ଟଙ୍କା ଲୁଟି ଫେରାର ହେଉଥିବା ବେଳେ ଲୁଟିଆଙ୍କୁ ଧରିନେଲା ପୁଲିସ

23 0

ପାଟଣାଗଡ : (ତାପସ ରଞ୍ଜନ ବେହେରା ) ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟି ଫେରାର ହେଉଥିବା ବେଳେ ଲୁଟିଆଙ୍କୁ ଧରିନେଲା ପୁଲିସ । ଏଭଳି ଏକ ଘଟଣା ଘଟିଛି ପାଟଣାଗଡରେ । ସୋମବାର ଦିନ ପାଟଣାଗଡ ପାଢେଲ ଗାଁର ସର୍ବେଶ୍ବର ପଟେଲ ପାଟଣାଗଡ ସ୍ଥିତ ରାମଜୀ ଛକରେ ଥିବା ଏକ ବ୍ୟାଙ୍କକୁ ଆସିଥିଲେ। ୫ଲକ୍ଷ ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରୁଥିବା ବେଳେ ଜଗି ରହିଥିଲେ ଲୁଟେରା । ପଲସର ବାଇକରେ ଦ୍ରୁତଗତିରେ ଆସି ଟଙ୍କା ବ୍ୟାଗ ଲୁଟି ବଲାଙ୍ଗିର ରାସ୍ତାରେ ଫେରାର ମାରିଥିଲେ। ପାଟଣାଗଡ ପୁଲିସ, ଲୁଟର ଶିକାର ବ୍ୟକ୍ତି ଲୁଟେରାଙ୍କ ପିଛା କରୁଥିଲେ।

ବଲାଙ୍ଗିର ସଦର ଏସଡିପିଓ ତୋଫନ ବାଗ ପୁଲିସ ଗାଡିରେ ବଲାଙ୍ଗିର ପଟୁ ଚୁଡାପାଲି ଆଡକୁ ଯାଉଥିଲେ। ଲୁଟ୍ ସୂଚନା ପାଇ ଲୁଟିଆଙ୍କୁ ଧରିବା ଉଦ୍ୟମ କରିଥିଲେ। ଏସଡିପିଓଙ୍କୁ ଚକମା ଦେଇ ସେମାନେ ବଲାଙ୍ଗିର ମୁହାଁ ହୋଇଥିଲେ। ସଦର ଥାନା ପୁଲିସ ବାଇକ, ଟଙ୍କା ସହ ୨ ଜଣଙ୍କୁ କାବୁ କରି ନେଇଛି। ତେବେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ମିଳିପାରି ନାହିଁ।
ସୂଚନାଯୋଗ୍ୟ ଯେ, ଜିଲାର ବିଭିନ୍ନ ସ୍ଥାନରୁ ଅନେକ ବ୍ୟକ୍ତି ବ୍ୟାଙ୍କରୁ ଟଙ୍କା କାଢି ଫେରୁଥିବା ବେଳେ ଲୁଟର ଶିକାର ହେଉଥିଲେ। କିନ୍ତୁ ଲୁଟେରା ଧରାପଡୁ ନଥିଲେ। ପୁଲିସ  ଲୁଟେରାଙ୍କୁ ଧରିଥିବା ଆଲୋଚନାର ବିଷୟ ହୋଇଛି। ସେମାନଙ୍କ ଠାରୁ ଲୁଟ ସଂପର୍କିତ ଅନେକ ତଥ୍ୟ ପୁଲିସ ହାତେଇ ପାରିବ ବୋଲି ଅନୁମାନ କରାଯାଉଛି।

Related Post

ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଓ ଉ.ପ୍ରା(ମ.ଇ) ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

Posted by - November 14, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ତାଳଶରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ପଂଚାୟତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାରତ ମେହେରଙ୍କ ଆନୁକୂଲ୍ୟରେ ଶିଶୁ ଦିବସ ପାଳିତ…

ବ୍ୟାସନଗର କୁ ସ୍ଥାନାନ୍ତରୀତ ହେଲା ଆଂଚଳିକ ଶିଳ୍ପ କେନ୍ଦ୍ର

Posted by - July 4, 2020 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ୟାସନଗର ମୁନିସିପାଲିଟି ଅନ୍ତର୍ଗତ ଛନ୍ଦମା ଠାରେ ଆଞ୍ଚଳିକ ଶିଳ୍ପ କେନ୍ଦ୍ର କଳିଙ୍ଗନଗର ର ତା ୧. ୭. ୨0 ରିଖ ଦିନ…

ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଦ୍ଧିତ କଲେ ବିରଜା ମନ୍ଦିରର ସେବାୟତମାନେ

Posted by - March 3, 2020 988
ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ପୁରା ଯାଜପୁରବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ…

ଦମେଇପାଲି ଗାଁ ରେ ଅବକାରୀ ବିଭାଗ ର ଚଢ଼ାଉ ୯୫୦ ଲିଟର ମଦ ଜବତ ୪ ଗିରଫ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Posted by - August 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)୧୮ /୦୮/୨୦୨୧ -ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର…