ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ କପା ଫସଲ କ୍ରୟ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ

61 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଚଳିତ ୨୦୨୨ – ୨୩ ମସିହା କପା ଫସଲ ର କ୍ରୟ ନିମନ୍ତେ ଏକ ଜିଲ୍ଲାସ୍ତରୀୟ ବୈଠକ ଗତ ତା ୦୩.୧୧.୨୦୨୨ ରିଖ ଦିବା ୦୧.୦୦ ଘ: ସମୟ ରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ସାଂସଦ ଶ୍ରୀ ବସନ୍ତ ପଣ୍ଡା, ଜୁନାଗଡ଼ ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ୍, ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦ ଭୂଷଣ, ଭବାନୀପାଟଣା ଉପଜିଲ୍ଲାପାଳ ଡ ବିଶ୍ୱଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ସଭାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସାହୁ ଚଳିତ ବର୍ଷ କପା ଚାଷ ଉପରେ ଆଲୋକପାତ କରିଥିଲେ । ବିଗତ ବର୍ଷ 66616 ହେକ୍ଟର. ତୁଳନା ରେ ଚଳିତ ବର୍ଷ 70780 ହେକ୍ଟର ଜମିରେ କପା ଚାଷ ହୋଇଥିବା ସେ ସୂଚନା ଦେଇଥିଲେ । ବିଗତ ବର୍ଷ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ଠାରୁ ଅଧିକ ଦରରେ କପା ବିକ୍ରୟ କରି ଲାଭବାନ ହୋଇଥିଲେ । ଏ ବର୍ଷ ମଧ୍ୟ ଚାଷୀ ମାନେ ଅଧିକ ଦରରେ ବିକ୍ରୀ ବଟା କରି ଲାଭବାନ ହେବାର ଆଶ।ବ୍ୟକ୍ତ କରିଥିଲେ। ଚଳିତ ବର୍ଷର କପା ର ସର୍ବନିମ୍ନ ସହାୟକ ମୂଲ୍ୟ ୬୩୮୦ ଟଙ୍କା ପ୍ରତି କ୍ୱିଣ୍ଟାଲ ଥିବା ସଭାରେ ଆଲୋଚନା କରାଯାଇଥିଲା । ଭାରତୀୟ କପା ନିଗମର ଶାଖା ପରିଚାଳକ ଜିଲ୍ଲାରେ ଚାଲୁଥିବା 3 ଗୋଟି କପା ମଣ୍ଡି ଯଥା :- କର୍ଲାପଡ଼ା, ଉତ୍କେଲା ଓ ଉଛଲା ଠାରେ ଖୋଲିବା ନିମନ୍ତେ ପ୍ରସ୍ତୁତ ଥିବା ନେଇ ସୂଚନା ଦେଇଥିଲେ ।

ଲୋକ ପ୍ରତିନିଧିଗଣ ତଥା ଜିଲ୍ଲାପାଳ ମହୋଦୟା ଜିଲ୍ଲାରେ କପାର ବିକ୍ରିବଟା ଯେପରି ସୁଚାରୁରୁପେ ହୋଇ ପାରିବ ସେହି ନିମନ୍ତେ କପା ମିଲ୍ ମାଲିକ, କପା ବ୍ୟବସାୟୀ, ଭାରତୀୟ କପା ନିଗମ ତଥା ନିୟନ୍ତ୍ରିତ ବଜାର କମିଟିର କର୍ମକର୍ତ୍ତାଙ୍କର ସହଯୋଗ କାମନା କରିଥିଲେ । ଚଳିତ ବର୍ଷ ପ୍ରାୟ 8,00,000 କ୍ୱିଣ୍ଟାଲ କପା ଉତ୍ପାଦନ ହେବ ବୋଲି ସଭାରେ ସୂଚନା ଦିଆଯାଇଥିଲା । ତେଣୁ ଚଳିତ ବର୍ଷ ଜୁନାଗଡ଼ ବ୍ଲକର ତଳଜାରିଙ୍ଗ, ନର୍ଲା ବ୍ଲକର ଟୁଟିଂ ଏବଂ କର୍ଲାମୁଣ୍ଡା ବ୍ଲକର ରିଶିଡା ଠାରେ 3ଟି ଅତିରିକ୍ତ ମଣ୍ଡି ଚାଲୁ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ରଖା ଯାଇଥିଲା ।ସଭାରେ ଉପସ୍ଥିତ ଥିବା ସମସ୍ତ ଜନପ୍ରତିନିଧି, ପଦାଧିକାରୀବୃନ୍ଦ, ମିଲର, କପା ବ୍ୟବସାୟୀ ଓ ଚାଷୀ ପ୍ରତିନିଧିମାନଙ୍କୁ ସି ଡି ଏ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related Post

ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଟିଟିଲାଗଡ ଡ୍ରାଇଭର ସଙ୍ଘ ଗଠିତ ହେବା ସହ ନୂତନ କର୍ମକର୍ତ୍ତା ଚୟନ

Posted by - April 3, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସ୍ଥାନୀୟ ପିପଲପଦର ସ୍ଥିତ ଆମ୍ବ ବଗିଚା ଠାରେ ଓଡିଶା ଡ୍ରାଇଭର ମହାସଙ୍ଘର ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଇସାକ ସାଗରଙ୍କ ଉପସ୍ଥିତିରେ ଟିଟିଲାଗଡ ଡ୍ରାଇଭର ସଙ୍ଘ…

ଜୟପାଟଣା ଚିତ୍ରଗୁପ୍ତ କଲ୍ଯାଣ ସମିତି ପକ୍ଷରୁ ମହା ସମାରୋହର ସହ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁ ଙ୍କ ପୂଜନୋତ୍ସବ ଉଦଯାପିତ

Posted by - October 29, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସଚରାଚର ଜୀବ ଜଗତ ପାପ ପୁଣ୍ୟର ହିସାବ ରକ୍ଷକ ତଥା ଧର୍ମରାଜ ଙ୍କ ପରାମର୍ଶ ଦାତା…

ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର,ଅଭିଯୁକ୍ତ ଥାନାରେ ଅଟକ

Posted by - August 23, 2021 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ମନମୁଣ୍ଡା ଥାନା ଅଂଚଳ ର ଜଣେ ନାବାଳିକା ଛାତ୍ରୀ ଅପହରଣ ହୋଇଯାଇଥିଲା। ମନମୁଣ୍ଡା ପୋଲିସ ଆଜି ସନ୍ଧ୍ୟାରେ ତାକୁ ଉଦ୍ଧାର କରିଥିବାବେଳେ ଅପହରଣକାରୀ…

କରୋନାରେ ପ୍ରାଣ ହରାଇଥିବା ଦିବଂଗତ ୧୧୪ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ୟ ରେ ୧୧୪ ଆମ୍ବ ଗଛ ରୋପଣ

Posted by - June 6, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଏକ ଅଭିନବ ପ୍ରୟାସ କ୍ରମେ, ନବରଙ୍ଗପୁର ଜିଲ୍ଲାର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ କରୋନା…

ଖପ୍ରାଖୋଲ ଥାନାରେ ପ୍ରତିଷ୍ଠା ହେଲା ନୂତନ କୋଠା ,ଉଦଘାଟନ କୁ ଅପେକ୍ଷା

Posted by - July 16, 2022 0
ଖପ୍ରାଖୋଲ: ୧୫/୭(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ର ନୂତନ କୋଠା ଶୁକ୍ରବାର ପ୍ରତିଷ୍ଠା ହୋଇଯାଇଛି।ପବିତ୍ର ବେଦ ମନ୍ତ୍ର ସହ ପୂଜା ପାଠ କରାଯାଇ…