ହାଟପଦା ପଡ଼ାର ୫୧ ତମ କାର୍ତ୍ତିକ ପୂଜାର ତୃତୀୟ ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ

250 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ହାଟପଦା ପଡ଼ା ଭାଗବତ ମନ୍ଦିରରେ ଚଳିତ ବର୍ଷ ୫୧ ତମ କାର୍ତ୍ତିକ ପୁଜା ଅତି ଧୂମଧାମରେ ପାଳନ କରାଯାଉଛି। କାର୍ତ୍ତିକ ପୁଜା ଦିନଠାରୁ ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି, ଏହି ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ ର ସଭାପତି ଶ୍ରୀ ଲିଙ୍ଗରାଜ ସାହୁ, ସମ୍ମାନିତ ଅତିଥି ଭାବେ ବିଜେପି ଯୁବ ନେତା ନରସିଂହ ସିଂ, କିରାନା ଅସୋସିଏସନର ସଭାପତି ପ୍ରଭାକର ସରାଫ, ବିଜେଡ଼ି ନେତା ସମ୍ଭୁ ସାହୁ, ଯୁବ ସାମ୍ୱାଦିକ ଶ୍ରୀ ସଞ୍ଜୟ କୁମାର ନାୟକ, ପର୍ସୁ ନାୟକ, ନାରାୟଣ ସାହୁ, ବିଷ୍ଣୁ କୁମାର ଦ୍ଵିପ, କାର୍ତ୍ତିକ ପୁଜା କମିଟିର ସଭାପତି ସଂଜିତ ସିନହା, ସମ୍ପାଦକ ସଂଜିତ ମିଶ୍ର, କୋଷାଧ୍ୟକ୍ଷ ଯୁଗଲ ନାଗ ମଞ୍ଚାସିନ ଥିଲେ।

ସଭା ପରିଚାଳନା କରିଥିଲେ ବଉଦରୁ ଆସିଥିବା ବିକାସ ମୁଦୁଲି। ଏହି ନୃତ୍ୟ ପ୍ରତିଯୋଗୀତାରେ କୁନି କୁନି ପିଲାମାନେ ଅତି ସୁନ୍ଦର ନୃତ୍ୟ ପରିବେଷଣ କରି ଲୋକଙ୍କ ମନମୋହି ନେଇଥିଲେ। ପ୍ରଥମ ବିଜେତାଙ୍କୁ ପାଞ୍ଚ ହଜାର, ଦ୍ୱିତୀୟ ବିଜେତାଙ୍କୁ ତିନି ହଜାର, ତୃତୀୟ ବିଜେତାଙ୍କୁ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରାଇବାରେ କମିଟିର କଳକାହ୍ନୁ ବୁଡେକ, ପରମାନନ୍ଦ ବେହେରା, ଶିବ ସାହୁ, ରଞ୍ଜନ ସାହୁ, ରାକେଶ ସାହୁ, ମୁକେଶ ବେହେରାଙ୍କ ସମେତ ପଡ଼ାର ସମସ୍ତ ଲୋକ ସହଯୋଗ କରିଥିଲେ।

Related Post

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳିତ

Posted by - April 9, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସରକାରି ଡାକ୍ତରଖାନାରେ ସ୍ୱଚ୍ଛତା ପକ୍ଷ 2022 ପାଳିତ ହୋଇଯାଇଛି। ପ୍ରତିବର୍ଷ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ କୁ ସ୍ୱଚ୍ଛତା ସପ୍ତାହ…

ଏସଟି ଏସଏସି କର୍ମଚାରୀ ଙ୍କ ଦାବି ନେଇ ସାଂସଦ କଲେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ସହ ଆଳୋଚନା

Posted by - August 24, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏସଟି ଏସଏସି କର୍ମଚାରୀ ସଂଘ ଉପଦେଷ୍ଟା ତଥା ରାଜ୍ୟ ସଭା ସାଂସଦ ନିରଞ୍ଜନ ବିସି ,ସଭାପତି ନିହାଲ ସିଂ ଙ୍କ…

ବିଜୁ ବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ : ଜୀବନ ବିନ୍ଦୁ ରକ୍ତଦାନ ଶିବିର,୩୦ ୟୁନିଟ ରକ୍ତ ସଂଗୃହୀତ

Posted by - April 18, 2020 0
କେନ୍ଦୁଝର:(ସିତାରାମ ଦିକ୍ଷୀତ)ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ବଡ଼ବିଲ ଟାଉନ ବିଜେଡି ପକ୍ଷରୁ ସ୍ଥାନୀୟ ବିକାଶ ମହଲରେ ଜୀବନ ବିନ୍ଦୁ ରକ୍ତଦାନ…

ସ୍ୱର୍ଗତଃ ଗୁଣନିଧିଗୁରୁଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା

Posted by - February 2, 2021 0
ଯାଜପୁର ଅଫିସ : ଯାଜପୁର ଜିଲ୍ଲାର ବ୍ୟାସନଗରସ୍ଥିତ ବ୍ୟାସ ସରୋବର ସାହିତ୍ୟ ବାଟିକାର ସଭାପତି ସ୍ଵର୍ଗତ ଗୁଣନିଧି ଗୁରୁଙ୍କ ବିୟୋଗରେ ଆଜି ତାଙ୍କର ପୂର୍ଣ୍ଣିମା ଭବନଠାରେ ଏକ…

ସଜା ମିଳିଲା ଭୈରବୀ ମୁର୍ତ୍ତି ଚୋରକୁ

Posted by - January 18, 2022 0
ମାଲକାନଗିରି:(ଅବଦୁଲ ଗନି)ଗତ ଦିନରେ ପୁରୁଣାଗୁମ୍ମା ଭୈରବୀ ମନ୍ଦିରରେ ସ୍ଥାପିତ ଭୈରବୀ ଦେବୀଙ୍କ ପ୍ରସ୍ତର ମୂର୍ତ୍ତିକୁ ଗାଦିପୁଟ ଗ୍ରାମର ଏକ ଜୈନିକ ବ୍ୟକ୍ତି ଚୋରି କରି ନେଇଯାଇଥିଲା,ଯାହାକି ସମଗ୍ର…