କୋକସରା ଫେନ୍ସି ଦୋକାନରୁ ଲକ୍ଷାଧିକ ଟଙ୍କା ର ମୋବାଇଲ ଓ ନଗଦ ଚୋରୀ ,ପୁଲିସ ର ତଦନ୍ତ ଜାରି

52 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କୋକସରା ବସଷ୍ଟାଣ୍ଡ ରେ ଥିବା ମହାପାତ୍ର ଫେନ୍ସି ଦୋକାନ ରୁ ଛାତ ଭାଙ୍ଗି ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ଚୋରୀ କଲେ ଲକ୍ଷାଧିକ ଟଙ୍କାର ମୋବାଇଲ ଓ ନଗଦ ଟଙ୍କା।ସିସିଟିଭି ରେ କଏଦ ହେଲା ଚୋରି ସମୟର ଦୃଶ୍ୟ। ସୁଚନା ଅନୁସାରେ ୨୬ ନମ୍ୱର୍ ଜାତୀୟ ରାଜପଥ କଡ଼ରେ ତଥା କୋକସରା ସହରର ମୁଖ୍ୟ ବସଷ୍ଟାଣ୍ଡ ଓ ପୁଲିସ ଥାନା ରୁ ମାତ୍ର କିଛିଦୁର ରେ ରହିଥିବା ତ୍ରିଲୋଚନ ମହାପାତ୍ର ଫେନ୍ସି ଦୋକାନ ରୁ ଗତକାଲି ବିଳମ୍ବିତ ରାତିରେ ଦୁର୍ବୁର୍ତ୍ତ ମାନେ ଦୋକାନ ଛାତ ଆଜବେଷ୍ଟର ଭାଙ୍ଗି ଚୋରି କରିଛନ୍ତି। ଦୋକାନ ରେ ଚୋରି ସମୟର ଦୃଶ୍ୟ ସିସିଟିଭି ଫୁଟେଜ ରେ କଏଦ ହୋଇଥିବା ବେଳେ ମୁଖାପିନ୍ଧା ଚୋର ମୋବାଇଲ ଚୋରାଉଥିବା ଦୃଶ୍ୟ କଏଦ ହୋଇଛି।

ଏନେଇ ଦୋକାନ ମାଲିକ ତ୍ରିଲୋଚନ ମହାପାତ୍ର ଚୋରି ହୋଇ ଥିବା ନେଇ କୋକସରା ଥାନା ରେ ଅଭିଯୋଗ ଦେଇଛନ୍ତି। ୧୬ ଗୋଟି ଦାମି ମୋବାଇଲ ଓ ନଗଦ ୫ ହଜାର ଟଙ୍କା ଚୋରୀ ହୋଇଥିବା ଅଭିଯୋଗ ପରେ ପୁଲିସ ପହଞ୍ଚି ସିସିଟିଭି ଫୁଟେଜ ଆଧାର ରେ ତଦନ୍ତ ଆରମ୍ଭ କରିଛି।ଏନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଚୋରି ନେଇ ଅଭିଯୋଗ ହୋଇଛି ଓ ତଦନ୍ତ ଜାରି ରହିଛି ବୋଳି କହିଛନ୍ତି।

Related Post

ବୋଲେରୋ,ବାଇକ ମୁହାଁ ମୁହିଁ ଧକ୍କା ଦୁଇ ଗୁରୁତ୍ୱର

Posted by - December 22, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଡିମୁଣ୍ଡା ଗ୍ରାମ ନିକଟରେ ଏକ ବୋଲେରୋ ଓ ବାଇକ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀ ସ୍ତ୍ରୀ ଦୁହେଁ ଗୁରୁତର…

ପିଂକି ପକ୍ଷରୁ ଓଡିଶା ମହିଳା ଉଦ୍ୟୋଗି ମାନଙ୍କର ଏକ ତାଲିମ ଶିବିର ଅନୁଷ୍ଠିତ 

Posted by - September 4, 2021 0
ଯାଜପୁର ସଂସ୍କୃତି ଭବନ ପରିସରରେ ପିଂକି ପକ୍ଷରୁ ଓଡିଶା ମହିଳା ଉଦ୍ୟୋଗି ମାନଙ୍କ ର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି,ଏଥିରେ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାଙ୍କ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ମହିଳା ମାନେ ବ୍ୟବସାୟ ବା ଉଦ୍ୟୋଗ କ୍ଷେତ୍ରରେ ଅଧିକ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ମତଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ପିଂକି ଓଡିଶା ଚାପ୍ଟର ଅଧ୍ୟକ୍ଷା ଓ ସମ୍ବାଦ ର ପରିଚାଳନା ନିର୍ଦ୍ଧେଶିକା ମୋନିକା ନାୟାର ପଟ୍ଟନାୟକ ଯୋଗ ଦେଇ ଆଗାମୀ ଦିନରେ ରାଜ୍ୟର ୫ ହଜାର ମହିଳାଙ୍କୁ ଯୋଡାଯିବାକୁ ଲକ୍ଷ୍ୟ ରହିଛି ବୋଲି କହିଥିଲେ ।

ନୂତନ ସମିତି ସଭ୍ୟ ସଭା ଗୃହ ଉଦ୍ଘାଟନ

Posted by - December 24, 2021 0
କାଶୀପୁର :(ଅଞ୍ଜନ କୁମାର ନାଏକ )ପଞ୍ଚାଚୟତ ସମିତି କାର୍ଯ୍ୟଳୟ ନିକଟରେ ନୂତନ ପଞ୍ଚାୟତ ସମିତି ସଭାଗୃହ ର ଶୁଭ ଉଦ୍ଘାଟନ ହେଇଯାଇଛି ।ଏହି ଅବସରରେ ବିଧାୟକ ଶ୍ରୀ…

ଖପ୍ରାଖୋଲ ବସ ଷ୍ଟପ ନିକଟ ବିଦ୍ୟୁତ ଖମ୍ବର ଏଲ ଇ ଡି ଲାଇଟ ମରାମତି ପାଇଁ ଦାବି

Posted by - September 13, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ସ୍ଥାନୀୟ ବସ ଷ୍ଟପ ନିକଟ ଚାରୋଟି ବିଦ୍ୟୁତ ଖମ୍ବ ର ଏଲ ଇ ଡି ଲାଇଟ ମରାମତି ପାଇଁ…

ବଙ୍ଗୋମୁଣ୍ଡା ବୋରୋବାହାଳ ଉଦ୍ୟାନ ବିଭାଗ ପକ୍ଷରୁ ପନି ପରିବା ବିହନ ପ୍ରଦାନ

Posted by - April 12, 2022 0
ବଙ୍ଗୋମୁଣ୍ଡା:(:ଅଭିମନ୍ୟୁ ବହିଦାର )ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ୨୬ଟି ପଞ୍ଚାୟତ ର ବିଭିନ୍ନ ଗାଁର ଚାଷୀ ମାନଙ୍କୁ ବଙ୍ଗୋମୁଣ୍ଡା ବୋରୋବାହାଳ ଉଦ୍ୟାନ ବିଭାଗ ପକ୍ଷରୁ ରିହାତି…