କାଶୀପୁର ଖଣିଜ ସଂପଦ ଆନ୍ଦ୍ର ର ନା ଓଡ଼ିଶାର ? ପ୍ରଶ୍ନବାଚୀ ସୃଷ୍ଟି କରିଛି ସମଗ୍ର ରାୟଗଡା ଜିଲ୍ଲା ରେ

349 0

କାଶୀପୁର:( ଅଞ୍ଜନ କୁମାର ନାଏକ )କିଛିଦିନ ପୂର୍ବରେ ରାଜ୍ୟର ଅଗଧାଡ଼ି ରେ ଥିବା କିଛି ଗଣମାଧ୍ୟମ ଖବର କାଗଜ ମାଧ୍ୟମରେ କାଶୀପୁର ଶାଶୁବହୁ ମାଳି ଖଣି ଖନନ କାରଖାନା ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ ଅପ କମ୍ପାନୀକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁମଦନ ଦେଇଥିବା ବେଳେ ଆଲୁମିନା ରିଫାଇନାରୀ କାରଖାନା ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତରବରିଆ ଭାବେ କଲ୍ୟାଣ ସିଙ୍ଗପୁର ବ୍ଲକ ଅନ୍ତର୍ଗତ ସିକରପାଇ , କଲନରା ବ୍ଲକ ର କିଛି ଅଂଶ ରାୟଗଡ଼ା ଗୁମା ର କିଛି ଅଞ୍ଚଳରେ ଜମି ଅଧିଗ୍ରହଣ କାର୍ଯ୍ୟ ସେସ ହୋଇ ଚାରଟି ବ୍ଲକ ର ତହସିଲଦାର କେଉଁଆଡ଼େ’ ଜିଲ୍ଲାପାଳଙ୍କୁ ସମସ୍ତ ରେକଡ଼ ପତ୍ର ଦାଖଲ କରିଥିବାର ଦର୍ଶା ଯାଇଥିଲା ।ଏହି ଖବର ପ୍ରଚାର ପରେ କାଶୀପୁର ବ୍ଲକ ବାସୀ ପ୍ରଚାର ହେଇଥିବା ଖବର ପଛର ସତ୍ୟା ସତ୍ୟ କୁ ଲୋକଲୋଚନକୁ ଆଣିବା ପାଇଁ ଏକ ଲିଖିତ ଅଭିଯୋଗ ଆଧାରରେ ସତାଧିକ କାଶୀପୁର ବ୍ଲକ ବାସୀ ଜିଲ୍ଲାପାଳଙ୍କୁ ଶାକ୍ଷାତ କରିବାକୁ ଯାଇଥିଲେ ।ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ସ୍ବେଧା ଦେବୀ ସିଂ ଖବର କାଗଜରେ ଯାହା ପ୍ରଚାର ପ୍ରସାର ଘଟିଥିବା ଘାଟଣାକୁ ସିଧାସଳଖ ଖଣ୍ଡନ କରିଥିଲେ ।


ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ନିର୍ଧେଶାନାମ ଜିଲ୍ଲାପାଳଙ୍କ ହସ୍ତଗତ ହେଇନଥିବା ଦର୍ଶାଇ ଥିଲେ ।ପୁଣି ଏହି ଭଳି ଅଭିଯୋଗ ମାନ୍ୟବର କରାପୁଟ ଲୋକସଭା ସାଂସଦ ଏବଂ ରାୟଗଡ଼ା ବିଧାୟକଙ୍କୁ ଦିଆ ଯାଇଥିଲା। କାଶୀପୁର ବ୍ଲକ ରୁ ଅଙ୍ଗଦ ନାଏକ ବ୍ଲକ କଂଗ୍ରେସ ସଭାପତି, ବିନୋଦ ନାଏକ ବ୍ଲକ ବିଜେଡି ସଭାପତି, ବିଶ୍ବମ୍ବର ନାଏକ ବିଏସ୍ପି ବ୍ଲକ ସଭାପତି, ସରଜ ନାଏକ, ପି. ଦେବେନ୍ଦ୍ର ରାଓ, ସୁନାସିଂ ମାଝୀ, ରାମ ମାଝୀ, ସଦନ ମାଝୀ, ରାଜେନ୍ଦ୍ର ନାଏକ, ବାବୁଲା ନାଏକ, କାଳେନ୍ଦ୍ରୀ ନାଏକ , ଜିଲ ଗଉଡ଼ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ ।ସମସ୍ତ ଘଟଣାର ମୁଖ୍ୟ ବିଷୟହେଲା ଆଜି ସମଗ୍ର ରାୟଗଡା ଜିଲ୍ଲା ରେ ହାଟରେ ପଡି ଦାଣ୍ଡରେ ଗଢ଼ିଛି ! “କାଶୀପୁର ବ୍ଲକ ର ଖଣିଜ ସଂପଦ ପ୍ରକୃତରେ କାହାର ହକ ? ଓଡିଶା ସରକାର ନା ଆନ୍ଦ୍ର ସରକାର ? କିଛି ଦିନ ହେଲା ଏହି ପ୍ରସଙ୍ଗ ରେ ବିଭିନ୍ନ ମହଲରେ ଆଲଚନା ହେଉଛି ।କଲ୍ୟାଣି ସିଙ୍ଗପୁର ସିକରପାଇ ଅଞ୍ଚଳରେ ରାୟଗଡା ର ବିଭିନ୍ନ ରାଜନୈତିକ ଦଳର ସକ୍ରିୟ ବରିଷ୍ଠ ନେତା ଏବଂ ଉକ୍ତ ଅଞ୍ଚଳର ୬ ରୁ ୭ ଜଣ ଅଣ ଓଡିଆ ବ୍ୟାପାରିଙ୍କ ସମେତ କାଶୀପୁର ବ୍ଲକ ର ଜଣେ ବଡ ବ୍ୟାପାରି ତଥା ସେହି ଭଳି ରଜନେତାଙ୍କ ଅଧିଗ୍ରହଣ ରେ ଏକ ହଜାର ରୁ “୧୦୦୦ ” ରୁ ” ୧୫୦୦” ପନ୍ଦର ସହ ହେକ୍ଟର ଜମି ରହିଥିବାର ଖବର ସମଗ୍ର ଜିଲ୍ଲାରେ ଏକ ବିସ୍ମୟ ବାତାବରଣ ଖେଳି ଯାଇଛି ,ଯାହାକି’ ଏହି ଅଞ୍ଚଳରେ କାରଖାନା ପ୍ରତିଷ୍ଠା ପାଇଁ ଜମି ଚିନ୍ହଟ ପ୍ରକ୍ରିୟା ଚାଲିଛି ,ଯେଉଁ କାରଣରୁ କି କିଛି ମୁଷ୍ଟିମେୟ ବ୍ୟକ୍ତିବିଶେଷ ଲାଭବାନ ହେବା ସ୍ଥଳେ ଉକ୍ତ ଅଞ୍ଚଳ କିମ୍ବା କାଶୀପୁର ଅଞ୍ଚଳରେ କୌଣସି ଲୋକେ କମ୍ପାନୀ ହେବାଦ୍ୱାର ଉପକୃତ ହୋଇ ପାରିବେ ନାହଁ ବୋଲି ବିଭିନ୍ନ ମହଲରେ କ୍ଷୋଭ ପ୍ରକାଶ ହେବା ସହ ଉକ୍ତ ରାଜନେତାଙ୍କ ବିରୁଦ୍ଧରେ ସିବିଆଇ ଯାଞ୍ଚ ହେଉ ବୋଲି ସମଗ୍ର ଜିଲ୍ଲାରେ ଜୋରଧରିଛି ।

କିନ୍ତୁ ପ୍ରକୃତରେ ବର୍ତ୍ତମାନ ସୁଦ୍ଧା ହଜାର ହଜାର ହେକ୍ଟର ଜମି ମାଲିକଙ୍କ କୌଣସି ସତ୍ୟାସତ୍ୟ ସ୍ପଷ୍ଟ ପ୍ରମାଣିତ ହୋଇ ନାହିଁ । ଶାଶୁବହୁ ଖଣି ଖନନ କାରଖାନା କାଶୀପୁର ବ୍ଲକ ରେ ସ୍ଥାପନ ହେଲେ ଓଡିଶା ସରକାରଙ୍କ ଯଦି ହୁଏ କଲ୍ୟାଣି ସିଙ୍ଗପୁର ବ୍ଲକ ସିକରପାଇ ଅଞ୍ଚଳରେ ତେବେ ଆନ୍ଦ୍ରା ପ୍ରଶାସନ ପକ୍ଷରୁ ଆଦାନୀ କମ୍ପାନୀ ପରିଚାଳିତ ହେବ ବୋଲି ଆଲଚନା ଜୋର ଧରିଲାଣି ।କାଶୀପୁର ରେ ଖଣିଜ ସମ୍ପଦ! ନିରୀହ ଜନ ସାଧାରଣ ଜଳ, ଜମି, ଜଙ୍ଗଲ ବାସ ଗୃହ ହରାଇବେ, ଜୀବିକା ହରାଇ ବସିବେ ,ବଳପୂର୍ବକ କାରଖାନା ପ୍ରତିଷ୍ଠା କୁ ବିରୋଧ କଲେ ଲୋକେ ବଳିଦାନ ଉତ୍ସର୍ଗ ଦେବେ । ରାଜ୍ୟସରକାର, ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ମିଳିତ ଉଦ୍ୟମରେ ମାନବାଧିକାର ହନନ କରି ଉତ୍କଳ ଆଲୁମିନା କାରଖାନା ପ୍ରତିଷ୍ଠାର ବିରୋଧୀ ପକ୍ଷରେ ଆଜି ମାଇକଞ୍ଚ ଗୁଳିକାଣ୍ଡ ଏକ ଜ୍ୱଳନ୍ତ ଉଦାହରଣ ୨୦୦୦ ମସିହା କୁ କାଶୀପୁର ବାସୀଙ୍କ ଚିର ସ୍ମରଣୀୟ ହୋଇ ରହିଛି।

 

 

Related Post

କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରପଂ ହେଲେ ଅଧ୍ୟାପକ

Posted by - August 30, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କଲେଜ ଛାତ୍ରଙ୍କୁ ଯୌନ ନିବେଦନ କରି ଗିରପଂ ହେଲେ ଅଧ୍ୟାପକ । ଯାଜପୁର ଚିତାଳୋ କଲେଜର ଅଧ୍ୟାପକ ନିରଂଜନ ପଣ୍ଡାଙ୍କ ବିରୋଧରେ ଖୋଦ କଲେଜ…

ମିନିଟ୍ରକ ସହ ୩ଶହ ୫୦ ବସ୍ତା ସାର ଜବତ

Posted by - July 19, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ଗ୍ରାମର ଜନୈକ ସାର ବ୍ୟବସାୟୀଙ୍କ ଗୋଦାମରୁ ନବରଙ୍ଗପୁର ଜିଲ୍ଲାକୁ ୟୁରିଆ…

ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୯ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି*

Posted by - April 8, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗତକାଲି…

ଦୁର୍ଗା ପୂଜା ପାଇଁ ମାଟି ଅନୁକୁଳ

Posted by - September 24, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ହରଭଙ୍ଗା ବଜାର ‘ୟୁଥ କ୍ଳବ’ ଆନୁକୁଲ୍ୟ ରେ ଦୁର୍ଗାପୁଜା କରୋନା କଟକଣା କୁ ଦୃଷ୍ଟି ରେ ରଖି…

ମଣ୍ଡିରେ କାର୍ଯ୍ୟ କରିଥିବା ଶ୍ରମିକ ପାଉଣା ପାଇବେ କେବେ ?

Posted by - July 5, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସରକାର ଶ୍ରମିକଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରିବା ସହ ଠିକ୍ ସମୟରେ ମଜୁରୀ ପ୍ରଦାନ କୁ ଗୁରୁତ୍ଵ ଦେଉଥିଲେ ହେଁ…