଗଳପୁରସ୍ଥିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ…

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Posted by - October 11, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କ୍ରୀଡ଼ା ମଣିଷ ଜୀବନର ଏକ ସର୍ବୋତ୍ତମ ମହୌଷଧି। ଏହା ଶାରୀରିକ ସୁସ୍ଥତା ସହ ମାନସିକ ସ୍ଥିରତା…

ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ,କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ

Posted by - August 16, 2020 0
ଅନୁଗୁଳ :(ମହେଶ ଭୋମରାଜ)ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ । କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ । ସରକାରୀ କିମ୍ବା ବେସରକାରୀ…

ରାସ୍ତାକୁ ଖେଳପଡିଆ ମଝିରେ ନିଆଯିବା ନିଷ୍ପତିକୁ ବିରୋଧ

Posted by - August 12, 2020 0
ବିଂଝାରପୁର:(ଗୁଲସାହାନୱାଜ ଅଲି ଖାଁ)ରାସ୍ତା ନିର୍ମାଣ ନିଷ୍ପତିକୁ ବିରୋଧ କରି ଗ୍ରାମବାସୀଙ୍କ ଧାରଣା । ଯାଜପୁର ଜିଲା ବିଂଝାରପୁର ବ୍ଲକ ତାଉଁତରା – ବରୁଣା ରାସ୍ତା ନିର୍ମାଣକୁ ନେଇ…

ସାରା ଜିଲାରେ ୧୪୪ ଧାରାକୁ କୋହଳ, ବାରୁଣୀ ପାଇଁ ୧୪୪ ଜାରି

Posted by - March 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ସାରା ଯାଜପୁର ଜିଲାରେ ଲାଗିଥିବା ୧୪୪ ଧାରାକୁ କୋହଳ କରିଛି ଜିଲା ପ୍ରଶାସନ । କିନ୍ତୁ ଗୋଟିଏ ସ୍ଥାନରେ ଭିଡ ନ…