ରୂପେଶ ବିଜେଡ଼ି ନା ବିଜେପି? ?

672 0

ଭୁବନେଶ୍ୱର:୧୯-୧୦ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଗତ କିଛି ଦିନ ହେଲା ବେଶ ହଟଚମଟ ଚାଲିଛି । ଏହି ଘଟଣାରେ ପୋଲିସ ହରିଦାସପୁର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ ମଧ୍ୟ କରି ତଦନ୍ତ ବି ଜାରି ରଖିଛି | ହେଲେ ଏହାକୁ ନେଇ ଚାଲିଛି ରାଜନୀତି । କଂଗ୍ରେସ ବିଜେପି ତଥ୍ୟ ଅନୁସନ୍ଧାନ କରି ଦଳ ପଠାଇ ଅନୁଧ୍ୟାନ ବି କରିସାଲାଇଲେଣି | ହେଲେ ଏବେ ସ୍ମିତାରାଣୀ ପ୍ରସଙ୍ଗରେ ଟୁଇଷ୍ଟ ଆସିଛି ରୁପେଶଙ୍କ ନିଜର କିଏ ? ରୁପେଶ କେଉଁ ଦଳର ନେତାଙ୍କ ଖାସ |  ଯେଉଁ ଦଳର ବି ହେଉ ପୋଲିସ ଦୃଷ୍ଟିରେ ଅଭିଯୁକ୍ତ ଯେହେତୁ ରୁପେଶ ଆଉ ପୋଲିସ୍ର ସନ୍ଦେହ ଯଦି ସତ୍ୟ ତେବେ ରୁପେଶ ଜଘନ୍ୟ ଅପରାଧ କରିଛନ୍ତି |

ରୁପେଶ ଜଣେ ବେପାରୀ ବା ଠିକାଦାର | ବିଭିନ୍ନ ସମୟରେ ବୀଭିନ୍ନ ଦଳର ନେତାଙ୍କ ସହ ମିଶିଥିବେ | ହେଲେ ଏବେ କିନ୍ତୁ ଅଭିଯୁକ୍ତ କାହାର , ବିଡେଡିର ନା ବିଜେପିର ବୋଲି ବଡ ବିବାଦ ଆରମ୍ଭ ହୋଇଯାଇଛି । ଆଉ ଏ ଖେଳ ଆରମ୍ଭ କରିଥିଲେ ବିଜେପି ନେତା ଗୌତମ ରାୟ | ଆଜି ସାମ୍ବାଦିକ ସମ୍ମୀଳନିରେ ରୁପେସ ଓ ବିଧାୟକ ପ୍ରଣବ ବଳବନ୍ତ ରାୟ ବିହେଡୁ ନେତା ଅରୁଣଙ୍କ ସହ ଠିଆ ହୋଇଥିବା ଫୋଟୋ ଟିଏ ଦେଖାଇ  ରୁପେସ୍ଯ ସହିତ ବିଜେଡିର ସମ୍ପର୍କ ଅଛି ବୋଲି ଅଭିଯୋଗ କରିଥିଲେ | ହେଲେ ଜଷ୍ଟ ତାର କିଛି ସମୟ ପରେ ହଠାତ ସୋସିଆଲ ମିଡିଆରେ ଭାଇରଲ ହେଲା ଦୁଇଟି ଫୋଟୋ | ଆଉ ସେ ଫୋଟୋରେ ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୁପେଶ ବିଜେପି ବରିଷ୍ଠ ନେତା ତଥା ଟିଭି ପରଦାରେ ବିଜେପିର ଏକଦା ମୁହଁ ଭାବେ ବିବେଚିତ ହେଉଥିବା ସଜ୍ଜନ ଶର୍ମାଙ୍କ ସହିତ ରୁପେଶ ଓ ଅନ୍ୟ କିଛି ଲୋକ ଅଛନ୍ତି | ଆଉ ମୁହୂର୍ତ୍ତ ବି ଅନ୍ତରଙ୍ଗ | ମିଡ଼ ଇଷ୍ଟ ହୋଟେଲରେ ସେମାନେ ଖିଆ ପିଆ କରିଛନ୍ତି | ତା ଭିତରେ ଗୋଟାଏ ଫୋଟୋ ଓ ହୋଟେଲ ବାହାରେ ଗୋଟେ ଫୋଟୋ | ତେଣୁ ହୋଟେଲରେ ଯେତେବେଳେ ଖିଆପିଆ ହୋଇଛି ନିହାତି ସେତିକି ଅନ୍ତରଙ୍ଗ ହୋଇଥିଲେ ହିଁ ହୋଇପାରିବ ବୋଲି ଭାବିବା ସ୍ୱାଭାବିକ | ତେଣୁ  ରାଜ୍ୟ ବିଜେପି ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଦୁଇ ଯୁବ ନେତା ଅରୁଣ କୁମାର ସାହୁ ଓ ପ୍ରଣବ ବଳବନ୍ତରାୟଙ୍କ ସହ ରୂପେଶଙ୍କ ଫଟୋକୁ ପ୍ରଦର୍ଶନ କରି ଏହି ହତ୍ୟାକୁ ଏକ ନୂଆ ଦିଗ ଦେବାକୁ ଚେଷ୍ଟା କରିଥିବା ବେଳେ ସିଧାସଳକ ଭାବ ରୂପେଶର ଲିଙ୍କ ବିଜେଡିର କେଉଁ ନେତାଙ୍କ ସହ ରହିଥିଲା, ଏବଂ ଏଥିରେ କାହାର ସମ୍ପୃକ୍ତି ଥାଇପାରେ ବୋଲି ପ୍ରଶ୍ନ ଉଠାଇଥିଲେ ।  ଏହା ଯେ ବୁମେରାଂ ହେବ  ଫୋଟୋ ଦେଖିଥିବା ବିଜେପି ନେତା ଗୌତମଙ୍କ ଧାରଣା ନଥିଲା | ଅରୁଣ ଓ ପ୍ରଣବଙ୍କ ଫୋଟୋ ଦେଖାଉ ଦେଖାଉ ସେପଟେ ଭାଇରାଲ ହେଲା ସଜ୍ଜନଙ୍କ ଫୋଟୋ | ତେଣୁ ଏବେ ପ୍ରଶ୍ନ ଉଠିଲାଣି ରୁପେଶଙ୍କ ସହ କାହାର ଘନିଷ୍ଠ ସମ୍ପର୍କ, ଅରୁଣଙ୍କ ସହ ନ ସଜ୍ଜନଙ୍କ ସହ !! ସେ ବିଜେଡିର ନ ବିଜେପିର !!! ଆଉ ବାକି ରହିଲା ରୁପେଶଙ୍କ ଆଉ କେଉଁ କେଉଁ ନେତାଙ୍କ ସହ ଫୋଟୋ ଆଗକୁ ଭାଇରଲ ହେଉଛି !!

Facebook Notice for EU! You need to login to view and post FB Comments!

Related Post

ନୀଳଗିରି: କଂଗ୍ରେସ୍ ନିର୍ବାଚନ ମଣ୍ଡଳୀ ର ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - February 1, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) କଂଗ୍ରେସ୍ ଦଳ କୁ, ତୃଣ ମୂଳ ସ୍ତର ରୁ ଦୃଢ଼ ଓ ସଂଗଠିତ କରିବା ପାଇଁ, ହାଇ କମାଣ୍ଡ ଙ୍କ ନିର୍ଦେଶ କ୍ରମେ, ବିଭିନ୍ନ ଜିଲ୍ଲା…

ଲଘୁଚାପ ର ଲଗାଣ ବର୍ଷା ରେ ଧୋଇ ଗଲା କଲଭର୍ଟ,ଭାଙ୍ଗିଲା କଚାଘର ଯୋଗାଯୋଗ ବିଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ

Posted by - September 13, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବର୍ଷା ଋତୁ ରେ ବର୍ଷା ଅଭାବରୁ ଚାଷୀକୁଳ ଅଧା ଉଣା ଚାଷ କରିଥିଲେ ବି ମାଟିଫlଟି ଆଁ କରିବସିଥିଲା!କିନ୍ତୁ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା…

ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

Posted by - March 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅପିଂସର୍ସ କ୍ଲବ ପରିସରରେ ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ସମାଜସେବୀ ସରୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ…

କେତେ ନୃଶଂସ ହେଇ ପାରେ ମଣିଷ ,ଜଙ୍ଗଲରେ ଜୀବନ୍ତ ନବଜାତ଼ ଶିଶୁକୁ ଛାଡି ଚାଲିଗଲେ

Posted by - June 6, 2020 0
କେନ୍ଦୁଝର: (ସୀତାରାମ ଦୀକ୍ଷିତ) ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର  ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଉଦ୍ଧାର । ଶନିବାର କେନ୍ଦୁଝର ସଦର…

ଜିଲ୍ଳାପାଳ ଙ୍କ ହରଭଙ୍ଗା 5T ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ

Posted by - September 28, 2021 0
ବୌଦ୍ଧ-(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଳାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ହରଭଙ୍ଗା ବ୍ଳକ୍ ଗସ୍ତରେ ଆସି 5ଟି ଅଧିନରେ ଥିବା ହରଭଙ୍ଗା ଉଚ୍ଚ ବିଦ୍ୟାଳୟ ରେ ନିମାଣ କାର୍ଯ୍ୟ…

Leave a comment

Your email address will not be published.