Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଦାଦନ ଗଡରେ ଦାଦନ ଶ୍ରମିକର ରକ୍ଷକ ସାଜିଛି ଭକ୍ଷକ , ଖୁଲମ ଖୁଲା ଚାଲିଛି ଦାଦନ ଚାଲାଣ

47 0

ଖପ୍ରାଖୋଲ :  (ତାପସ ରଞ୍ଜନ ବେହେରା)  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳ ଦାଦନ ଗଡ ଭାବରେ ବେସ ପରିଚିତ। ଥାନା ଅଞ୍ଚଳ ରୁ ପ୍ରତ୍ୟେକ ବର୍ଷ ହଜାର ହଜାର ଦାଦନ ଶ୍ରମିକ ବେଆଇନ ଭାବେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇଥାନ୍ତି । ସେଠାରେ ବ୍ଲକର ଦାଦନ ଶ୍ରମିକ ମାନେ ଅନେକ ନିର୍ଯାତନାର ସ୍ବୀକାର ହେବା ସହ ଅକାରଣେ ପ୍ରାଣ ହାନୀ ହୋଇଥିବା ଘଟଣା କିଛି ମାସ ହେବ ବିଭିନ୍ନ ଖବର କାଗଜ ରେ ପ୍ରସାରିତ ମଧ୍ୟ ହୋଇଛି । ଦାଦନ ଶ୍ରମିକ ନିର୍ଯାତନା ରୋକିବା ପାଇଁ ସରକାରଙ୍କ ତରଫରୁ ପାଇଲଟ ଯୋଜନା ମାନ ପ୍ରସ୍ତୁତ ହୋଇଛି । ଏହା ସହ ଦାଦନ ରୋକିବା ପାଇଁ ଥାନା ଅଧିକାରୀ , ବ୍ଲକ କର୍ମଚାରୀ , ପଶୁ ଚିକିତ୍ସାଳୟ ଅଧିକାରୀ ଓ ବିଭିନ୍ନ ସଂସ୍ଥା ମାନଙ୍କୁ ସଚେତନ କରିବା ଦାୟିତ୍ଵ ଦିଆଯାଇଛି । ମହାତ୍ମା ଗାନ୍ଧି ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ବ୍ଲକ , ଜଙ୍ଗଲ ବିଭାଗ , ମୃତ୍ତିକ ସଂରକ୍ଷଣ ବିଭାଗ ଶ୍ରମିକ ମାନଙ୍କୁ ଆବଶ୍ୟକ କାର୍ଯ୍ୟ ଯୋଗାଇ ଦେବାକୁ ଜିଲ୍ଲା ସ୍ତରରୁ ପଞ୍ଚାୟତ ପର୍ଯ୍ୟନ୍ତ ତଦାରଖ ବୈଠକ ମାନ ଅନୁଷ୍ଠିତ ହେଉଛି ।

ହେଲେ ଦାଦନ ସର୍ଦ୍ଦାର ମାନେ ବ୍ଲକର ବିଭିନ୍ନ ଗାଁରେ ଡେରା ପକାଇ ଶ୍ରମିକ ମାନଙ୍କୁ କିଛି ଅର୍ଥ ବଇନା ଆକାରରେ ଦେଇ ବାହାର ରାଜ୍ୟକୁ ବେଆଇନ ଚାଲାଣ କରୁଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୋଲିସ ଦାଦନ ଦାଲାଲ କୁ ଗିରଫ କରି କୋର୍ଟ ଚାଲାଣ କରୁଥିବା ବେଳେ ସର୍ଦ୍ଦାର ମାନଙ୍କ ନାମରେ ମାମଲା ରୁଜୁ କରି ଗିରଫ କରୁନଥିବାରୁ ବେଆଇନ ଦାଦନ ଚାଲାଣ ବଢିବାରେ ଲାଗିଛି । ଏଠାରେ ବ୍ଲକ ଅଞ୍ଚଳରେ ଦାଦନ ରୋକିବା ପାଇଁ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ଦାଦନ ସର୍ଦ୍ଦାର ମାନେ ଖୋଲା ଚାଲେଞ୍ଜ ଦେଇ ବେଆଇନ ଭାବେ ହଜାର ହଜାର ଦାଦନ ଶ୍ରମିକ ଖୁଲମ ଖୁଳା ଚାଲାଣ କରୁଥିବା ଘଟଣା ନଜିର ରହିଛି । ବ୍ଲକ ଅଞ୍ଚଳରେ ପ୍ରତିଦିନ ବେଆଇନ ଦାଦନ ଚାଲାଣ ହେଉଥିବା ବେଳେ ପୋଲିସ ର କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର ବୋଲି ଚର୍ଚ୍ଚା ହେଉଛି।

Related Post

ଧରାପଡ଼ିଲା ଗୋଲଡେନ୍‌ ବାବା,ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା

Posted by - January 1, 2019 0
ଭୁବନେଶ୍ୱର:ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ…

ଷ୍ଟ୍ରିଟ୍ ଲାଇଟ୍ କେଳେଙ୍କାରୀ,ଖାଇ ଯାଉଛନ୍ତି ଲକ୍ଷ ଲକ୍ଷ

Posted by - January 2, 2019 418
ଭୁବନେଶ୍ବର: ସହର‌େର ଲାଗୁଥିବା ଷ୍ଟ୍ରିଟ୍ ଲାଇଟ୍ ମହାଦୁର୍ନୀତିର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏଇ ଓଡିଶା ହାତରେ ଲାଗିଛି। ଭୁବନେଶ୍ବର ଶିଖରଚଣ୍ଡୀ ଛକ ଠାରୁ ନନ୍ଦନ କାନନ ଏବଂ…

ଟିଟିଲାଗଡ ସହରରେ ଅତି ଧୁମଧାମରେ ପାଳନ ହେଲା ଶ୍ରୀ ରାମ ନବମୀ

Posted by - April 11, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ପବିତ୍ର ଶ୍ରୀ ରାମ ନବମୀ ପାଇଁ ଟିଟିଲାଗଡ଼ ସହର ଚଳଚଞ୍ଚଳ ହୋଇ ଉଠିଥିଲା, ସହରର ହାଟପଦା ପଡ଼ା ସଙ୍କଟ ମୋଚନ ହନୁମାନ ମନ୍ଦିରର…

ଚିକିତ୍ସା ଅବହେଳା ରୁ ଯୁବକ ର ମୃତ୍ୟୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରବଳ ଉତ୍ତେଜନା

Posted by - February 1, 2021 0
ବାଲେଶ୍ଵର(ସମରେନ୍ଦ୍ର ବାରିକ) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ, ଯୁବକ ର ମୃତ୍ୟୁ କୁ ନେଇ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଥୀ ଓ ପରିବାର ବର୍ଗ…

ନୀଳଗିରି ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

Posted by - April 1, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) କୋଭିଡ୍ ନିୟମ ପାଳନ ପୂର୍ବକ, ନୀଳଗିରି ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇ ଯାଇଛି i।ପୂର୍ବାହ୍ନ ୭.୩୦ ଘଟିକା ସମୟରେ ରେ , ନୀଳଗିରି…