ଗ୍ରାସୀଛି ଆତଙ୍କ ନିଶ୍ଚିହ୍ନ ହେବାକୁ ବସିଲାଣି ଗାଁ ,କିଡନି ରୋଗ ନେଉଛି ଜୀବନ

32 0

ସମ୍ବଲପୁର : (ରାମାକାନ୍ତ ବିଶ୍ଵାଳ) ଅଭିଶପ୍ତ ଗାଁ ମହାଲିଙ୍ଗକୁଦ୍  । ୪ ବର୍ଷ ଭିତରେ ୪୦ ମୃତ୍ଯୁ ଭଳି ସମ୍ବେଦନ ଶୀଳ ଘଟଣା ଉପରେ ନଜର ପଡୁନି କାହାର । ଲୌହଯୁକ୍ତ ପାଣି ନେଉଛି ଜୀବନ ପରେ ଜୀବନ। ତଥାପି ଚେତା ଫିଟୁନି ପ୍ରଶାସନର । କିଡନି ଭଳି ମାରାତ୍ମକ ରୋଗର କାରଣ ସାଜିଛି ମହାଲିଙ୍ଗକୁଦ୍। ଏକାକୁ ନେଇ ଚର୍ଚ୍ଚାରେ ରହିଛି ଜମନକିରା ପଞ୍ଚାୟତର ସଇଡା ପଞ୍ଚାୟତ। କିଡନି ରୋଗ କଷ୍ଟସାଧ୍ୟ ଓ ବ୍ୟୟବହୁଳ ସମସ୍ତେ ଜାଣିବା ସତ୍ତ୍ୱେ ଏହାର ନିରାକରଣ ଓ ପ୍ରତିକାର ଦିଗରେ ନୀରବତା କାହିଁକି ?  କିଡନି ରୋଗରେ କବଳିତ ପୁରାଗ୍ରାମ। ଧିରେ ଧିରେ ଲୋପ ହେବାକୁ ବସିଲାଣି ମହାଳିଙ୍ଗ କୁଦର ଗ୍ରାମ। ଜମନକିରା ବ୍ଲକ କସଡ଼ା ପଞ୍ଚାୟତ ମହାଳିଙ୍ଗ କୁଦର ଗ୍ରାମରେ ମହାମାରୀର ରୂପ ନେଉଛି କିଡନି ରୋଗ।କିଡନି ରୋଗ ଯୋଗୁଁ ବିଲୁପ୍ତ ହେବାକୁ ବସିଲାଣି ଜମନକିରା ବ୍ଲକ ମହାଲିଙ୍ଗକୁଦର ଗାଁ । ଗତ ୪ ବର୍ଷ ଭିତରେ ପ୍ରାୟ ୪୦ ଜଣରୁ ଅଧିକ ମୃତ୍ୟୁବରଣ କରିଥିବା ବଳେ ଏବେବି ୨୦ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି।

ଖାଲି ଏହି ଗୋଟିଏ ଗ୍ରାମ ନୁହେଁ ଆଖପାଖ ୩ ରୁ ୪ ଟି ଗ୍ରାମକୁ ବ୍ୟାପିବାରେ ଲାଗିଲାଣି ଏହି ରୋଗ।ଗୋଟିଏ ପଟେ ପ୍ରଶାସନ ସବୁଜାଣି ଚୁପ ବସିଥିବା ବେଳେ ଅନ୍ୟପଟେ ଡରାଉଛି କିଡନି ରୋଗ । ଦୀନକୁ ଦିନ ପରିବାରକୁ ପରିବାର ଓ ଏବେ ଗାଁ ଠୁ ଗାଁ କାୟା ବିସ୍ତାର କରିବାରେ ଲାଗିଛି କିଡନି ରୋଗ। ଯାହାଫଳରେ ଗ୍ରାମବାସୀ ଛାନିଆ ହୋଇ ଭୟର ବାତାବରଣରେ ଜୀବନ ଜାପାନ କରୁଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କସଡା ପଞ୍ଚାୟତରେ କାୟା ବିସ୍ତାର କରିଛି ଦୁରା ରୋଗ୍ଯ ଭଳି କିଡନି ରୋଗ। ପ୍ରଥମେ ମହାଲିନକୁଦର ଠାରୁ ଆରମ୍ଭ ହୋଇଥିବା କିଡନି ରୋଗ ଧୀରେ ଧୀରେ କର୍ମାଲୋଇ, ଖଏରଡିହି, ରାଙ୍କିବାହାଲ ଏହି ୪ଟି ଗ୍ରାମକୁ ଗ୍ରାସି ସାରିଲାଣି। ଲୋକେ କିଡନି ରୋଗ ଯୋଗୁଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଅମୁଲ୍ଯ ଜୀବନ ଚାଲିଯାଇଥିବା ବେଳେ ବର୍ତ୍ତମାନ ଏହି ୪ ଟି ଗ୍ରାମରୁ ଶତାଧିକ ରୋଗୀରେ ପଡି ଯନ୍ତ୍ରଣାରେ ପଡି ଛଟପଟ ହେଉଛନ୍ତି। ଗରିବ ଆଦିବାସୀ ମାନେ ଏହି ରୋଗରେ ଆକ୍ରାନ୍ତ ହେଉ ଥିବାରୁ ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି।

ଏନେଇ ଗ୍ରାମବାସୀ ପ୍ରଶାସନ ପାଖରେ ନିଜର ଦୁଃଖ ବାରମ୍ବାର ବଖାଣି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ରୋଗ ଦିନକୁ ଦିନ ଅଣାୟତ ହୋଇ ବଢିବାରେ ଲାଗିଛି। ସରକାର ସ୍ବାସ୍ଥ୍ୟ ସେବାନେଇ ବଡ ବଡ ଭାଷଣ ମାରୁଥିବା ବେଳେ ଲୋକେ ମଧ୍ୟ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ପ୍ରଶାସନ ଅଭିଯୋଗ ସତ୍ତ୍ବେ ନିଦାବିଷ୍ଣୁ ସାଜିଥିବା ବେଳେ ଲେକେ ମୃତ୍ୟୁ ମୁଖରେ ପଡୁଛନ୍ତି। ସମସ୍ଯାର ସମାଧାନ ହେତୁ ଗ୍ରାମରେ ଚାନ୍ଦା କରାଯାଇଛି ପାଣି ପରୀକ୍ଷା ମଧ୍ୟ କରାଇଥିଲେ। ଲୌହ ମାତ୍ରା ୪୮୦ ବାହାରୁ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଗ୍ରାମରେ ସ୍ଥିତି ଅତି ଭୟଙ୍କର ଅଟେ। ଏହି ରୋଗରେ ପିଡିତ ହୋଇ ଗୋଟିଏ ପରିବାରରୁ ୨ରୁ୩ ମୃତ୍ୟୁ ବରଣ କରି ସାରିଲେଣି। ଏବେ ସେହି ପରିବାର ଅସହାୟ ହୋଇ ପଡିଛି। ଏଥିପାଇଁ ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ। କୁଚିଣ୍ଡା ଉପଖଣ୍ଡରେ ପୂର୍ବରୁ ବିଭିନ୍ନ ଗ୍ରାମରେ ଏହିପରି ସ୍ଥିତି ଦେଖାଯାଇ ଥିଲେ ମଧ୍ୟ ସମାଧାନ କରିବାରେ ଫେଲ ମାରିଛି ପ୍ରଶାସନ।

ସ୍ଥାନୀୟ ପ୍ରଶାସନ ଓ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ଠୋସ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି। ସ୍ଥାନୀୟ ସମିତି ସଭ୍ୟ ସୁନନ୍ଦା କିଶାନ କହିଛନ୍ତି ଏହି ସମସ୍ୟା କେବଳ ଗୋଟିଏ ଗ୍ରାମରେ ନୁହେଁ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧୀରେ ଧୀରେ ବଢିବାରେ ଲାଗିଛି। ଗ୍ରାମବାସୀ ସମସ୍ତ ନଳକୂପରୁ ନିଲି ଓ ଖରାପ ପାଣି ବାହାରୁଛି ସେହି ପାଣି ପିଇବା ଦ୍ବାରା ଆଜି ଏହି ପରିସ୍ଥିତି ଦେଖାଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପାଣି ପରୀକ୍ଷା କରିଥିବା ବେଳେ ପାଣିରେ ଲୌହ ମାତ୍ର ଅଧିକ ପରିମାଣରେ ରହିଛି। ଯାହାର ପ୍ରଭାବ ସିଧାସଳଖ ଏଠାରେ ଥିବା ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଧାଙ୍କ ଉପରେ ପଡୁଛି। ବାରମ୍ବାର ଅଭିଯୋଗ କଲେ ମଧ୍ଯ କାହିଁକି ଶୁଣୁନାହାନ୍ତି ପ୍ରଶାସନ। ଲୁପ୍ତ ହେବାକୁ ବସିଲାଣି ପୁରା ଗ୍ରାମ। ଯଥାଶୀଘ୍ର ଏହାର ପ୍ରତିକାର କରା ନଗଲେ। ଆଗାମୀ ଦିନରେ ସ୍ଥିତି ଅଣାୟତ ହୋଇଯିବା ସହିତ ଲୋକ ଶୁନ୍ଯ ହୋଇଯିବ ପୁରା ଗ୍ରାମ।

ଗ୍ରାମ ବାସୀ ସୁଦର୍ଶନ ନାଏକ ବୟସ ୮୧ ଆଜିକୁ ୧୦ ବର୍ଷ ରୁ ରୋଗରେ ପୀଡିତ ହୋଇ ଔଷଧ ଖାଉଛନ୍ତି କୁଚିଣ୍ଡା, ସମ୍ବଲପୁର, ବୁର୍ଲା, ଯିଏ ଯେପରି କହିଲା ଚିକିତ୍ସା ପାଇଁ ଯାଉଛି ହେଲେ କୌଣସି ପ୍ରତିକାର ହୋଇ ପାରୁନାହିଁ l ଗ୍ରାମ ବାସୀ ଅମୁଲ୍ୟ ନାଏକ ତାଙ୍କ ସ୍ୱାମୀ  କିଡନି ରୋଗରେ ପୀଡିତ ହୋଇ ମୃତୁ ବରଣ କରିଛନ୍ତି ତାଙ୍କ ଏକ ଛୁଆ ୧୮ ବର୍ଷ ର ଅଛି l ୮ ବର୍ଷ ରୁ ସମ୍ବଲପୁରୀ କଟକ ନେଇ ଚିକିତ୍ସା କରିଛନ୍ତି l ପ୍ରଶାସନ ଯଥା ଶୀଘ୍ର ଏହାର ପ୍ରତିକାର କରିବାକୁ ଅନୁରୋଧ କରିଛନ୍ତି l

Related Post

ଟିଟିଲାଗଡ ବ୍ଲକ ୮ ନମ୍ବର ଜୋନରେ ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ ସଞ୍ଜୟ ବେହେରା ବିଜୟୀ

Posted by - February 28, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ଟିଟିଲାଗଡ ବ୍ଲକର ଜୋନ ନମ୍ୱର ୮ ପାଇଁ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ପରିସରରେ ପ୍ରଶାସନ ପକ୍ଷରୁ କରାଯାଇଥିବା ମତ ଗଣନା କେନ୍ଦ୍ରରେ କଡା…

ମହାସପ୍ତମୀ ଅବସରରେ ଶକ୍ତିପୀଠ ବିରଜା କ୍ଷେତ୍ର ରେ ଭକ୍ତିମୟ ପରିବେଶ

Posted by - October 12, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଶାରଦୀୟ ଦୁର୍ଗାପୂଜା ପାଇଁ ଶକ୍ତିପୀଠ ବିରଜା କ୍ଷେତ୍ର ରେ ଭକ୍ତିମୟ ପରିବେଶ। ମା ଙ୍କ ମନ୍ଦିର ସୁନ୍ଦର ଅଲୋକମାଳା ରେ ସଜ୍ଜିତ କରାଯାଇଛି।…

ବିଧାୟକ ଓ ସାଂସଦଙ୍କ ଦ୍ୱାରା ଆମ୍ବପୁଆ ପଂଚାୟତର ବହୁ ପ୍ରକଳ୍ପ ଉଦ୍‌ଘାଟିତ

Posted by - June 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଆମ୍ବପୁଆ ପଂଚାୟତରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଓ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଙ୍କ ଦ୍ୱାରା…

ଛାତ୍ରୀଙ୍କୁ ପ୍ରେମ ଜାଲରେ ପଂସାଇ ଗର୍ଭବତି କରିଥିବା ଅଧ୍ୟାପକକୁ ୭ ବର୍ଷ ଜେଲ ଦଣ୍ଡ

Posted by - February 26, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ନିଜ କଲେଜ ଛାତ୍ରୀଙ୍କୁ ପ୍ରେମ ଜାଲରେ ପଂସାଇ ଗର୍ଭବତି କରିଥିବା ଅଧ୍ୟାପକକୁ ୭ ବର୍ଷ ଜେଲ ଦଣ୍ଡ ସହିତ ୧୦ ହଜାର…