Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ଆନ୍ଦୋଳନ ର ଚତୁର୍ଥଦିନରେ ପହଞ୍ଚିଲେ ତହସିଲଦାର

39 0

ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଖରଭୂଇଁ ଠାରେ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ । ବିଭିନ୍ନ ଗଣମାଧ୍ୟମ ଓ ସାଧାରଣରେ ଜିଲ୍ଲାପ୍ରଶାସନ ସରବ୍ୟ ହେବାପରେ ଆଜି ପ୍ରଥମେ ସ୍ଥାନୀୟ ସିଆରସିସି ନରେନ୍ଦ୍ର ରଣା ଓ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକମାନେ ଅଭିଭାବକ ଓ ଛାତ୍ର/ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଛାତ୍ରମାନେ ରୋକଠୋକ ମନାକରି ବାପା ମା’ଙ୍କ ସହ ବସିରହିବୁ ବୋଲି ଘୋଷଣା କରିଥିଲେ । ଏହାର କିଛିକ୍ଷଣ ପରେ ହରଭଙ୍ଗା ତହସିଲଦାର ଆଇଆଇସି ହରଭଙ୍ଗାଙ୍କ ସହ ପହଞ୍ଚି କଣ ଚାହୁଁଛନ୍ତି ବୋଲି ପଚାରି ବୁଝିଥିଲେ । ଏହାପରେ ଗ୍ରାମବାସୀ କ୍ରସର ଓ କ୍ବାରୀ ସମ୍ପୂର୍ଣ୍ଣ ବନ୍ଦ ଦାବୀ କରିଥିଲେ । ଏବଂ ସ୍କୁଲପିଲାଙ୍କୁ ସ୍କୁଲଛାଡିବାକୁ ତହସିଲଦାର ଅନୁରୋଧ କରିଥିଲେ ।

ମାତ୍ର ଲୋକେ ପରିବେଶ ପ୍ରଦୂଷଣ ଯୋଗୁଁ ଛୋଟଛୁଆମାନେ ନାନାରୋଗକ୍ରାନ୍ତ ହେଉଥବାରୁ ଆଗେ ସ୍ବାସ୍ଥ୍ୟ ର ସୁରକ୍ଷା ତାପରେ ଯେଉଁକଥା କହିବା ପରେ ତହସିଲଦାର ଚାଲିଯାଈଥିଲେ । ଆଜିବି ସ୍କୁଲରେ ଉପସ୍ଥାନ ନଗଣ୍ୟ ଥିବା ପରିଲିକ୍ଷିତ ହୋଇଥିଲା । ମାତ୍ର ୦୭ଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଚାଲିଥିଲା । ଅପରପକ୍ଷରେ ଆସନ୍ତାକାଲି ବିଦ୍ୟାଳୟର ସମସ୍ତ ଛାତ୍ର/ଛାତ୍ରୀ ତହସିଲଦାରଙ୍କୁ ଭେଟି ନିଜର ସୁବିଧା ଅସୁବିଧା ସମ୍ପର୍କରେ ଦାବୀପତ୍ର ଦେବାର କାର୍ଯକ୍ରମ ଅଛି । ଆଜିର ଏହି ଗଣଧାରଣାରେ ଗ୍ରାମ୍ୟକମିଟି ସଭାପତି ଅକ୍ଷୟ ନାୟକ ସମ୍ପାଦକ ହୃଦାନନ୍ଦ ଦେହୁରୀ ମା’ବୁଢୀଠାକୁରାଣୀ ମାତୃମଞ୍ଚର ସଭାନେତ୍ରୀ ସୁକୃତା ଭୋଇ ସମ୍ପାଦିକା ତିଳୋତ୍ତମା କହଁର ରଞ୍ଜନ ବଗର୍ତ୍ତୀ ଅଶୋକ ପ୍ରଧାନ ଯୁଗଳ ପ୍ରଧାନ ଉମେଶ ନାୟକ ଅରବିନ୍ଦ ଭୋକ୍ତା ଅମନ ପ୍ରଧାନ ଚରଣ ଦେହୁରୀ ବିନୋଦ ପାତ୍ର ରାଜକିଶୋର ଥପା ପ୍ରମୁଖଙ୍କ ନେତୃତ୍ବରେ ସମସ୍ତ ଗ୍ରାମବାସୀ ଯୋଗଦେଇଥିଲେ ।

Related Post

ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ

Posted by - December 19, 2019 0
ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଦାନଗଦୀ ବ୍ଲକ ନିଉ ସିଆରିଆ ଗ୍ରାମର…

ପାପଡାହାଣ୍ଡି ବ୍ଲକ ଭତରା ସମଜ ର ବୈଠକ

Posted by - June 23, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବାର୍ଲା ଗ୍ରାମ ପଂଚାୟତ ଧନସୁଲି ଗ୍ରାମ କନ୍ଦାଗୁଡା ଠାରେ ଭତରା ସମାଜ ର ଏକ ବୈଠକ ଅନୁଷ୍ଠିତ ହେଇ…

କେନ୍ଦୁଝର ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ମାଟିପୂଜନ

Posted by - September 11, 2019 308
କେନ୍ଦୁଝର,୮/୯ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ର ପ୍ରସିଦ୍ଧ ମହାଲକ୍ଷ୍ମୀପୂଜା ଉପଖଣ୍ତ ତଥା ଆଖପାଖ ନୂଆଗାଁ,ଗୋବର୍ଦ୍ଧନ,ଶଙ୍କିରୀ,ବାଉରୀପଦା,ମହାଦେଇଯୋଡ଼ା, ବରଦାପାଳ,୬ଟି ପଞ୍ଚାୟତର ଲୋକମାନେ ଏହିପୂଜାବେଶ ଧୁମ୍ ଧାମ୍…

ସାନ ଭାଇର ଟାଙ୍ଗିଆ ଚୋଟରେ ବଡଭାଇ ର ମୃତ୍ୟୁ

Posted by - May 15, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପଣ୍ଡି ଗାଁ ରେ ଘଟିଯାଇଛି ଏକ ଅଭାବନୀୟ ଅଘଟଣ।ସାନ ଭାଇର ଟାଙ୍ଗିଆ…

କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

Posted by - July 15, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଇଲିପଡା ଗ୍ରାମପଞ୍ଚାୟତ କେ. ନୂଆଁଗଡ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ବିଦ୍ୟାଳୟ ପରିଚାଳନା କମିଟି ସଭାପତି…