ଲୋକଙ୍କ ବହୁ ମୂଲ୍ୟ ଜୀବନର ସୁରକ୍ଷା ପାଇଁ ଦାବି ଟିଏ

29 0

ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ସମ୍ବଲପୁର ରୋଡ ରେଳଷ୍ଟେସନ ନିକଟସ୍ଥ ରେଳଧାରଣା ଅତିକ୍ରମ କରିବା ଅନେକଙ୍କ ପାଇଁ ଏକ ପ୍ରକାର ବାଧ୍ଯତାମୂଳକ ଅଟେ। ପ୍ରତିଦିନ ରେଳଧାରଣା ଅତିକ୍ରମ କରୁଥିବା ଅଗଣିତ ଲୋକଙ୍କ ମଧ୍ଯରୁ ଅଧିକାଂଶ ଛାତ୍ରଛାତ୍ରୀ। ଓଭରବ୍ରିଜ ଦେଇ ବହୁ ବାଟ ଚାଲି ମେହେର ବିଶ୍ବବିଦ୍ୟାଳୟ ଏବଂ କୋଚିଂ ସେଣ୍ଟର କୁ ଯିବା ଆସିବା ପରିବର୍ତ୍ତେ ରେଳଧାରଣା ଅତିକ୍ରମ କରିବା ସହଜସାଧ୍ୟ ତେଣୁ ସଭିଏଁ ଏହି ମାର୍ଗ ଅବଲମ୍ବନ କରୁଛନ୍ତି। ମାତ୍ର ଏହା ଅତ୍ଯନ୍ତ ବିପଜ୍ଜନକ। ଆଉ ଏକ ରେଳଧାରଣା ହେବା ପରେ ଏ ବିପଦ ଆହୁରି ଅଧିକ ବଢିଯିବ। ଜନସାଧାରଣ, ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାର, ପ୍ରଶାସନ ତଥା ଆମ ସମସ୍ତଙ୍କର ପରମ କର୍ତ୍ତବ୍ଯ ଅଟେ।

ରେଳଧାରଣାର ଉଭୟପଟେ ଯିବା ଆସିବା ପାଇଁ କ୍ରସଓଭର ବ୍ରିଜ ବା ଫୁଟ ଓଭର ବ୍ରିଜ ନିର୍ମାଣ ଏକ ଜରୁରୀ ଆବଶ୍ଯକତା ଅଟେ । ଏହା ଯେତେ ଶୀଘ୍ର ହେବ ସେତେ ଭଲ। ଭାରତବର୍ଷର ବହୁ ସ୍ଥାନରେ ଏ ଧରଣର ପୋଲ ରହିଛି। ପ୍ରୟାଗରାଜ ରେଳଷ୍ଟେସନରେ ବିଭିନ୍ନ ପ୍ଲାଟଫର୍ମକୁ ଯିବା ପାଇଁ ଥିବା ଫୁଟ ଓଭର ବ୍ରିଜର ସମାନ୍ତରାଳରେ ଏକ ପୋଲ ରହିଛି। ଏହି ପୋଲର ଗୋଟିଏ ମୁଣ୍ଡ ପୁରୁଣା ବଜାର ଦିଗରେ ଥିବା ବେଳେ ଅନ୍ୟ ଦିଗଟି ସିଭିଲ ଲାଇନ ପଟେ ରହିଛି। ମେହେର ବିଶ୍ବବିଦ୍ୟାଳୟ ଏବଂ ବୁଢାରଜା ପଟେ ସୁରକ୍ଷିତ ଯିବା ଆସିବା ପାଇଁ କ୍ରସଓଭର ବା ଫୁଟ ଓଭର ବ୍ରିଜ ତୁରନ୍ତ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସର୍ବ ସାଧାରଣରେ ଦାବି ହେଉଛି।

Related Post

ଇନ୍ଦ୍ରାବତୀ କେନାଲ ରୁ ଧର୍ମଗଡ ଅଞ୍ଚଳକୁ ରବିଚାଷ ପାଇଁ ଜଳ ଯୋଗାଣ ଦାବିରେ ଚାଷୀଙ୍କ ଦାବିପତ୍ର

Posted by - November 2, 2022 0
ଧର୍ମଗଡ଼: (ହେମନ୍ତ କୁମାର ମାଝୀ) ଇନ୍ଦ୍ରାବତୀ କେନାଲରୁ ଧର୍ମଗଡ ଅଞ୍ଚଳର ଚିଲିଚିଲା ଡିସଟ୍ରିବୁଟରୀ ଓ ତେନ୍ତୁଳିଆପଡା ଶବମାଇନର କୁ ରବି ଚାଷ ପାଇଁ କେନାଲ ପାଣି ଯୋଗେଇଦେବା…

ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ସ୍ୱାଗତ ସମାରୋହ

Posted by - November 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ଯୁକ୍ତ 3 ପ୍ରଥମ ବର୍ଷ ର ଛାତ୍ରୀ ଙ୍କୁ ଏକ ନିଆରା…

ଭାଗବତ ପ୍ରସାଦ ନନ୍ଦ ଙ୍କ ସୄତି ସଙ୍କଳନ ଭାଗବତାୟନ ଲୋକାର୍ପଣ

Posted by - December 22, 2021 0
ସମ୍ବଲପୁର: :(ରମାକାନ୍ତ ବିଶ୍ବାଳ) ସମ୍ବଲପୁର ତଥା ପଶ୍ଚିମ ଓଡିଶାର ଆଗଧାଡିର ସାମାଜିକ କର୍ମୀ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ ଙ୍କ ପ୍ରଥମ ସୄତି ସଭା ଅନୁଷ୍ଠିତ ହୋଇଯାଇଛି ।…

ଭବାନୀପାଟଣାରେ ଖବରକାଗଜ ବିତରକମାନଙ୍କୁ ପରିଚୟ ପତ୍ର ପ୍ରଦାନ

Posted by - May 5, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ ଙ୍କ ଅଧ୍ୟକ୍ଷତାରେ ଖବରକାଗଜ ବିତରକମାନଙ୍କୁ…

ଡାକ୍ତର ଖାନା ଅବ୍ୟବସ୍ଥା ପ୍ରତିବାଦ ରେ ଆମରଣ ଅନଶନ

Posted by - September 26, 2019 347
ଯାଜପୁର : (ଆନନ୍ଦ ଚଦ୍ର ସାହୁ)  ଡାକ୍ତରଖାନାରେ ଦେଖା ଦେଇଥିବା ଅବ୍ୟବସ୍ଥା ପ୍ରତିବାଦରେ ଯାଜପୁର ଜିଲାପାଳଙ୍କ ଅଫିସ ସମ୍ମୁଖରେ ବଣମଲି ସାହିତ୍ୟ ଓ ସେବା ସଂଗଠନ ପକ୍ଷରୁ…