Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ବିଶିଷ୍ଟ ସମାଜସେବୀ ନିହାଲ ସିଂଙ୍କୁ ସମ୍ବଦ୍ଧନା

28 0

ସମ୍ବଲପୁର: ୦୫/୧୦ (ରମାକାନ୍ତ ବିଶ୍ବାଳ) ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ରାଜ୍ୟ କାଯ୍ୟକାରୀ ସଭାପତି ଭାବରେ ବିଶିଷ୍ଟ ସମାଜସେବୀ ନିହାଲ ସିଂ ଙ୍କୁ ମନୋନୀତ କରାଯାଇଛି । ରାଜ୍ୟ କାର୍ଯ୍ୟକାରୀ ସଭାପତି ହେବା ପରେ ପ୍ରଥମଥର ପାଇଁ ସମ୍ବଲପୁର ଗସ୍ତ ଅବସରରେ ଶ୍ରୀଯୁକ୍ତ ସିଂ ଙ୍କୁ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ସହ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ର ସଭ୍ୟ ମାନଙ୍କ ତରଫରୁ ତାଙ୍କୁ ମୁଦିପଡା ସ୍ଥିତ ଆମ୍ବେଦକର ଛକରେ ସ୍ୱାଗତ ସମ୍ବଦ୍ଧନା ଜ୍ଞାପନ କରାଯାଇଛି ।

ପ୍ରଥମେ ମୁଦିପଡା ଛକ ଠାରେ ବିଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ଶୀ ନିହାଲ ସିଂ ମାଲ୍ୟାର୍ପଣ କରିବା ପରେ ମୁଦିପଡା ଛକରେ ନିହାଲ ସିଂ ଙ୍କୁ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ, ହାସ୍ୟ ଅଭିନେତା ବିନ୍ଦୁ, ରୁପାଞ୍ଚଲି ରଣବିଡା, ଆଶିଷ ମହାନନ୍ଦ, ଏମଡି ପରବେଜ ଖାନ, ମୋମିନା ଖାତୁନ ଶାନ୍ତି ମାଝୀ , ଭବାନି ସୋହେଲା, ସୁରେଶ ବାଗ , ହରଦ ମଲ୍ଲିକ ଙ୍କ ସତାଧିକ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦ ର ସଭ୍ୟ ତଥା ବିଭିନ୍ନ ଅନୁଷ୍ଠାନ ର ସଭ୍ୟ ମାନେ ନିହାଲ ସିଂ ଙ୍କୁ ତାଙ୍କର ନୂତନ କରି ରାଜ୍ୟ କାଯ୍ୟକାରୀ ସଭାପତି ମନୋନୀତ ପାଇଁ ସମ୍ବଦ୍ଧିତ କରିଥିଲେ ।

ତାଙ୍କର ଏହି ନୂତନ ଦାୟିତ୍ୱ ମିଳିବା ପରେ ଶ୍ରୀଯୁକ୍ତ ସିଂ ରାଷ୍ଠିୟ ସଭାପତି ପ୍ରଫେସର ଡକ୍ଟର ଏସପି ସୋମନାକ୍ଷର, ରାଜ୍ୟ ସଭାପତି ଆଇନଜୀବୀ ଦିପକ ବାଗ ଙ୍କୁ କୄତଜ୍ଞତା ଜଣାଇବା ସହ ଦଳିତ ଭାଷା ସଂସ୍କୃତି କୁ ଓଡିଶା ରାଜ୍ୟ ରୁ ରାଷ୍ଠିୟ ସ୍ତର ରେ ପହଞ୍ଚାଇବା ପାଇଁ ଚେଷ୍ଠା କରିବେ ବୋଳି କହିଛନ୍ତି ।

Related Post

ଦିର୍ଘ ବର୍ଷର ଅପେକ୍ଷା ପରେ ବାସ୍ତବ ରୂପ ନେଲା ଅଞ୍ଚଳ ବାସୀଙ୍କ ସ୍ଵପ୍ନ ,ଥୁଆମୂଳ ରାମପୁର ଜେ.ଏମ୍.ଏଫ୍.ସି କୋର୍ଟ ଲୋକାର୍ପିତ

Posted by - May 4, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ଉଦଘାଟିତ ହେଲା ବହୁ ପ୍ରତୀକ୍ଷିତ ଜେ.ଏମ୍.ଏଫ୍.ସି କୋର୍ଟ।…

ପୁସ୍ତକ ମେଳା ୨୦୧୯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - November 23, 2019 0
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାପାଳ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଓ ଅନନ୍ୟା ସାହିତ୍ୟ ସଂସଦ ମିଳିତ ଉଦ୍ୟମରେ ହେବାକୁ ଥିବା ପୁସ୍ତକ ମେଳା ୨୦୧୯…

ମୁରିବାହାଲ ବ୍ଲକ ସାଲେପଡ଼ା ଠାରେ ସାଙ୍ଗଠନିକ ସଭା ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - June 14, 2022 0
ଟିଟିଲାଗଡ଼/ମୁରିବାହାଲ:(ସଞ୍ଜୟ କୁମାର ନାୟକ)ମୁରିବାହାଲ ବ୍ଲକ ସାଲେପଡ଼ା ଗ୍ରାମଠାରେ ବିଜେଡ଼ି ନେତା , ମୁରିବାହାଲ ପଞ୍ଚାୟତ ସମିତିର ପୁର୍ବତନ ଅଧକ୍ଷ ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ହଂସରାଜ…

ଯୁବ ବ୍ୟବସାୟିଙ୍କ ର ଅକାଳ ମୃତ୍ୟୁ

Posted by - April 22, 2020 349
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ର ସର୍ବପୁରାତନ ବଜାର ବରୀ ମାଉଣ୍ଡ ରେ ବ୍ୟବସାୟ କରୁଥିବା ଜଣେ ଯୁବ ବ୍ୟବସାୟୀ କଂ ହୃଦଘାତରେ ମଙ୍ଗଳବାର ବିଳମ୍ବିତ ରାତିରେ ମୃତ୍ୟୁ…

ଅଗ୍ନିଶମ ବିଭାଗ ଦ୍ୱାରା ମକଡ଼୍ରିଲ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହରର କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…